Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - AC ପାଇଁ ଦିଲ୍ଲୀରେ ଚାଲିଗଲା ୯ ଜଣଙ୍କ ଜୀବନ; ଭୁଲରେ ବି କରନ୍ତୁନି ଏହି ୫ କାମ

Lifestyle

AC Use Safety Tips / AC ପାଇଁ ଦିଲ୍ଲୀରେ ଚାଲିଗଲା ୯ ଜଣଙ୍କ ଜୀବନ; ଭୁଲରେ ବି କରନ୍ତୁନି ଏହି ୫ କାମ

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
AC ପାଇଁ ଦିଲ୍ଲୀରେ ଚାଲିଗଲା ୯ ଜଣଙ୍କ ଜୀବନ; ଭୁଲରେ ବି କରନ୍ତୁନି ଏହି ୫ କାମ
AC Use Safety Tips

Key Points

ଦିଲ୍ଲୀରେ AC ବ୍ଲାଷ୍ଟ ହେବା ଯୋଗୁଁ ଅଗ୍ନିକାଣ୍ଡ
ଅକାଳରେ ଚାଲିଗଲା ୯ ଜଣଙ୍କ ଜୀବନ
ଏସି ବ୍ୟବହାର କରୁଥିଲେ ଭୁଲରେ ବି କରନ୍ତୁନି ଏହି କାମ
ଜାତୀୟ ରାଜଧାନୀ ନୂଆଦିଲ୍ଲୀର ବିବେକ ବିହାର ସ୍ଥିତ ଏକ ଘରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବା ଯୋଗୁଁ ଶୀତନିର୍ବାପକ ଯନ୍ତ୍ର (AC) ବିସ୍ଫୋରଣ ହୋଇଥିଲା, ଯେଉଁ କାରଣରୁ ଘରେ ଥିବା ୯ ଜଣଙ୍କର ମୃତ୍ୟୁ ଘଟିଛି । ସମସ୍ତେ ଜିଅଁନ୍ତା ଅବସ୍ଥାରେ ଜଳିଯାଇଥିବାବେଳେ ଅନ୍ୟ କିଛି ଲୋକ ନିଆଁ ଧାସରେ ଆସି ଆହତ ହୋଇଛନ୍ତି । ଏହି ଘଟଣା ଭୋରରୁ ଘଟିଥିବାବେଳେ ଅଗ୍ନିଶମ ବାହିନୀକୁ ଭୋର ୩.୪୭ଟାରେ ଖବର ମିଳିଥିଲା ।

ଆଜିକାଲି ଅସହ୍ୟ ଗରମ ଯୋଗୁଁ ଘରେ ଘରେ ଏସି ବ୍ୟବହାର ହେଉଛି । ଲୋକେ ରାତିରେ ଶୋଇବା ସମୟରେ ଏସି ଅନ୍ କରି ଗଭୀର ନିଦ୍ରାରେ ଶୋଇପଡ଼ନ୍ତି । ହେଲେ ଆପଣଙ୍କ ଆରାମ ନିଦ ସାଜିପାରେ କାଳ । ଯଦି ଆପଣ ଏସି ବ୍ୟବହାର କରୁଛନ୍ତି, ତେବେ ଜାଣିରଖନ୍ତୁ କେଉଁ ପରିସ୍ଥିତିରେ ଏସି ବ୍ଲାଷ୍ଟ ହୋଇଥାଏ, ଏସି ବିସ୍ଫୋରଣର କଣ ମୁଖ୍ୟ କାରଣ ଓ ଏଥିରୁ କିପରି ବର୍ତ୍ତିପାରିବେ ?

  • AC ବିସ୍ଫୋରଣର ୫ ବଡ଼ କାରଣ

ଇଲେକଟ୍ରିକ୍ ସର୍ଟ ସର୍କିଟ୍:
ଗରମରୁ ରକ୍ଷା ପାଇବା ଲାଗି ଅନେକ ଏସି ବ୍ୟବହାର କରନ୍ତି । ଏପରି ସ୍ଥିତିରେ ଯଦି ଏସି ବହୁ ସମୟ ଧରି ଅନ୍ ରହୁଛି ଓ ଏହାର କୌଣସି ବୈଦ୍ୟୁତିକ ତାର ଢିଲା କିମ୍ବା ଖରାପ କ୍ଵାଲିଟିର ଅଛି, ତେବେ ଏଥିରେ ସର୍ଟ ସର୍କିଟ୍ ହୋଇପାରେ ଯେଉଁ କାରଣରୁ ନିଆଁ ମଧ୍ୟ ଲାଗିପାରେ । ଏହି ବିପଦରୁ ବର୍ତ୍ତିବା ଲାଗି ଏସି ସର୍ଭିସିଂ କରିବା ସହିତ ଇଲେକ୍ଟ୍ରିସିଆନଙ୍କୁ ଡ଼ାକି ତାର ଆଦି ଯାଞ୍ଚ କରିନିଅନ୍ତୁ ।

