Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - କେବଳ ହଳଦିଆ ରଙ୍ଗ ଦେଖି କିଣୁଛନ୍ତି କି କଦଳୀ? ତାହେଲେ ହୋଇଯାନ୍ତୁ ସାବଧାନ

Lifestyle

How to choose the right banana / କେବଳ ହଳଦିଆ ରଙ୍ଗ ଦେଖି କିଣୁଛନ୍ତି କି କଦଳୀ? ତାହେଲେ ହୋଇଯାନ୍ତୁ ସାବଧାନ

Subhramjit Ray
Browse all articles by Subhramjit Ray
·2 hours ago·2 min read
କେବଳ ହଳଦିଆ ରଙ୍ଗ ଦେଖି କିଣୁଛନ୍ତି କି କଦଳୀ? ତାହେଲେ ହୋଇଯାନ୍ତୁ ସାବଧାନ
How to choose the right banana

Key Points

କଦଳୀ କିଣିବା ସମୟରେ, ଅଧିକାଂଶ ଲୋକ ତୁରନ୍ତ ଏହାକୁ ଏକଥା ଭାବି କିଣି ଦେଇଥାନ୍ତି କାରଣ ଏହା ହଳଦିଆ ରଙ୍ଗର। ହେଲେ କଦଳୀର ରଙ୍ଗ ଏହାର ଗୁଣବତ୍ତା ଏବଂ ପୁଷ୍ଟିକର ହେବାର ଏକମାତ୍ର ସୂଚକ ନୁହେଁ।
How to identify naturally ripened bananas: କଦଳୀ ଦେଶରେ ସର୍ବାଧିକ ବ୍ୟବହୃତ ହେଉଥିବା ଫଳ ମଧ୍ୟରୁ ଅନ୍ୟତମ। ସ୍ୱାଦିଷ୍ଟ ହେବା ସହିତ ଏହାକୁ ଶକ୍ତି, ଫାଇବର ଏବଂ ଅନେକ ଆବଶ୍ୟକୀୟ ପୋଷକ ତତ୍ତ୍ୱର ଏକ ଭଲ ଉତ୍ସ ବାବରେ ମଧ୍ୟ ବିବେଚନା କରାଯାଏ। ବଜାରରେ କଦଳୀ କିଣିବା ସମୟରେ ଅଧିକାଂଶ ଲୋକେ ପ୍ରାୟତଃ ଏହାର ରଙ୍ଗ ଉପରେ ଆଧାର କରି ଏହାକୁ କିଣିବେ ନା ନାହିଁ ତାହା ଉପରହେ ନିଷ୍ପତ୍ତି ନେଇଥାନ୍ତି। ଏପରିକି ଲୋକେ ଏକଥା ଧରି ନେଇଥାନ୍ତି ଯେ ଉଜ୍ଜ୍ୱଳ ହଳଦିଆ ରଙ୍ଗର କଦଳୀ ହେଉଛି ସର୍ବୋତ୍ତମ। ହେଲେ ତଥାପି ବିଶେଷଜ୍ଞଙ୍କ କହିବା ଅନୁଯାୟୀ, କଦଳୀର ରଙ୍ଗ ଏହାର ଗୁଣବତ୍ତା ଏବଂ ପୁଷ୍ଟିକର ହେବାର ଏକମାତ୍ର ସୂଚକ ନୁହେଁ। ବିଭିନ୍ନ ରଙ୍ଗର କଦଳୀ କେତେକ ସମୟରେ ଶରୀରକୁ ବିଭିନ୍ନ ଲାଭ ପ୍ରଦାନ କରିପାରେ।

କଦଳୀର ରଙ୍ଗ କ'ଣ ସୂଚାଇଥାଏ?

କଦଳୀ ପାଚିବା ସହିତ ଏହାର ରଙ୍ଗ ପରିବର୍ତ୍ତନ ହୋଇଥାଏ। କଦଳୀ ସବୁଜ ରଙ୍ଗର ହୋଇଥାଏ, ଏହା ପରେ ଧିରେ ଧିରେ ହଳଦିଆ ରଙ୍ଗର ହୋଇଯାଏ। ପରେ ଏହା ମାଟିଆ ରଙ୍ଗର ହୋଇଯିବା ସହ ଏଥିରେ କଳା ଦାଗ ସୃଷ୍ଟି ହୋଇଥାଏ। ପ୍ରତ୍ୟେକ ପର୍ଯ୍ୟାୟରେ କଦଳୀର ସ୍ୱାଦ ସାମାନ୍ୟ ଭିନ୍ନ ଭିନ୍ନ ହୋଇପାରେ।

