Videos
|
Lifestyle

Diwali Safety Tips / ଦୀପାବଳିରେ ବାଣ ଫୁଟାଇବା ବେଳେ ସତର୍କତା ଜରୁରୀ: ଜାଣନ୍ତୁ କଣ କରିବେ, କଣ କରିବେନି...

Debashree Debasmita Sahoo
Browse all articles by Debashree Debasmita Sahoo
·2 hours ago·2 min read
ଦୀପାବଳିରେ ବାଣ ଫୁଟାଇବା ବେଳେ ସତର୍କତା ଜରୁରୀ: ଜାଣନ୍ତୁ କଣ କରିବେ, କଣ କରିବେନି...
Diwali Safety Tips

Key Points

ଆଜି ଆଲୋକର ପର୍ବ ଦୀପାବଳି
ସବୁଠି ଉତ୍ସବ, ହସଖୁସିର ମାହୋଲ
କିନ୍ତୁ ବାଣ ଫୁଟାଇବା ହେଉ କି ଦୀପ ଲଗାଇବା,
ସାବଧାନତା ନିହାତି ଜରୁରୀ...
ଭୁବନେଶ୍ୱର: ଆଲୋକର ପର୍ବ ଦୀପାବଳିକୁ ନେଇ ଚାରିଆଡ଼େ ଉତ୍ସବର ମାହୋଲ । ଦୀପାବଳିରେ ଦୀପ ଜାଳିବା ସହ ବାଣ ଫୁଟାଇ ଖୁସି ମନାଇଥାନ୍ତି ଲୋକେ । ତେବେ ଟିକିଏ ଅସାବଧାନତା ଯୋଗୁଁ ଏହି ଖୁସି ଦୁଃଖରେ ପରିଣତ ହୋଇପାରେ । ବାଣ ଫୁଟାଇବା ସମୟରେ ଅଗ୍ନିକାଣ୍ଡ, ପୋଡ଼ାଜଳା ଓ ଅନ୍ୟାନ୍ୟ ଦୁର୍ଘଟଣାର ଆଶଙ୍କା ରହିଥାଏ । ତେଣୁ ନିଜ ସହ ଅନ୍ୟମାନଙ୍କ ସୁରକ୍ଷା ପାଇଁ କିଛି ନିୟମ ମାନିବା ଜରୁରୀ ।

ବାଣ ଫୁଟାଇବା ବେଳେ କ’ଣ କରିବେ?
- ବାଣ ଫୁଟାଇବା ସମୟରେ ସୂତା ବସ୍ତ୍ର ପିନ୍ଧିବା ଉଚିତ । ସିନ୍ଥେଟିକ୍ ପୋଷାକ ଶୀଘ୍ର ନିଆଁ ଧରିପାରୁଥିବାରୁ ଏହାକୁ ଏଡ଼ାଇବା ଆବଶ୍ୟକ ।
- ସବୁବେଳେ ଖୋଲା ଓ ନିରାପଦ ସ୍ଥାନରେ ବାଣ ଫୁଟାନ୍ତୁ ।
- ବାଣ ଜଳାଇବା ସମୟରେ ନିର୍ଦ୍ଦିଷ୍ଟ ଦୂରତା ରକ୍ଷା କରନ୍ତୁ ।
- ବାଣ ଫୁଟାଇବା ସ୍ଥାନରେ ପାଣି କିମ୍ବା ଅଗ୍ନି ନିର୍ବାପକ ବ୍ୟବସ୍ଥା ରଖିବା ଜରୁରୀ ।
- ଅଧିକ ଧୂଆଁ ଓ ଶବ୍ଦ ସୃଷ୍ଟି କରୁନଥିବା ବାଣକୁ ପ୍ରାଥମିକତା ଦିଅନ୍ତୁ ।
- ଛୋଟ ପିଲାମାନେ ବାଣ ଫୁଟାଇବା ସମୟରେ ବଡ଼ମାନେ ସେମାନଙ୍କ ପାଖରେ ରହିବା ଉଚିତ।

କ’ଣ କରିବେନି ?
- ବାଣ ଫୁଟାଇବା ସମୟରେ ହାତରେ ବାଣ ଧରି ଜଳାନ୍ତୁ ନାହିଁ ।
- ଘର ଭିତରେ, ଜନଗହଳିପୂର୍ଣ୍ଣ ସ୍ଥାନରେ କିମ୍ବା ଗାଡ଼ିମୋଟର ନିକଟରେ ବାଣ ଫୁଟାଇବାରୁ ଦୂରେଇ ରୁହନ୍ତୁ ।
- ବାଣ ନିକଟରେ ପେଟ୍ରୋଲ, ଡିଜେଲ କିମ୍ବା ଅନ୍ୟ ଦହନଶୀଳ ପଦାର୍ଥ ରଖନ୍ତୁ ନାହିଁ ।
- ଯଦି କୌଣସି ବାଣ ଫୁଟିନଥାଏ, ତେବେ ତାହାକୁ ପୁନର୍ବାର ଜଳାଇବାକୁ ଚେଷ୍ଟା କରନ୍ତୁ ନାହିଁ ।
- ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବାରୁ ମଧ୍ୟ ନିବୃତ୍ତ ରୁହନ୍ତୁ ।

ପଢନ୍ତୁ ଏହି ଖବର: ସବୁଜ ଦୀପାବଳି ପାଳନ ଲାଗି ସବୁଠି ପ୍ରସ୍ତୁତି; ପିତୃପୁରୁଷଙ୍କୁ ମନେପକାଇ ଜଳି ଉଠିବ କାଉଁରିଆ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦୀପାବଳିର ଖୁସିକୁ ବଜାୟ ରଖିବା ପାଇଁ ସତର୍କତା ହିଁ ସବୁଠାରୁ ବଡ଼ ଜିନିଷ । ନିଜର ଆନନ୍ଦ ସହ ଅନ୍ୟମାନଙ୍କ ସୁରକ୍ଷା ଓ ପରିବେଶ ପ୍ରତି ଧ୍ୟାନ ଦେଇ ଦୀପାବଳି ପାଳନ କରିବା ଉଚିତ । ଏହାଦ୍ଵାରା ଆପଣଙ୍କ ଦୀପାବଳି ପାଳନର ଅନୁଭୂତି ସବୁଦିନ ପାଇଁ ଖୁସିର ଅନୁଭୂତି ହୋଇ ରହିବ । ଏହାସହିତ ପରିବେଶ ସୁରକ୍ଷାକୁ ଧ୍ୟାନରେ ରଖି ଦୀପାବଳି ପାଳିବା ଉଚିତ । ବିଶେଷ କରି ଯେଉଁମାନେ ପ୍ରଦୂଷିତ ସହରରେ ରହୁଛନ୍ତି, ସେମାନେ ନିୟମ ଅନୁଯାୟୀ ବାଣ ଫୁଟାଇବା ଦରକାର ।