Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Global Ranking / ବିଶ୍ୱର ସବୁଠାରୁ ଦୁଃଖି ଦେଶ; ଯେଉଁଠି ବଞ୍ଚିବା ହେଉଛି ସବୁଠୁ କଷ୍ଟକର

Subhramjit Ray
Browse all articles by Subhramjit Ray
·3 months ago·2 min read
ବିଶ୍ୱର ସବୁଠାରୁ ଦୁଃଖି ଦେଶ; ଯେଉଁଠି ବଞ୍ଚିବା ହେଉଛି ସବୁଠୁ କଷ୍ଟକର
Worlds Saddest Countries

Key Points

"ୱାର୍ଲ୍ଡ ହାପିନେସ୍ ରିପୋର୍ଟ ୨୦୨୬" ଅନୁଯାୟୀ, ଫିନଲ୍ୟାଣ୍ଡ ଲଗାତାର ଦଶମ ଥର ପାଇଁ ବିଶ୍ୱର ସବୁଠାରୁ ସୁଖି ଦେଶ ତାଲିକାରେ ପ୍ରଥମ ସ୍ଥାନରେ ରହିଛି।
saddest countries in the world: ନିକଟରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ୱେଲବିଂ ରିସର୍ଚ୍ଚ ସେଣ୍ଟର ଦ୍ୱାରା "ୱାର୍ଲ୍ଡ ହାପିନେସ୍ ରିପୋର୍ଟ ୨୦୨୬" ପ୍ରକାଶିତ ହୋଇଛି। ଯାହା ବିଶ୍ୱର ୧୪୭ ଦେଶର ମାନସିକ ଏବଂ ସାମାଜିକ ଅବସ୍ଥାର ବାସ୍ତବାତ ସାମ୍ନାକୁ ଆଣିଛି। ଉତ୍ତର ୟୁରୋପୀୟ ଦେଶ ସେମାନଙ୍କର ବିକଶିତ ଜୀବନଶୈଳୀ ଏବଂ ସୁରକ୍ଷା କାରଣରୁ ବିଶ୍ୱର ସୁଖି ଦେଶ ତାଲିକାରେ ସର୍ବାଗ୍ରେ ଅଛନ୍ତି। ହେଲେ ବିଶ୍ୱରେ ଏପରି କିଛି ଦେଶ ଅଛନ୍ତି ଯେଉଁଠାରେ ଖୁସି ଏକ ଦୂର ସ୍ୱପ୍ନ। "ୱାର୍ଲ୍ଡ ହାପିନେସ୍ ରିପୋର୍ଟ ୨୦୨୬" ଅନୁଯାୟୀ, ଫିନଲ୍ୟାଣ୍ଡ ଲଗାତାର ଦଶମ ଥର ପାଇଁ ବିଶ୍ୱର ସବୁଠାରୁ ସୁଖି ଦେଶ ତାଲିକାରେ ପ୍ରଥମ ସ୍ଥାନରେ ରହିଛି। ହେଲେ ଅନ୍ୟ ପଟେ ଏହି ତାଲିକାରେ ଅନ୍ୟ ଭାଗରେ ଦାରିଦ୍ର୍ୟ, ଯୁଦ୍ଧ ଏବଂ ଏକଛତ୍ରବାଦ ଶାସନ ଦ୍ୱାରା ପୀଡିତ ଦେଶ ଅଛନ୍ତି।

ଖୁସି ଦେଶ ତାଲିକାରେ ଫିନଲ୍ୟାଣ୍ଡ ପୁଣି ଥରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏହା ପରେ ଆଇସଲ୍ୟାଣ୍ଡ, ଡେନମାର୍କ, ସ୍ୱୀଡେନ ଏବଂ ନରୱେ ଭଳି ଦେଶ ଅଛନ୍ତି। ଯେଉଁଠାରେ ସାମାଜିକ ସୁରକ୍ଷା ଏବଂ ବ୍ୟକ୍ତିଗତ ସ୍ୱାଧିନତାକୁ ପ୍ରାଥମିକତା ଦିଆଯାଇଛି। ଏହି ବର୍ଷର ରିପୋର୍ଟ୍ ରେ ଲାଟିନ୍ ଆମେରିକୀୟ ଦେଶ କୋଷ୍ଟାରିକା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗତ ୨୦୨୩ ରେ ୨୩ତମ ସ୍ଥାନରେ ଥିବା ଏହି ଦେଶ ଏବେ ତାଲିକାର ଶୀର୍ଷରେ ନିଜର ସ୍ଥାନ ସୁରକ୍ଷିତ କରିସାରିଛି। ଏହି ଦେଶର ସଫଳତାର ରହସ୍ୟ ସେମାନଙ୍କର ଉଚ୍ଚ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ସରକାରଙ୍କ ଉପରେ ଜନସାଧାରଣଙ୍କ ଅତୁଟ ବିଶ୍ୱାସରେ ରହିଛି। ଯାହା ସେମାନଙ୍କୁ ବିଶ୍ୱର ସବୁଠାରୁ ଶାନ୍ତିପୂର୍ଣ୍ଣ ସ୍ଥାନ କରିଥାଏ।

