Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୧୦୦ ବର୍ଷ ଧରି ବଞ୍ଚିବାର ରହସ୍ୟ ?

Lifestyle

୧୦୦ ବର୍ଷ ଧରି ବଞ୍ଚିବାର ରହସ୍ୟ ?

Dimpal Swain
Browse all articles by Dimpal Swain
·2 years ago·1 min read
୧୦୦ ବର୍ଷ ଧରି ବଞ୍ଚିବାର ରହସ୍ୟ ?

ଅର୍ଗସ ବ୍ୟୁରୋ: ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବାକୁ କାହାକୁ ବା ଇଚ୍ଛା ନଥାଏ ? ଆଜିକାଲିର ଜୀବନଶୈଳୀରେ ସୁସ୍ଥ, ନିରାମୟ ଜୀବନଯାପନ କରିବାକୁ ସମସ୍ତେ ଆଗ୍ରହୀ । କିନ୍ତୁ ଏହି ସୁସ୍ଥ, ନିରାମୟ ଜୀବନ ପାଇବାକୁ ହେଲେ ବିଭିନ୍ନ ଉପାୟ ଅବଲମ୍ବନ କରିବାକୁ ପଡେ । କଣ ଆପଣ ମାନେ ବି ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିବାକୁ  ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ସବୁ ଉପାୟ ...
ଆଜି ବି ମଣିଷ ଅଛନ୍ତି ଯେଉଁମାନେ ୧୦୦ରୁ ଅଧିକ ବର୍ଷ ବୟସ ଜୀବନ ଅତିବାହିତ କରୁଛନ୍ତି । ବୟସ ବୃଦ୍ଧି ପାଇଁ ଭଲ ଖାଇବା, ଶାରୀରିକ ବ୍ୟାୟମ ସହ ସୁସ୍ଥ ଜୀବନଶୈଳୀ ଆପଣେଇଛନ୍ତି । ଏହା ସହିତ ସୁସ୍ଥ ଚିନ୍ତାଧାରା ଦୀର୍ଘ ଜୀବନର ଚାବିକାଠି ହୋଇଥାଏ । ଏମିତି ବି ଲୋକ ଅଛନ୍ତି ଯେଉଁମାନେ ନିଜ ବୟସ ଠାରୁ ମଧ୍ୟ ଅଧିକ ଲମ୍ବା ସମୟ ଧରି ଜୀବିତ ରହିଛନ୍ତି । 

ଅଧିକ ପଢନ୍ତୁ ଜୀବନଶୈଳୀ ଖବର 
ଲମ୍ବା ସମୟ ଧରି ବଞ୍ଚିବାର ରହସ୍ୟ କଣ ? 
ମହିଳା ମାନେ ନିଜର ନିର୍ଦ୍ଦିଷ୍ଟ ଓଜନ ସନ୍ତୁଳନ ରଖିବା ଦ୍ଵାରା ବୟସ ବୃଦ୍ଧି ଘଟିଥାଏ । ଆଗରୁ କୁହାଯାଉଥିଲା, ୬୦ ବର୍ଷ ବୟସ ପରେ ମହିଳା ମାନେ ନିଜର ଓଜନ କମ କରିବା ଭୁଲ । କିନ୍ତୁ ଏବେ ବୈଜ୍ଞାନିକ ମାନେ ଭିନ୍ନ ଏକ ମତ ଦେଉଛନ୍ତି । ତାଙ୍କ କଥାନୁସାରେ, ୬୦ ବର୍ଷ ବୟସ ପରେ ଓଜନ ହ୍ରାସ ଲାଭଦାୟକ ହୋଇଥାଏ । ୬୦ ବର୍ଷ ପରେ ମହିଳା ମାନେ ଏକ ନିର୍ଦ୍ଦିଷ୍ଟ ଓଜନ ରଖିବା ଲାଭପ୍ରଦ ହୋଇଥାଏ । 
ବୃଦ୍ଧ ମହିଳାମାନଙ୍କ କ୍ଷେତ୍ରରେ ଓଜନ କମ ରହିବା ଏକ ପ୍ରକାର ସାମାନ୍ୟ କଥା ହୋଇଥାଏ । କିନ୍ତୁ ନିର୍ଦ୍ଦିଷ୍ଟ ଓଜନ ରହିବା ଦ୍ଵାରା ଜୀବନଶୈଳୀ ଉପରେ ବିଶେଷ ପ୍ରଭାବ ପକାଏ । ଯାହା ଜୀବନଶୈଳୀକୁ ସୁସ୍ଥ ରଖିବା ସହ ବୟସରେ ବୃଦ୍ଧି ହୋଇଥାଏ । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Who doesn't want to live for 100 years? | Argus News