ଓଭରୋଲ୍ଡ ବା ଫ୍ଲକଚୁଏସନ୍: AC ଅଗ୍ନିକାଣ୍ଡର ଦ୍ୱିତୀୟ ସବୁଠାରୁ ସାଧାରଣ କାରଣ ହେଉଛି ବୈଦ୍ୟୁତିକ ଭୋଲଟେଜ ପରିବର୍ତ୍ତନ । ଏହା AC ଅଂଶଗୁଡ଼ିକୁ କ୍ଷତି ପହଞ୍ଚାଇପାରେ କିମ୍ବା ପୋଡ଼ିପାରେ । ଏସିରେ ନିଆଁ ଲାଗିଲେ କିଛି ମିନିଟ୍ ମଧ୍ୟରେ ସାରା ଘରେ ବ୍ୟାପିପାରେ । ଭୋଲଟେଜ ପରିବର୍ତ୍ତନରୁ ଆପଣଙ୍କ ଏସିକୁ ରକ୍ଷା କରିବା ପାଇଁ ଏକ ଷ୍ଟାବିଲାଇଜର ବ୍ୟବହାର କରନ୍ତୁ ।

ACରେ ଧୂଳି ଲାଗିବା: ଏକ ଏସି ଭିତରେ ଏକ ବଡ଼ ଯନ୍ତ୍ରପାତି ଥାଏ, ଯାହା ଥଣ୍ଡା କରିବା ପାଇଁ ଏକ ଫ୍ୟାନ୍ ସହିତ ସଜ୍ଜିତ ହୋଇଥାଏ । ଅନେକ ଏସି ବ୍ୟବହାର ସହିତ ମଇଳା ହୋଇଯାଏ ଏବଂ ଏଥିରେ ବହୁତ ଧୂଳି ଜମା ହୋଇଯାଇଥାଏ । ଏପରି ACରେ ନିଆଁ ଲାଗିପାରେ । ଏହାକୁ ରୋକିବା ପାଇଁ ନିୟମିତ ଭାବରେ ଆପଣଙ୍କର AC ସଫା କରିବା ଗୁରୁତ୍ୱପୂର୍ଣ୍ଣ ।

ପଢନ୍ତୁ ଏହି ଖବର: ରାତିରେ ଫାଟିଲା AC, ଚାଲିଗଲା ୯ ଜଣଙ୍କ ଜୀବନ

ଶସ୍ତା ଯନ୍ତ୍ରାଂଶର ବ୍ୟବହାର: AC ଅଗ୍ନିକାଣ୍ଡର ଆଉ ଏକ କାରଣ ହେଉଛି ନିମ୍ନମାନର ପାର୍ଟସ । ଏସି ମରାମତି ସମୟରେ ନିମ୍ନମାନର ପାର୍ଟସ ବ୍ୟବହାର କରିବା ଦ୍ୱାରା ମଧ୍ୟ ନିଆଁ ଲାଗିପାରେ, ଯାହା ବହୁତ ମାରାତ୍ମକ ହୋଇପାରେ ।

ଖରାପ ରକ୍ଷଣାବେକ୍ଷଣ: ସ୍ଥାନୀୟ ମେକାନିକ୍ ଦ୍ୱାରା ଖରାପ ଇନଷ୍ଟଲେସନ ମଧ୍ୟ ACରେ ନିଆଁ ଲଗାଇପାରେ । ତେଣୁ ବ୍ରାଣ୍ଡ ଦ୍ୱାରା ସ୍ୱତନ୍ତ୍ର ଭାବରେ ତାଲିମପ୍ରାପ୍ତ ଜଣେ କମ୍ପାନୀ ମେକାନିକଙ୍କୁ ନିଯୁକ୍ତି ଦେବା ଗୁରୁତ୍ୱପୂର୍ଣ୍ଣ ।

ଅଧିକ ଖବର ପଢନ୍ତୁ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Delhi AC Blast Claims Lives: What Caused the Tragedy and Essential AC Safety Tips | Argus News