Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Lifestyle

ଛୁଆଙ୍କୁ ବୁଦ୍ଧିମାନ କରିବାକୁ ଆପଣାନ୍ତୁ ଏହି ସବୁ ଟିପ୍ସ୍

Dimpal Swain
Browse all articles by Dimpal Swain
·2 years ago·2 min read
ଛୁଆଙ୍କୁ ବୁଦ୍ଧିମାନ କରିବାକୁ ଆପଣାନ୍ତୁ ଏହି ସବୁ ଟିପ୍ସ୍

ଅର୍ଗସ ବ୍ୟୁରୋ: ପ୍ରତ୍ୟେକଟି ବାପା ମା ଚାହାଁନ୍ତି ତାଙ୍କ ପିଲାମାନେ ବୁଦ୍ଧିମାନ ହୁଅନ୍ତୁ । ଭଲ ପାଠ ପଢି ସମାଜରେ ନାଁ କରନ୍ତୁ । କୁହାଯାଏ ମାଟିକୁ ଆମେ ଯେମିତି ଆକୃତି ଦେବା ସେ ସେମିତି ଆକୃତି ନେବ । ଠିକ୍ ସେହିପରି ଛୋଟ ଛୁଆଙ୍କୁ ଆମେ ଯେମିତି ଲାଳନ ପାଳନ କରି ଗଢିବା ସେମାନେ ମଧ୍ୟ ସେହିଭଳି ବଡ ହେବେ । ନିଜ ଛୁଆଙ୍କୁ ତ ସବୁ ବାପା ମା' ଭଲ ପାଆନ୍ତି ତାଙ୍କ ପାଇଁ ସବୁକିଛି କରନ୍ତି । ହେଲେ କିଛି ଛୁଆ ଭାରି ବୁଦ୍ଧିମାନ ହୋଇଥାନ୍ତି ।   
କ'ଣ ଆପଣମାନେ ବି ଚାହୁଁଛନ୍ତି ନିଜ ପିଲାଙ୍କୁ ବୁଦ୍ଧିମାନ କରିବା ପାଇଁ ? ତେବେ ଆପଣାନ୍ତୁ ଏହି ଟିପ୍ସ୍ ....

ଅଧିକ ପଢନ୍ତୁ ଜୀବନ ଶୈଳୀ ଖବର 
୧. ବୁଦ୍ଧିମାନ ପିଲାଙ୍କ ସ୍ଵଭାବରେ ପଜିଟିଭ ଗୁଣ ଥିବା ସହ କାମ କରିବାକୁ ଇଚ୍ଛାଶକ୍ତି ଅଧିକ ଥାଏ । କାମ କରିବାରେ ଆଗରେ ରୁହନ୍ତି ପଛ ଘୁଞ୍ଚା ଦିଅନ୍ତି ନାହିଁ । 
୨. କୌଣସି ବି ପରିସ୍ଥିତିରେ କାମରେ ବାଧା ଆସିଲେ ବି ବୁଦ୍ଧିମାନ ପିଲା ମାନେ ଡରନ୍ତି ନାହିଁ । 
୩. ଖରାପ ପରିସ୍ଥିତିରେ ବି ସଠିକ୍ ନିର୍ଣ୍ଣୟ ନେବାରେ ସକ୍ଷମ ହେଇଥାନ୍ତି ଏହି ପିଲା ମାନେ ।
୪. କାମର ଲାଭ-କ୍ଷତି କେତେ ହେବ ସେ ଉପରେ ଭାବି ଚିନ୍ତା କରି କରନ୍ତି । 
୫. ବୁଦ୍ଧିମାନ ପିଲାଙ୍କ ସ୍ଵଭାବ ସେମାନେ ନିଜକୁ ଭଲ ଭାବରେ ବୁଝନ୍ତି । ଯାହା ଫଳରେ କୌଣସି ବି ଖରାପ ପରିସ୍ଥିତିରେ ନିଜ ଉପରେ ଧୌର୍ଯ୍ୟ ଶକ୍ତି ଅଧିକ ଥାଏ । 
୬. ବୁଦ୍ଧିମାନ ପିଲା ମାନେ କାହା ପ୍ରତି କୌଣସି ପ୍ରକାରର ଇର୍ଷା ଭାବନା ରଖନ୍ତି ନାହିଁ । ସମସ୍ତଙ୍କ ସହ ସହାନୁଭୂତି ଭାବନା ରଖିଥାନ୍ତି । 
୭. ଏହି ପିଲା ମାନେ ବହୁତ ସମୟ ନିଜସ୍ଵ ଚିନ୍ତାଧାରା ଆଣି କାମ କରିଥାନ୍ତି । ସବୁ କାମକୁ ବର୍ଣ୍ଣନା କରି କାମ କରନ୍ତି । ଏସବୁ ପରେ ବି ସେମାନେ ସବୁ ବେଳେ କିଛି ନୂଆ କରିବାର ପ୍ରୟାସରେ ରୁହନ୍ତି । 
୮. ଏହି ପିଲା ମାନଙ୍କୁ ଜାଣିବାର ବହୁତ ଇଚ୍ଛା ଥାଏ । କୌଣସି ଜିନିଷକୁ ଜାଣିବାରେ ବହୁତ ଇଚ୍ଛା ଶକ୍ତି ଥାଏ । ନୂଆ ଆବିଷ୍କାର, ଉଦଭାବନ କରିବାରେ ସଫଳ ହୋଇଥାନ୍ତି । 
୯. ବୁଦ୍ଧିମାନ ପିଲା ମାନେ କୌଣସି ବି  ପରିସ୍ଥିତି ସହ ନିଜକୁ ଖାପ ଖୁଆଇ ନିଅନ୍ତି । 
୧୦. ଏହି ପିଲା ମାନେ ଶାନ୍ତ, ସ୍ଥିର ସ୍ଵଭାବର ହୋଇଥାନ୍ତି , ଯାହା ତାଙ୍କୁ ଅନ୍ୟ ମାନଙ୍କ ଠାରୁ ଭିନ୍ନ କରେ । 
ଏସବୁ ଉପାୟ କଲେ ଜଣେ ବୁଦ୍ଧିମାନ ହୋଇପାରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
What if the baby will be intelligent ? | Argus News