Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - IPL ୨୦୨୬ ଚାମ୍ପିଆନ୍ ଟିମ୍ ଉପରେ ହେବ ଟଙ୍କା ବର୍ଷା; ଏତିକି ନେବ ରନର୍ସଅପ୍ ଟିମ୍

IPL 2026

IPL Winner Prize / IPL ୨୦୨୬ ଚାମ୍ପିଆନ୍ ଟିମ୍ ଉପରେ ହେବ ଟଙ୍କା ବର୍ଷା; ଏତିକି ନେବ ରନର୍ସଅପ୍ ଟିମ୍

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
IPL ୨୦୨୬ ଚାମ୍ପିଆନ୍ ଟିମ୍ ଉପରେ ହେବ ଟଙ୍କା ବର୍ଷା; ଏତିକି ନେବ ରନର୍ସଅପ୍ ଟିମ୍
IPL Winner Prize

Key Points

ଆଜି ଆଇପିଏଲ ୨୦୨୬ର ଫାଇନାଲ୍ ମ୍ୟାଚ୍
ମୁହାଁମୁହିଁ ହେବେ ବାଙ୍ଗଲୋର ଓ ଗୁଜୁରାଟ
ଏଥର ଚାମ୍ପିଆନ୍ ଟିମକୁ ମିଳିବ କେତେ କୋଟି ?
ଆଇପିଏଲ ୨୦୨୬ର ଆଜି ଫାଇନାଲ ଟକ୍କର । ସନ୍ଧ୍ୟାରେ ମୁହାଁମୁହିଁ ହେବେ ଡିଫେଣ୍ଡିଂ ଚାମ୍ପିଆନ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ଓ ଗୁଜୁରାଟ ଟାଇଟନ୍ସ (GT) । ଉଭୟ ଟିମର ଏହି ଟାଇଟଲ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟା଼ଡିୟମରେ ସନ୍ଧ୍ୟା ୭.୩୦ଟାରେ ଖେଳାଯିବ । ଆରସିବି ଲଗାତାର ଦ୍ଵିତୀୟ ଥର ଲାଗି ଟ୍ରଫି ଉଠାଇବାକୁ ଆଶା ରଖିଥିବାବେଳେ ଗୁଜୁରାଟ ଟାଇଟନ୍ସ ବି ନିଜର ଦ୍ଵିତୀୟ ଟ୍ରଫି ଜିତିବାକୁ ଲକ୍ଷ୍ୟ ରଖିଛି ।

ଆଜି ଏହି ହାଇଭୋଲ୍ଟେଜ ମ୍ୟାଚରେ ଯିଏ ବିଜୟୀ ହେବ ତା' ଉପରେ ହେବ ଟଙ୍କା ବର୍ଷା । ଟ୍ରଫି ସହ କୋଟି କୋଟି ଟଙ୍କା ନେଇ ମାଲାମାଲ ହେବ ବିଜୟୀ ଟିମ । ଚାମ୍ପିଆନ୍ ଓ ରନର୍ସଅପ୍ ବ୍ୟତୀତ ପ୍ଲେଅଫ୍ ଯାଇଥିବା ଟିମ ମଧ୍ୟ କୋଟି କୋଟି ପୁରସ୍କାର ରାଶି ପାଇବ । ସେହିପରି ବ୍ୟକ୍ତିଗତ ପୁରସ୍କାର ଜିତିବାକୁ ଥିବା ଖେଳାଳି ମଧ୍ୟ ମୋଟା ଅଙ୍କର ରାଶି ପାଇବେ । ତେବେ ଆସନ୍ତୁ ଜାଣିବ କେଉଁ ଟିମକୁ ମିଳିବ କେତେ ଟଙ୍କା..

