IPL Controversy / ଆଜି ଚେନ୍ନାଇ ଓ ପଞ୍ଜାବ ମଧ୍ୟରେ ଲଢ଼େଇ....ଆହତ କାରଣରୁ ବଡ଼ ମ୍ୟାଚରୁ ଶ୍ରେୟସ ଆୟର OUT!
·3 days ago·3 min read

Key Points
ଆଜି ଚେନ୍ନାଇ ସୁପରକିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ପରସ୍ପରକୁ ଭେଟିବେ
ଚିପକ ଷ୍ଟାଡ଼ିୟମ୍ରେ ଆଜି ପ୍ରଥମ ମ୍ୟାଚ ଖେଳାଯିବ
କାରଣ ଉଭୟ ଦଳ ୩୨ଥର ସାମ୍ନା ସାମ୍ନି ହୋଇଛନ୍ତି ଓ ୧୬ଟି ଲେଖାଏଁ ମ୍ୟାଚ ଜିତିଛନ୍ତି

ଚଳିତ ଆଇପିଏଲ୍ର ସପ୍ତମ ଲିଗ୍ ମୁକାବିଲାରେ ଆଜି ଚେନ୍ନାଇ ସୁପରକିଙ୍ଗ୍ସ ଓ ପଞ୍ଜାବ କିଙ୍ଗ୍ସ ପରସ୍ପରକୁ ଭେଟିବେ । ୫ଥର ଚାମ୍ପିଅନ ସୁପରକିଙ୍ଗ୍ସ ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଠାରୁ ପରାଜିତ ହୋଇଥିବାରୁ ଯଥା ସମ୍ଭବ ସହଳ ବିଜୟ ଖାତା ଖୋଲିବା ପାଇଁ ବ୍ୟଗ୍ର । ପଞ୍ଜାବ କିଙ୍ଗସ ପ୍ରଥମ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ହରାଇଥିଲେ ହେଁ ସବୁ ବିଭାଗରେ ସଂଘର୍ଷ କରିଥିଲା । ତେଣୁ ଆଜି ସମସ୍ତ ତ୍ରୁଟି ସୁଧାରିବା ପାଇଁ ଜୋରଦାର ପ୍ରୟାସ କରିବ । ଫଳରେ ମ୍ୟାଚଟି ଅଧିକ ସଂଘର୍ଷପୂର୍ଣ୍ଣ ରହିବ।
ଏହାସହ ପଢ଼ନ୍ତୁ: ହାଇଭୋଲଟେଜ ମ୍ୟାଚ୍ ସମୟରେ ଗୋଟିଏ ଭୁଲ ପାଇଁ ବିବାଦରେ ଫସିଲେ ଅଭିଷେକ
ଚିପକ ଷ୍ଟାଡ଼ିୟମ୍ରେ ପ୍ରଥମ ମ୍ୟାଚ ଖେଳାଯିବ । ଆହତ ମହେନ୍ଦ୍ର ସିଂହ ଧୋନି ଖେଳୁ ନଥିବାରୁ ସୁପରକିଙ୍ଗ୍ସ ରଣନୀତିରେ ସାମାନ୍ୟ ପଛରେ ପଡ଼ି ଯାଇଛି । ବ୍ୟାଟିଂରେ ମଧ୍ୟ ବହୁ ଉନ୍ନତି ଆଣିବାର ଆବଶ୍ୟକତା ରହିଛି । ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଦଳର ସବୁ ବ୍ୟାଟର ଫେଲ୍ ମାରିଥିଲେ । ଗୁଜରାଟ ବିପକ୍ଷ ମ୍ୟାଚରେ ପଞ୍ଜାବ କିଙ୍ଗସ ବ୍ୟାଟରମାନେ ମଧ୍ୟ ନିରାଶ କରିଥିଲେ । କେବଳ କୁପର କୋନଲିଙ୍କ ଲଢୁଆ ଇନିଂସ ବଳରେ ଦଳ ବିଜୟ ହାସଲ କରିଥିଲା । ପୂର୍ବ ରେକର୍ଡକୁ ବିଚାରକୁ ନେଲେ ଉଭୟ ଦଳର ବିଜୟ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ । କାରଣ ଉଭୟ ଦଳ ୩୨ଥର ସାମ୍ନା ସାମ୍ନି ହୋଇଛନ୍ତି ଓ ୧୬ଟି ଲେଖାଏଁ ମ୍ୟାଚ ଜିତିଛନ୍ତି। ଆଜି ମ୍ୟାଚ ଜବରଦସ୍ତ ରହିବ କାରଣ ଦୁଇଟି ଟିମରେ କ୍ୟାପଟେନଙ୍କ ବିନା ଖେଳାଳିଙ୍କୁ ମଇଦାନକୁ ଓହ୍ଲାଇବାକୁ ପଡ଼ିବ। CSKର କ୍ୟାପଟେନ ମହେନ୍ଦ୍ର ସିଂ ଧୋନି ଆହତ ଥିବାରୁ ଦୁଇ ସପ୍ତାହ ମ୍ୟାଚରୁ ବିରତି ନେଇଛନ୍ତି। ସେପଟେ
ଅନ୍ୟପଟେ ଜଣାପଡ଼ିଛି କି, ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ ଆୟରଙ୍କ ଆଘାତ ସମ୍ପର୍କରେ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। ସେ ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ୍ ସମୟରେ ଆହତ ହୋଇଥିଲେ। ତଥାପି, ବଲ୍ ହାତରେ ବାଜିବା ସତ୍ତ୍ୱେ, ସେ ବ୍ୟାଟିଂ ଜାରି ରଖିଥିଲେ। ପଞ୍ଜାବ କିଙ୍ଗ୍ସ ସହାୟକ ପ୍ରଶିକ୍ଷକ ବ୍ରାଡ୍ ହାଡିନ୍ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଆଗାମୀ ମ୍ୟାଚ୍ ଖେଳିପାରିବେ କି ନାହିଁ ସେ ବିଷୟରେ ଏକ ଅପଡେଟ୍ ପ୍ରଦାନ କରିଛନ୍ତି।
ଶ୍ରେୟସ ଆୟରଙ୍କୁ ସାଇଡ ଲାଇନ୍ କରାଯିବ କି?
