Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୨୪ ଘଣ୍ଟା ଟ୍ରେନରେ ବିତୁଛି ଜୀବନ

Lifestyle

୨୪ ଘଣ୍ଟା ଟ୍ରେନରେ ବିତୁଛି ଜୀବନ

Dimpal Swain
Browse all articles by Dimpal Swain
·2 years ago·2 min read
୨୪ ଘଣ୍ଟା ଟ୍ରେନରେ ବିତୁଛି  ଜୀବନ

ଅର୍ଗସ ବ୍ୟୁରୋ: ଘରେ ରହିବାକୁ କାହାକୁ ବା ଭଲ ଲାଗେ ନାହିଁ । ଘରେ ରହି ଛୁଟି ଦିନ ଟ୍ରେନ୍ କି ବସରେ ବୁଲିବାକୁ ବି ସମସ୍ତଙ୍କୁ ଭଲ ଲାଗେ । କିନ୍ତୁ ଏମିତି ବି ଲୋକ ଅଛନ୍ତି ଯେଉଁମାନଙ୍କୁ ଘର ଅପେକ୍ଷା ଟ୍ରେନରେ ରହିବାକୁ ବେଶି ଭଲ ପାଆନ୍ତି । ଏମିତି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କୁ ଘରେ ଅପେକ୍ଷା ଟ୍ରେନରେ ବେଶି ଭଲ ଲାଗେ । 
୧୭ବର୍ଷର ଏହି ଯୁବକ ଜଣକ ପ୍ରତି ବର୍ଷ ୮.୩ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ଟ୍ରେନରେ ରହିବାରେ । ଏହି ଯୁବକ ଜଣଙ୍କ ନାଁ ହେଉଛି ଲ୍ୟାସି ଷ୍ଟୋଲି । ଡଏଚ୍ ବାହନ୍ ରେଲକାରର ବାସିନ୍ଦା ହୋଇଥିବା ଲ୍ୟାସି ଷ୍ଟୋଲି ଟ୍ରେନରେ ପ୍ରତିବର୍ଷ ଟ୍ରେନରେ ରହିବା ପାଇଁ ୧୦ ଡଲାର ଖର୍ଚ୍ଚ କରନ୍ତି । ଯାହା ଭାରତୀୟ ମୁଦ୍ରାରେ ୮ଲକ୍ଷରୁ ଅଧିକ ହେବ ବୋଲି କୁହାଯାଉଛି । ଟ୍ରେନରେ ରହିବାରେ ଲ୍ୟାସି ଷ୍ଟୋଲି ପ୍ରତି ଦିନ ଜର୍ମାନୀ ଓ ୟୁରୋପରେ ୬୦୦ କିମି ଯାତ୍ରା କରନ୍ତି । 
ସୂଚନାନୁସାରେ, ଲ୍ୟାସି ଷ୍ଟୋଲି ଟ୍ରେନର ଡାଇନିଙ୍ଗରେ ନିଜର ଜଳଖିଆ ବି କରନ୍ତି । ଟ୍ରେନ ବେସିନରେ ନିଜର ମଇଳା ଲୁଗା ବି ସଫା କରନ୍ତି । ଏହା ସହ ସର୍ବ ସାଧାରଣ ସ୍ଥାନରେ ଗାଧୋଇଥାନ୍ତି । ନିଦ ଲାଗିଲେ ନିଜ ସହ ଶୋଇବାର ଜିନିଷ ନେଇକି ଯାଇଥାନ୍ତି । 

ଅଧିକ ପଢନ୍ତୁ ଜୀବନ ଶୈଳୀ ଖବର 
ଲ୍ୟାସି ଷ୍ଟୋଲି କାମ କଣ କରନ୍ତି ?
ଲ୍ୟାସି ଷ୍ଟୋଲି ପେଶାରେ ଜଣେ ସଫ୍ଟୱେର୍ ଡିକୋଡର୍ । ନିକଟରେ ନିଜର ଇନଷ୍ଟାଗ୍ରାମରେ ସେ ଲେଖିଛନ୍ତି ଟ୍ରେନର ଜୀବନ ବେଶ ଭଲ । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଖୁବ ସହଜରେ ଯିବା ଆସିବା କରି ହେଉଛି । ଟ୍ରେନରେ ଯାତ୍ରା କରିବା ସମୟରେ ବିଭିନ୍ନ ଭାବନାକୁ ଉପଭୋଗ କରିଛନ୍ତି । ସକାଳର ସୂର୍ଯ୍ୟର କିରଣ, ସନ୍ଧ୍ୟାର ଅସ୍ତ ସୂର୍ଯ୍ୟ ସବୁ ଦେଖିଛନ୍ତି ଏହି ଟ୍ରେନ୍ ଯାତ୍ରାରେ । 
ଦିନର ଅଧାରୁ ଅଧେ ସମୟ ସେ ନିଜ ଲ୍ୟାପଟପରେ ବିତାନ୍ତି । ଯାହା ପାଇଁ ସେ କେତେବେଳେ ଟ୍ରେନରେ ତ ଆଉ କେତେବେଳେ ଯାତ୍ରୀ ମାନଙ୍କ ମଝିରେ ବସି ଯାତ୍ରା କରନ୍ତି । ତେବେ, ସେ ଏପର୍ଯ୍ୟନ୍ତ ୫ଲକ୍ଷ କିମି ଯାତ୍ରା କରିଛନ୍ତି ବୋଲି ଜର୍ମାନୀର ରେଳ ବିଭାଗ ସୂଚନା ଦେଇଛି । ଟ୍ରେନ ଆପ୍ ଦ୍ଵାରା ସେ ନିଜର ଟିକେଟ ବୁକିଂ କରନ୍ତି । କେତେବେଳେ କେଉଁ ଟ୍ରେନରେ ଯିବା ଆସିବା କରିବେ ସେ ନେଇ ପୂର୍ବରୁ ପ୍ରସ୍ତୁତି କରିଥାନ୍ତି ଲ୍ୟାସି ଷ୍ଟୋଲି ।
ତାଙ୍କ କହିବାନୁସାରେ ଏହି ଜୀବନଶୈଳୀ ଗ୍ରହଣ କରିବାକୁ ନିଜ ପିତାମାତାଙ୍କ ବହୁତ କହିବା ପରେ ସେମାନେ ରାଜି ହୋଇଥିଲେ । ବର୍ତ୍ତମାନ ସେ ନିଜର ଟି-ସାର୍ଟ ଓ ୨ଟି ପ୍ୟାଣ୍ଟରେ ଯାତ୍ରା କରୁଛନ୍ତି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
He spends 8.3 lakh rupees to stay in the train | Argus News