Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅକ୍ଷୟ ତୃତୀୟାରେ ତୁଳସୀ ପତ୍ର ତୋଳୁଛନ୍ତି କି ? ହୋଇପାରେ...

Lifestyle

ଅକ୍ଷୟ ତୃତୀୟାରେ ତୁଳସୀ ପତ୍ର ତୋଳୁଛନ୍ତି କି ? ହୋଇପାରେ...

Dimpal Swain
Browse all articles by Dimpal Swain
·2 years ago·2 min read
ଅକ୍ଷୟ ତୃତୀୟାରେ ତୁଳସୀ ପତ୍ର ତୋଳୁଛନ୍ତି କି ? ହୋଇପାରେ...

ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡିଶାର ମହାନ୍ ପର୍ବ ଅକ୍ଷୟ ତୃତୀୟା । ଏହି ପର୍ବର ରହିଛି ଅନେକ ମହତ୍ତ୍ଵ। ଏହି ଦିନ ଅକ୍ଷି ମୁଠି ଅନୁକୂଳ କରାଯାଇଥାଏ । ଏହି ଅକ୍ଷୟ ତୃତୀୟାରେ କିପରି କରିବେ ମା ମହାଲକ୍ଷ୍ମୀଙ୍କୁ ଶାନ୍ତି ? ଏଥିପାଇଁ ମଧ୍ୟ ବିଭିନ୍ନ ଉପାୟ କରିବାକୁ ହେବ । କିନ୍ତୁ  ତୁଳସୀ ଗଛ ସହ ଜଡିତ ଏହି ଭୁଲ କରନ୍ତୁ ନାହିଁ କରିଲେ ମା ମହାଲକ୍ଷ୍ମୀଙ୍କ କୋପ ପଡିବ । ତେବେ ଆସନ୍ତୁ ଜାଣିବା ଅକ୍ଷୟ ତୃତୀୟା କଣ କଲେ ମା' ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ । 
ଏହି ବର୍ଷ ଅକ୍ଷୟ ତୃତୀୟା ୧୦ ମେ ଶୁକ୍ରବାର ଅର୍ଥାତ ଆସନ୍ତକାଲି ପଡୁଛି । ହିନ୍ଦୁ ଶାସ୍ତ୍ରନୁସାରେ, ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ପକ୍ଷରେ ଏହି ପବିତ୍ର ଅକ୍ଷୟ ତୃତୀୟାର ପର୍ବ ପାଳନ କରାଯାଏ । ଜ୍ୟୋତିଷ ମାନେ ଏହି ଦିନ ମତ ଦିଅନ୍ତି ଯେ, ଏହି ଅକ୍ଷୟ ତୃତୀୟା ଦିନ ତୁଳସୀ ଗଛ ସହ ଜଡିତ କୌଣସି ଭୁଲ କରିବା ଉଚିତ୍ ନୁହେଁ । 
 ଅକ୍ଷୟ ତୃତୀୟା ଦିନ ଭଗବାନ ବିଷ୍ଣୁଙ୍କ ଉପାସନା କରାଯାଉଥିବାରୁ ଏହି ଦିନ ଭୁଲରେ ବି ତୁଳସୀ ଗଛର ପତ୍ରକୁ ତୋଳାଯାଇନଥାଏ । କାରଣ ଶାସ୍ତ୍ର କୁହେ ତୁଳସୀ ଗଛରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି । ସେଥିପାଇଁ ତୁଳସୀ ଗଛକୁ ଯତ୍ନ ସହକାରେ ପୂଜା କରାଯାଏ । ଏହି ଦିନ ଅସନା ବା ମଇଳା ହାତରେ ତୁଳସୀ ଗଛକୁ ଛୁଇଁବା ବି ଭୁଲ ବୋଲି ମନେ କରାଯାଏ । ଏହା ସହ ନ ଗାଧୋଇ ତୁଳସୀ ଗଛରେ ପାଣି ଦେବା ବି ଉଚିତ ନଥାଏ । ଅକ୍ଷୟ ତୃତୀୟା ଦିନ ତୁଳସୀ ଗଛ ପାଖରେ କୌଣସି ଅଳିଆ ଆବର୍ଜନା ରଖାଯାଇନଥାଏ । ଏହା ସହ ଜୋତା ଚପଲ ରଖିବାକୁ ବାରଣ କରାଯାଇଥାଏ । 

ଅଧିକ ପଢନ୍ତୁ ଧର୍ମ ଓ ସଂସ୍କୃତି ଖବର 
ହିନ୍ଦୁ ଶାସ୍ତ୍ର କୁହେ କୌଣସି ଶୁଭ କର୍ମରେ କଳା ରଙ୍ଗର ପୋଷାକ ପିନ୍ଧିବା ଠିକ୍ ନୁହେଁ । ଏହି ଅକ୍ଷୟ ତୃତୀୟା ଦିନ ତୁଳସୀ ମା'ଙ୍କୁ ସ୍ଵଚ୍ଛ ଓ ଶୁଦ୍ଧ ରଙ୍ଗର ପୋଷାକ ପିନ୍ଧିବା ଠିକ୍ ହୋଇଥାଏ । ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ପ୍ରସାଦରେ ସର୍ବଦା ତୁଳସୀର ପ୍ରୟୋଗ କରାଯାଏ । ଏହି ଦିନ ମଧ୍ୟ ପ୍ରସାଦରେ ତୁଳସୀର ବ୍ୟବହାର କରିବା ଉଚିତ୍ ହେଇଥାଏ । 
ଏହା ସହ  ଅକ୍ଷୟ ତୃତୀୟାରେ ମହିଳା ମାନେ ସ୍ଵଚ୍ଛ ମନରେ ତୁଳସୀ ମା'ଙ୍କ ପୂଜା କରିବା ଦ୍ଵାରା ଘରେ ଧନଧାନ୍ୟର ବୃଦ୍ଧି ଘଟିଥାଏ । ଏହି ସବୁ ଉପାୟକରିବା ଦ୍ଵାରା ଅକ୍ଷୟ ତୃତୀୟାରେ  ଭଗବାନ ବିଷ୍ଣୁ ଓ ମା' ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
How to make Maa Mahalakshmi peace in Akshay Tritiya ? | Argus News