Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଯୁବବର୍ଗଙ୍କୁ ପଛରେ ପକାଇ ଅରେଞ୍ଜ କ୍ୟାପ୍ ପିନ୍ଧିଲେ ବିରାଟ; ଜାଣନ୍ତୁ ରେସରେ କିଏ ?

IPL 2026

Virat Kohli / ଯୁବବର୍ଗଙ୍କୁ ପଛରେ ପକାଇ ଅରେଞ୍ଜ କ୍ୟାପ୍ ପିନ୍ଧିଲେ ବିରାଟ; ଜାଣନ୍ତୁ ରେସରେ କିଏ ?

Debashree Debasmita Sahoo
Browse all articles by Debashree Debasmita Sahoo
·5 days ago·2 min read
ଯୁବବର୍ଗଙ୍କୁ ପଛରେ ପକାଇ ଅରେଞ୍ଜ କ୍ୟାପ୍ ପିନ୍ଧିଲେ ବିରାଟ; ଜାଣନ୍ତୁ ରେସରେ କିଏ ?
Virat Kohli

Key Points

ବିରାଟ କୋହଲି ପିନ୍ଧିଲେ ଅରେଞ୍ଜ ତାଜ୍
ପଛରେ ପଡ଼ିଲେ ଅନେକ ଯୁବ ଖେଳାଳି
ଜାଣନ୍ତୁ ଏହି ରେସରେ କେଉଁମାନେ ଅଛନ୍ତି ?
ଆଇପିଏଲ ୨୦୨୬ର ୩୪ତମ ମୁକାବିଲାରେ ବିରାଟ କୋହଲି ୮୧ ରନର ପାଳି ଖେଳି ପୁଣି ଥରେ ପିନ୍ଧିଛନ୍ତି ଅରେଞ୍ଜ ତାଜ୍ । ଶୁକ୍ରବାର ବେଙ୍ଗାଲୁରୁର ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଗୁଜରାଟ ଟାଇଟନ୍ସ ବିରୋଧରେ କୋହଲି ୮ଟି ଚୌକା ଓ ୪ଟି ଛକା ମାରି ଏକ ଦମଦାର ଅର୍ଦ୍ଧଶତକ ହାସଲ କରିଥିଲେ । ସେ ଅଭିଷେକ ଶର୍ମାଙ୍କୁ ପଛରେ ପକାଇ ଏହି କ୍ୟାପ୍ ହାସଲ କରିଛନ୍ତି । ସେପଟେ ଗୁଜରାଟ ଅଧିନାୟକ ଶୁବମନ ଗିଲ୍ ଏହି ତାଲିକାର ଶ୍ରେଷ୍ଠ-୫କୁ ଫେରିଛନ୍ତି ।

ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ବିରାଟ କୋହଲି ମୋଟ ୭ଟି ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୫୪.୬୭ ହାରରେ ୧୬୩.୧୮ ଷ୍ଟ୍ରାଇକ୍ ରେଡ୍ ସହ ମୋଟ ୩୨୮ ରନ୍ କରିଛନ୍ତି । ଏହାସହିତ କୋହଲିଙ୍କ ସର୍ବାଧିକ ସ୍କୋର ୮୧ ରନ୍ ରହିଛି । ଅରେଞ୍ଜ କ୍ୟାପ୍ ତାଲିକାରେ କୋହଲି ଶୀର୍ଷ ସ୍ଥାନରେ ଥିବାବେଳେ ଅଭିଷେକ ଶର୍ମା ଦ୍ଵିତୀୟ ସ୍ଥାନରେ ଅଛନ୍ତି । ଅଭିଷକ ଏଯାବତ୍ ୭ଟି ମ୍ୟାଚ୍ ଖେଳି ୫୩.୮୩ ହାରରେ ୨୧୫.୩୩ ଷ୍ଟ୍ରାଇକ୍ ରେଟ୍ ସହ ୩୨୩ ରନ୍ କରିଛନ୍ତି । ଅଭିଷେକଙ୍କ ସର୍ବାଧିକ ସ୍କୋର ୧୩୫ ଅଛି । ଗୁଜରାଟ ବନାମ ବାଙ୍ଗାଲୋର ମ୍ୟାଚ ପୂର୍ବରୁ ଅରେଞ୍ଜ କ୍ୟାପ୍ ଅଭିଷେକଙ୍କ ନିକଟରେ ଥିଲା ।