ପଞ୍ଜାବ କିଙ୍ଗ୍ସ ସହାୟକ ପ୍ରଶିକ୍ଷକ ବ୍ରାଡ୍ ହାଡିନ୍ କହିଛନ୍ତି ଯେ ଶ୍ରେୟସ ଆୟରଙ୍କ ହାଡ଼ ଭାଙ୍ଗି ନଥିଲେ ମଧ୍ୟ ତାଙ୍କ ହାତରେ ଫୁଲା ଅଛି। ହାଡିନ୍ ସୂଚିତ କରିଛନ୍ତି ଯେ ଦଳ ପରିଚାଳନା ଆଶାବାଦୀ ଯେ ଆୟର ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍ ରେ ଖେଳିବେ।
ଯଦି ଶ୍ରେୟସ ଆୟର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍ ରେ ଖେଳିପାରିବେ ନାହିଁ, ତେବେ ଦଳର ଅଧିନାୟକ କିଏ ହେବେ ସେ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠିବ। ମାର୍କସ୍ ବଡ଼ ବିକଳ୍ପ ହୋଇପାରନ୍ତି, କିମ୍ବା କ୍ୟାପଟେନ ଦାୟିତ୍ବ ଅର୍ଶଦୀପ ସିଂହଙ୍କୁ ଦିଆଯାଇପାରେ।
ଏହାସହ ପଢ଼ନ୍ତୁ: SRHର ଧମାକେଦାର ବିଜୟ...KKRକୁ ୬୫ ରନରେ ହରାଇଲା ହାଇଦ୍ରାବାଦ
ପଞ୍ଜାବ କିଙ୍ଗ୍ସର ଗତ ସିଜନ ଓ ଏବେର ଦଳ ମଧ୍ୟରେ କେବଳ ଜଣେ ଖେଳାଳି ପରିବର୍ତ୍ତନ ହୋଇଛି । ଏହି ଖେଳାଳି ଜଣଙ୍କ ପଦାର୍ପଣରେ ପଞ୍ଜାବ କିଙ୍ଗ୍ସକୁ ବିଜୟୀ କରାଇଛନ୍ତି । ଗତ ସିଜନରେ ଜୋସ ଇଂଲିଶ ୩ନଂ ସ୍ଥାନରେ ବ୍ୟାଟିଂ କରୁଥିଲେ । ଏଥର କୁପର କନ୍ନଲି ଏହି ସ୍ଥାନରେ ଶ୍ରେଷ୍ଠ ବିକଳ୍ପ ଭାବେ ପ୍ରମାଣିତ କରିଛନ୍ତି । ଉଭୟ ଦଳ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ତଥାପି ଶ୍ରେୟାସ ଆୟରଙ୍କ ଖେଳିବା ନେଇ ଆଶଙ୍କା ରହିଛି । ଆୟର ପ୍ରଥମ ମ୍ୟାଚରେ ଆହତ ହୋଇଥିଲେ । ବ୍ୟାଟିଂ କରୁଥିବା ସମୟରେ ତାଙ୍କ କହୁଣୀରେ ବଲ୍ ବାଜିଥିଲା । ଆଘାତ ସ୍ଥାନରେ ଫୁଲା ରହିଥିବା କୋଚ ପ୍ରକାଶ କରିଛନ୍ତି ।
CSK ବିପକ୍ଷରେ ଶ୍ରେୟସଙ୍କ ରେକର୍ଡ
ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଶ୍ରେୟସ ଆୟରଙ୍କ ସାମଗ୍ରିକ ପରିସଂଖ୍ୟାନ ବିଶେଷ ପ୍ରଭାବଶାଳୀ ନୁହେଁ। ଚେନ୍ନାଇ ବିପକ୍ଷରେ 15 IPL ଇନିଂସରେ, ସେ 28.5 ଆଭରେଜରେ 371 ରନ କରିଛନ୍ତି, ଯାହାର ଷ୍ଟ୍ରାଇକ ରେଟ୍ ମାତ୍ର 115.94। ତାଙ୍କ ସମଗ୍ର IPL କ୍ୟାରିୟରକୁ ଦେଖିଲେ, ଶ୍ରେୟସ ଆୟର ଏପର୍ଯ୍ୟନ୍ତ 134 ମ୍ୟାଚରେ 34.08 ର ହାରରେ 3,749 ରନ ସଂଗ୍ରହ କରିଛନ୍ତି।
ଅନ୍ୟପକ୍ଷରେ, ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ହେଡ୍-ଟୁ-ହେଡ୍ ଟେବୁଲ ଉପରେ ନଜର ପକାଇଲେ ଜଣାପଡ଼େ ଯେ ଦୁଇଟି ଦଳ 32 ଥର ମୁହାଁମୁହିଁ ହୋଇଛନ୍ତି, ଯେଉଁଥିରେ ପଞ୍ଜାବ 16 ଥର ବିଜୟୀ ହୋଇଛି। ଏହା ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ପରିସଂଖ୍ୟାନ ଯେ ସେମାନଙ୍କର ଶେଷ 8 ମୁକାବିଲାରେ, CSK ଦଳ କେବଳ ଥରେ ପଞ୍ଜାବକୁ ପରାସ୍ତ କରିବାରେ ସଫଳ ହୋଇଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories