ଓଜନ କମାଇବାକୁ ଚାହୁଁଛନ୍ତି ? ଏହି ଖାଦ୍ୟ ଗୋଟିଏ ମାସରେ କମାଇଦେବ ଓଜନ

ଅର୍ଗସ ବ୍ୟୁରୋ : ଆଜିକାଲି ଲୋକ ଯେତେ ଟଙ୍କା କମାଉଥିଲେ ମଧ୍ୟ ବାହାରର ଫାଷ୍ଟଫୁଡ ଛାଡି ସୁସ୍ଥ ଖାଦ୍ୟ ଆପଣାଉଛନ୍ତି । କାରଣ ଫାଷ୍ଟଫୁଡରେ ଥିବା ଫ୍ୟାଟ, କ୍ୟାଲୋରୀ ଏତେ ମାତ୍ରାରେ ଥାଏ, ତାହା ଆପଣଙ୍କ ଚର୍ବି ବଢାଇବା ସହ ଶରୀରରେ ଅନେକ ପ୍ରକାର ରୋଗ ସୃଷ୍ଟି କରିଥାଏ । ସେଥିପାଇଁ ଅଧିକାଂଶ ଲୋକ ଘରୋଇ ବା ଘରେ ତିଆରି ହେଉଥିବା ଦେଶୀ ଖାଦ୍ୟକୁ ନିଜ ଜଳଖିଆ ଟିଫିନ ପାଇଁ ଖାଉଛନ୍ତି । ତେବେ କେଉଁ ଖାଦ୍ୟ ସକାଳେ ଖାଇଲେ ଆପଣଙ୍କ ଶରୀର ସୁସ୍ଥ ରହିବା ସହ ସ୍ବାଦ ବି ଭଲ ରହିବ ଏବଂ ଆପଣ ଫିଟ ଏବଂ ଆକ୍ଟିଭ ରହିବେ, ଆସନ୍ତୁ ଜାଣିବା ।
ଫିଟ ରହିବା ପାଇଁ ସବୁଠୁ ପ୍ରଥମ ସୁସ୍ବାଦୁ ଖାଦ୍ୟ ହେଉଛି ଦଲିଆ । ଯାହା ପାଟିକୁ ସୁଆଦ ଲାଗିବା ସହ ଏଥିରେ ଥିବା ଭରପୁର ମାତ୍ରାରେ ଫାଇବର , ଭିଟାମିନ , ଏବଂ ମିନେରାଲ୍ସ ଶରୀରକୁ ସୁସ୍ଥ ରଖିଥାଏ । ଏଥିସହ ଆପଣଙ୍କ ଓଜନ କରିଥାଏ । ଶର୍କରାର ପରିମାଣ ମଧ୍ୟ କମାଇଥାଏ ।
ସେହିପରି ଫିଟ ରହିବାକୁ ଅନ୍ୟଏକ ସ୍ବାସ୍ଥ୍ୟକର ଖାଦ୍ୟ ହେଉଛି ପୋହା । ସକାଳୁ ଏହି ଖାଇବା ଦେହକୁ ସୁସ୍ଥ ରଖିଥାଏ । କିନ୍ତୁ ଏହାକୁ ଅଳ୍ପ ପରିମାଣରେ ଖାଇବା ଦରକାର । କାରଣ ଏଥିରେ ଥିବା କାର୍ବୋହାଇଡ୍ରେଟ ଶରୀର ପାଇଁ ଭଲ ନୁହେଁ ।
ଅଧିକ ପଢନ୍ତୁ : ଓଜନ ହ୍ରାସ କରିବାରେ ସାହାର୍ଯ୍ୟ କରେ ଲିଚି
ମୁଙ୍ଗଚିଲ୍ଲା ବା ମୁଗରେ ତିଆରି ପିଠା । ଆପଣ ମୁଗକୁ ଗ୍ରାଇଣ୍ଡିଂ କରି ଏଥିରେ ବିଭିନ୍ନ ପ୍ରକାରର ଆପଣଙ୍କ ମନ ପସନ୍ଦର ପରିବା ପକାଇ ଏହାକୁ ପିଠା ଭଳି ବନାଇ ଆପଣ ଖାଇ ପାରିବେ । ଏହା ମଧ୍ୟ ପାଟିକୁ ସୁଆଦ ଲାଗିବା ସହ ଶରୀରକୁ ସୁସ୍ଥ ରଖିଥାଏ । ମୁଗକୁ ପ୍ରୋଟିନର ପାୱାର ହାଉସ କୁହାଯାଏ । ଏଥିରେ ଭିଟାମିନ ବି, ଭିଟାମିନ ସି, କପର, ଫାଇବର ଏବଂ ଶରୀରକୁ ସୁସ୍ଥ ରଖିବାର ପୋଷକ ତତ୍ତ୍ବ ଏଥିରେ ଭରପୁର ମାତ୍ରାରେ ଥାଏ । ଯାହା ଶରୀର ପାଇଁ ନିଆହି ଆବଶ୍ୟକ ।
ଦକ୍ଷିଣ ଭାରତୀୟ ଲୋକଙ୍କ ପ୍ରିୟ ଖାଦ୍ୟ ହେଉଛି ଇଡଲି ସମ୍ବର । ଆପଣ ମଧ୍ୟ ଯଦି ନିଜ ଶରୀରର ଓଜନ କମ କରିବା ସହ ସୁସ୍ବାଦୁ ଖାଦ୍ୟ ଖାଇବାକୁ ଚାହୁଁଛନ୍ତି, ତେବେ ଇଡଲୀକୁ ନିଜ ଜଳଖିଆ ଖାଇବା ରୁପେ ନିଶ୍ଚିନ୍ତ ଖାଆନ୍ତୁ ।
ମୁଗଗଜା ଶରୀର ପାଇଁ ବେଶ ଭଲ । ଏଥିରେ ସକାଳୁ ଆପଣ କାକୁଡି, ଟମାଟର ଏବଂ ଲେମ୍ବୁ ପକାଇ ସକାଳ ଜଳଖିଆ କରି ପାରିବେ । ଏହା ମଧ୍ୟ ଶରୀରକୁ ଫିଟ ରଖିବା ସହ ଆକ୍ଟିଭ ରଖିଥାଏ ।
ତେବେ ଆପଣ ଯଦି ସୁସ୍ଥ ଏବଂ ସୁସ୍ବାଦୁ ଖାଦ୍ୟ ଖାଇବା ପାଇଁ ଚାହୁଁଛନ୍ତି, ତେବେ ଏସବୁ ଖାଦ୍ୟ ଆପଣଙ୍କ ଦୈନନ୍ଦିନ ଜୀବନଶୈଳୀର ଖାଦ୍ୟ ତାଲିକାରେ ନିଶ୍ଚନ୍ତ ବ୍ୟବହାର କରନ୍ତୁ ।