ବିଶ୍ୱର ସବୁଠାରୁ ଦୁଃଖି ଦେଶ
ବିଶ୍ୱର ସବୁଠାରୁ ଦୁଃଖି ଦେଶ ତାଲିକାରେ ଆଫଗାନିସ୍ତାନ ସବୁଠାରୁ ନିମ୍ନ ୧୪୭ତମ ସ୍ଥାନରେ ରହିଛି। ଭାରତର ଏହି ପଡ଼ୋଶୀ ଦେଶ ନିରନ୍ତର ଭାବରେ ବିଶ୍ୱର ସବୁଠାରୁ ଦୁଃଖି ଦେଶ ହୋଇଆସିଛି। ତାଲିବାନ ଶାସନ କ୍ଷମତାକୁ ଆସିବା ପରଠାରୁ, ବ୍ୟାପକ ମାନବାଧିକାର ଉଲ୍ଲଂଘନ ହୋଇଛି। ଗୁରୁତର ଆର୍ଥିକ ସଙ୍କଟ, ଦାରିଦ୍ର୍ୟ ଏବଂ କ୍ଷୁଧା ସାଧାରଣ ନାଗରିକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନରେ ମହିଳା ଶିକ୍ଷା ଏବଂ ସ୍ୱାଧିନତା ଉପରେ ଲଗା ଯାଇଥିବା କଟକଣା ସମ୍ପୂର୍ଣ୍ଣ ଭାବରେ ଖୁସିକୁ ନଷ୍ଟ କରିଦେଇଛି।

ଏଥିସହ ପଢ଼ନ୍ତୁ: ପ୍ରକାଶ ପାଇଲା ବିଶ୍ୱର ସୁଖି ଦେଶଙ୍କ ତାଲିକା; କେଉଁଠି ଅଛି ଭାରତ?

କ'ଣ ରହିଛି ଆଫ୍ରିକୀୟ ଦେଶଙ୍କ ଅବସ୍ଥା
ଆଫଗାନିସ୍ତାନ ବ୍ୟତୀତ ଆଫ୍ରିକା ମହାଦେଶରେ ଏପରି ଅନେକ ଦେଶ ମଧ୍ୟ ଏହି ତାଲିକାର ନିମ୍ନରେ ଅଛି। ଜିମ୍ବାୱେ ୧୪୪ତମ ସ୍ଥାନରେ ଅଛି। ଯେଉଁଠାରେ ଦରଦାମ ବୃଦ୍ଧି ଏବଂ ରାଜନୈତିକ ଅସ୍ଥିରତା ଲୋକଙ୍କୁ ପଙ୍ଗୁ କରିଦେଇଛି। ଦକ୍ଷିଣ ସୁଡାନ, ତାଞ୍ଜାନିଆ ଏବଂ କେନ୍ଦ୍ରୀୟ ଆଫ୍ରିକୀୟ ଗଣରାଜ୍ୟ ମଧ୍ୟ ବିଶ୍ୱର ସବୁଠାରୁ ଦୁଃଖି ଦେଶ ତାଲିକାରେ ସ୍ଥାନ ପାଇଛନ୍ତି। ଏହି ଦେଶରେ ଅତ୍ୟନ୍ତ ଦାରିଦ୍ର୍ୟ, ବେକାରୀ ଏବଂ ଚାଲିଥିବା ଗୃହଯୁଦ୍ଧ ପାଇଁ ଏପରି ସ୍ଥିତି ସୃଷ୍ଟି ହୋଇଛି। ମୌଳିକ ସୁବିଧାର ଅଭାବ ଏତେ ଗୁରୁତର ଯେ ଲୋକେ ସେମାନଙ୍କର ଦୈନନ୍ଦିନ ଜୀବନର ଆବଶ୍ୟକତା ପୂରଣ କରିବା ପାଇଁ ସଂଘର୍ଷ କରିଥାନ୍ତି।

କାହିଁକି ଏହି ଦେଶରେ ନାହିଁ ଖୁସିର ମାହୋଲ?
ବିଶ୍ୱ ଖୁସି ରିପୋର୍ଟ ପ୍ରସ୍ତୁତ କରିଥିବା ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ କୌଣସି ଦେଶ କେବଳ ଟଙ୍କା ଅଭାବରୁ ଦୁଃଖି ହୁଅନ୍ତି ନାହିଁ। ଦୁର୍ନୀତି, ଅସୁରକ୍ଷା ଏବଂ ନ୍ୟାୟର ଅଭାବ ଲୋକଙ୍କ ସାମାଜିକ ସ୍ଥିତି ବିଗାଡ଼ି ଦେଇଥାଏ। ଯୁଦ୍ଧ ଏବଂ ଅସ୍ଥିରତା ଦ୍ୱାରା ଜର୍ଜରିତ ଦେଶରେ ଲୋକେ ସେମାନଙ୍କ ଭବିଷ୍ୟତକୁ ନେଇ ଭୟଭୀତ ରହିଥାନ୍ତି। ବେକାରୀ ଏବଂ ଦରଦାମ ବୃଦ୍ଧି ଯୁବପିଢ଼ିଙ୍କ ମଧ୍ୟରେ ହତାଶାକୁ ପ୍ରୋତ୍ସାହିତ କରିଥାଏ। ଏହି କାରଣରୁ ଯେଉଁ ଦେଶରେ ସରକାର ଲୋକ କଲ୍ୟାଣକୁ ପ୍ରାଥମିକତା ଦେଇନାହାଁନ୍ତି, ସେହି ଦେଶ ବିଶ୍ୱ ସୂଚକାଙ୍କରେ ତଳକୁ ଖସି ଯାଉଛନ୍ତି।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Worlds Saddest Countries: Hardest Places to Live and Why | Argus News