  • ଚାମ୍ପିଆନ୍ ଟିମ ଉପରେ ଟଙ୍କା ବର୍ଷା
ମିଡିଆ ରିପୋର୍ଟ ଅନୁସାରେ, ଆଇପିଏଲ ୨୦୨୬ର ପୁରସ୍କାର ରାଶି ଗତବର୍ଷ ତୁଳନାରେ ସେତେଟା ପରିବର୍ତ୍ତନ କରାଯାଇନାହିଁ । ଚଳିତ ସିଜିନରେ ମୋଟ ପୁରସ୍କାର ରାଶି ୪୬.୫ କୋଟି ସ୍ଥିର କରାଯାଇଛି । ଆଇପିଏଲ ୨୦୨୬ର ଚାମ୍ପିଆନ୍ ଟିମକୁ ୨୦ କୋଟି ପୁରସ୍କାର ରାଶି ପ୍ରଦାନ କରାଯିବ, ଯେତେବେଳେ କି ଫାଇନାଲରେ ହାରିଥିବା ଟିମ ବା ଉପବିଜେତା ବା ରନର୍ସଅପ୍ ଟିମକୁ ୧୩ କୋଟି ଟଙ୍କା ପ୍ରଦାନ କରାଯିବ । ଏହାବ୍ୟତୀତ କ୍ଲାଲିଫାୟାର-୨ର ହାରି ତୃତୀୟ ସ୍ଥାନରେ ଥିବା ରାଜସ୍ଥାନ ରୟାଲ୍ସ (RR)କୁ ୭ କୋଟି ଟଙ୍କା ମିଳିବ । ସେହିପରି ଏଲିମିନେଟରରେ ହାରି ଚତୁର୍ଥ ସ୍ଥାନରେ ଥିବା ସନରାଇଜର୍ସ ହାଇଦ୍ରାବାଦ (SRH)କୁ ୬.୫ କୋଟି ପ୍ରଦାନ କରାଯିବ ।

ପଢନ୍ତୁ ଏହି ଖବର: IPL ଟ୍ରଫି ପାଇଁ ବାଙ୍ଗାଲୋର-ଗୁଜରାଟ ମଧ୍ୟରେ ମହାଲଢ଼େଇ, ସାମ୍ନାସାମ୍ନି ହେବେ 'କିଙ୍ଗ୍' କୋହଲି - 'ପ୍ରିନ୍ସ' ଗିଲ୍‌

  • ଅରେଞ୍ଜ ଓ ପର୍ପଲ କ୍ୟାପ ବିଜେତାଙ୍କୁ କେତେ ମିଳିବ ?
ଚାମ୍ପିଆନ୍, ରନର୍ସଅପ୍ ଟିମ ବ୍ୟତୀତ ବ୍ୟକ୍ତିଗତ ପ୍ରଦର୍ଶନ ଲାଗି ଖେଳାଳିଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବ । ସିଜିନରେ ସବୁଠୁ ଅଧିକ ରନ୍ କରି ଅରେଞ୍ଜ କ୍ୟାପ୍ ବିଜେତା ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । ସେହିପରି ସିଜିନରେ ଅଧିକ ୱିକେଟ୍ ନେଇଥିବା ବୋଲର ବା ପର୍ପଲ କ୍ୟାପ୍ ବିଜେତାଙ୍କୁ ମଧ୍ୟ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏହାବାଦ୍ ମୋଷ୍ଟ ଭ୍ୟାଲୁଏବଲ୍ ପ୍ଲେୟାର ଓ ସୁପର ଷ୍ଟ୍ରାଇକର୍ ଅଫ୍ ଦି ସିଜିନର ପୁରସ୍କାର ଜିତିବାକୁ ଥିବା ଖେଳାଳି ମଧ୍ୟ ୧୦-୧୦ ଲକ୍ଷ ଲେଖାଏଁ ଟଙ୍କା ପାଇବେ । ସେହିପରି ଇମର୍ଜିଂ ପ୍ଲେୟାର ଅଫ୍ ଦି ସିଜିନର ଟ୍ରଫି ଜିତିଥିବା ଥିବା ଖେଳାଳି ୨୦ ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IPL 2026 Prize Money: Winner, Runner-Up, Orange Cap, Purple Cap, MVP & Emerging Player Awards | Argus News