  • ଅରେଞ୍ଜ କ୍ୟାପ୍ ରେସରେ କିଏ ?
ଆଇପିଏଲ ୨୦୨୬ରେ ଏଯାବତ ଅରେଞ୍ଜ କ୍ୟାପ୍ ଦୌଡ଼ରେ ସନରାଇଜର୍ସ ହାଇଦ୍ରାବାଦର ଷ୍ଟାର ବ୍ୟାଟର ହେନରିକ୍ କ୍ଲାସେନ ତୃତୀୟ ସ୍ଥାନରେ ଅଛନ୍ତି । ସେ ବି ଏପର୍ଯ୍ୟନ୍ତ ୭ଟି ମ୍ୟାଚ୍ ଖେଳି ୫୩.୩ ହାରରେ ୧୫୩.୧୧ ଷ୍ଟ୍ରାଇକ୍ ରେଟ୍ ସହ ୩୨୦ ରନ୍ କରିଛନ୍ତି ଓ ତାଙ୍କର ସର୍ବାଧିକ ରନ୍ ୬୨ । ତାଲିକାର ଚତୁର୍ଥ ସ୍ଥାନରେ ଗୁଜରାଟ ଟାଇଟାନ୍ସର ଅଧିନାୟକ ଶୁବମନ ଗିଲ୍ ଅଛନ୍ତି । ସେ ୬ଟି ମ୍ୟାଚ୍ ଖେଳି ୪୯.୫ ହାରରେ ୧୪୯.୨୪ ଷ୍ଟ୍ରାଇକ୍ ରେଟ୍ ସହ ମୋଟ ୨୯୭ ରନ୍ କରିଛନ୍ତି ଓ ତାଙ୍କର ସର୍ବାଧିକ ସ୍କୋର ୮୭ ଅଛି ।

ପଢନ୍ତୁ ଏହି ଖବର: ସୂୟଶ ଶର୍ମା vs ଶୁବମନ ଗିଲ୍: ଆଉଟ୍ ପରେ ଏମିତି ଚିଡ଼ାଇଲେ ଯେ ସବୁଠି ଚର୍ଚ୍ଚା

ଗତକାଲିର ମ୍ୟାଚରେ ଗିଲଙ୍କ ନିକଟରେ ଏକ ବଡ଼ ପାଳି ଖେଳି ତାଲିକାରେ ଆହୁରି ଉପରକୁ ଯିବାର ସୁଯୋଗ ଥିଲା, କିନ୍ତୁ ସେ କେବଳ ୨୪ ବଲ୍ ଖେଳି ୩୨ ରନ୍ କରିଥିଲେ ଓ ସୂୟଶ ଶର୍ମାଙ୍କ ଶିକାର ହୋଇଥିଲେ । ଅରେଞ୍ଜ କ୍ୟାପର ପଞ୍ଚମ ସ୍ଥାନରେ ଅଛନ୍ତି ସଞ୍ଜୁ ସାମସନ, ଯିଏକି ୭ଟି ମ୍ୟାଚ୍ ଖେଳି ୫୮.୬ ହାରରେ ୧୭୮.୬୫ ଷ୍ଟ୍ରାଇକ୍ ରେଟ୍ ସହ ମୋଟ ୨୯୩ ରନ୍ କରିଛନ୍ତି । ଏଯାବତ୍ ଟୁର୍ଣ୍ଣାମେଣ୍ଟରେ ସଞ୍ଜୁଙ୍କ ସର୍ବାଧିକ ରନ୍ ୧୧୫ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Virat Kohli Becomes Leading Run-Scorer in IPL 2026, Surpasses Abhishek Sharma for Orange Cap | Argus News