ସବୁଜ (କଞ୍ଚା) କଦଳୀ କ'ଣ ପାଇଁ ଲାଭଦାୟକ?
ସବୁଜ କଦଳୀରେ ପ୍ରତିରୋଧି ଷ୍ଟାର୍ଚ (Resistant Starch) ଅଧିକ ପରିମାଣରେ ଥାଏ। ଏହା ହଜମ ପ୍ରକ୍ରିୟାକୁ ଧିର କରେ ଏବଂ ଏହା ଅଧିକ ସମୟରେ ପେଟରେ ରହିବା ଯୋଗୁଁ ଆପଣଙ୍କ ଶରୀର ଭାରୀ ଭାରୀ ଲାଗିଥାଏ। ଏହା ରକ୍ତ ଶର୍କରା ନିୟନ୍ତ୍ରଣ ପାଇଁ ମଧ୍ୟ ଭଲ ଖାଦ୍ୟ ବୋଲି ବିବେଚନା କରାଯାଏ।

କାହିଁକି ସମସ୍ତଙ୍କର ପ୍ରିୟ ହଳଦିଆ ରଙ୍ଗର କଦଳୀ?
ହଳଦିଆ କଦଳୀକୁ ସମ୍ପୂର୍ଣ୍ଣ ପାଚିଲା ବୋଲି ବିବେଚନା କରାଯାଏ। ଏଥିରେ ପ୍ରାକୃତିକ ମିଠା ଅଧିକ ଥାଏ। ଯାହା ସହଜରେ ହଜମ ହୋଇଥାଏ। ଏହି କାରଣରୁ ଅଧିକାଂଶ ଲୋକ ଏହାକୁ ଖାଇବାକୁ ପସନ୍ଦ କରିଥାନ୍ତି।

ଏହା ସହ ପଢନ୍ତୁ: ହାଇଦ୍ରାବାଦରେ ୨୦୦ କେଜି ଆମ୍ବ ଜବତ; ବ୍ୟବସାୟୀ ଗିରଫ

ଦାଗ ଯୁକ୍ତ କଦଳୀକୁ କରନ୍ତୁ ନାହିଁ ଅଣଦେଖା
ଅନେକ ଲୋକ ଭାବିଥାନ୍ତି ଯେ ଦାଗ ଥିବା କଦଳୀ ନଷ୍ଟ ହୋଇଯାଇଛି। ହେଲେ ତଥାପି ଏହି କଦଳୀ ଅତ୍ୟଧିକ ପାଚି ଯାଇଥାଏ। ଯେଉଁଥିରେ ଅଧିକ ଶର୍କରା ପରିମାଣ ରହି ଥାଇପାରେ। ଯାହାକୁ ସ୍ମୁଦି, ଶେକ୍ ଏବଂ ବେକିଂ ଭଳି ରେସିପି ଲାଗି ବହୁଳ ଭାବରେ ବ୍ୟବହୃତ କରାଯାଏ।

ଆପଣ କେଉଁ କଦଳୀ ବାଛିବା ଆବଶ୍ୟକ?
ଏହା ସମ୍ପୂର୍ଣ୍ଣ ଭାବରେ ଆପଣଙ୍କ ଆବଶ୍ୟକତା ଉପରେ ନିର୍ଭର କରେ। ଯଦି ଆପଣ କମ୍ ମିଠା ଏବଂ ଅଧିକ ଫାଇବରଯୁକ୍ତ କଦଳୀ ଚାହାଁନ୍ତି, ତାହେଲେ ଆପଣ ଏକ ସବୁଜ ରଙ୍ଗର (କଞ୍ଚା0 କଦଳୀ ବାଛିପାରିବେ। ହେଲେ ଶୀଘ୍ର ଖାଇବା ଏବଂ ମିଠା ସ୍ୱାଦ ପାଇଁ ହଳଦିଆ ରଙ୍ଗର କଦଳୀକୁ ଭଲ ବୋଲି ବିବେଚନା କରାଯାଏ। ପରବର୍ତ୍ତୀ ସମୟରେ ଆପଣ ବଜାରକୁ ଆସିଲେ, କେବଳ ହଳଦିଆ ରଙ୍ଗ ଦେଖି କଦଳୀ କିଣିବା ପାଇଁ ବିଚାର କରନ୍ତୁ ନାହିଁ।

କଦଳୀ କିଣିବା ସମୟରେ ଏକଥା ଦିଅନ୍ତୁ ଧ୍ୟାନ
କଦଳୀ ଚୋପା ଅତ୍ୟଧିକ ଫାଟିବା ଉଚିତ୍ ନୁହେଁ। ପଚା କିମ୍ବା ଦୁର୍ଗନ୍ଧଯୁକ୍ତ କଦଳୀ କିଣନ୍ତୁ ନାହିଁ। ଆପଣ ଆପଣଙ୍କ ଆବଶ୍ୟକତା ଅନୁସାରେ ପାଚିବାର ବିଭିନ୍ନ ସ୍ତରରେ କଦଳୀ ବାଛନ୍ତୁ। ଯଦି ଆପଣ କିଛି ଦିନ ପରେ ଏହାକୁ ଖାଇବାକୁ ଯୋଜନା କରୁଛନ୍ତି, ତାହେଲେ ସାମାନ୍ୟ ସବୁଜ ରଙ୍ଗର କଦଳୀ କିଣନ୍ତୁ। ହଳଦିଆ ଏବଂ ତାଜା କଦଳୀ ତୁରନ୍ତ ଖାଇବା ପାଇଁ ସର୍ବୋତ୍ତମ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored