Viral Topic / ଆଧାର କାର୍ଡରେ ସମସ୍ତଙ୍କ ଫଟୋ ଖରାପ କାହିଁକି ? ଜାଣନ୍ତୁ ପ୍ରକୃତ କଥା
·10 hours ago·2 min read

Key Points
ଭାରତରେ ପରିଚୟ ପତ୍ର ଭାବେ ଆଧାର କାର୍ଡର ବହୁଳ ବ୍ୟବହାର ହୁଏ । କିନ୍ତୁ ସମସ୍ତଙ୍କ ଆଧାର କାର୍ଡରେ ଥିବା ଫଟୋଟି ବାସ୍ତବତାଠାରୁ ବେଶ ଖରାପ ଦେଖାଯାଇଥାଏ । କଣ ଏହା ପଛର କାରଣ...
ଭାରତରେ ଆଧାର କାର୍ଡକୁ ପରିଚୟ ପତ୍ର ଭାବେ ବହୁଳ ବ୍ୟବହାର କରାଯାଏ । ପରୀକ୍ଷାଠାରୁ ହୋଟେଲରେ ରହିବା ପର୍ଯ୍ୟନ୍ତ ଯୁଆଡ଼େ ଗଲେ ଖୋଜାପଡ଼େ ସମସ୍ତଙ୍କ ଆଧାର କାର୍ଡ । ଭାରତରେ ଏହି ପରିଚୟ ପତ୍ରକୁ ନେଇ ସବୁଠୁ ରୋଚକ କଥା ହେଉଛି ସମସ୍ତଙ୍କ ଆଧାର କାର୍ଡରେ ଥିବା ଫଟୋ, ଯାହାକି ଦେଶବ୍ୟାପୀ ପରିହାସ ପାଲଟିଛି । ସୋସିଆଲ ମିଡିଆରେ ଆପଣ ଲୋକଙ୍କର ପ୍ରକୃତ ଫଟୋକୁ ଆଧାର ଫଟୋ ସହିତ ତୁଳନା କରୁଥିବା ମିମ୍ସ ମଧ୍ୟ ବେଶ ଭାଇରାଲ ହୁଏ । ଅନେକ ଡକ୍ୟୁମେଣ୍ଟରେ ଥିବା ନିଜ ଫଟୋକୁ 'ଅଜଣା ବା ଅଚିହ୍ନା' ବୋଲି କୁହନ୍ତି । ଏହା ପଛର ବାସ୍ତବ କାରଣ କଣ କେବେ ଭାବିଛନ୍ତି କି ? କାହିଁକି ସମସ୍ତଙ୍କ ଆଧାର ଫଟୋ ଖରାପ ହୋଇଥାଏ ? ଆସନ୍ତୁ ଜାଣିବା ।
ଫଟୋ ଉଠାଇବା ସମୟରେ ଆଲୋକ ବା ଲାଇଟ୍ ମଧ୍ୟ ଏକ ବିରାଟ ଭୂମିକା ଗ୍ରହଣ କରେ । ଅନେକ ନାମଲେଖା କେନ୍ଦ୍ର ଜନଗହଳିପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ କିମ୍ବା ଅସ୍ଥାୟୀ ସେଟଅପ୍ରେ କାର୍ଯ୍ୟ କରେ, ଯେଉଁଠାରେ ବୃତ୍ତିଗତ ଫଟୋଗ୍ରାଫି ଉପକରଣ ଉପଲବ୍ଧ ନଥାଏ । ଖରାପ କ୍ୟାମେରା ରିଜୋଲ୍ୟୁସନ୍, ଆଲୋକର ଅଭାବ ଏବଂ ନିମ୍ନମାନର ପୃଷ୍ଠଭୂମି ପ୍ରାୟତଃ ଆଧାର ଫଟୋକୁ ଖରାପ କରିଥାଏ ।
ପଢନ୍ତୁ ଏହି ଖବର: କାହିଁକି ହୋଟେଲ ବେଡରେ ବିଛାଯାଏ ଧଳା ବେଡସିଟ୍, ରଙ୍ଗୀନ କାହିଁକି ନୁହେଁ ?
ବିଶେଷଜ୍ଞମାନେ କୁହନ୍ତି ଯେ ଏହି ସମସ୍ୟା କେବଳ ଆଧାର କାର୍ଡ ପାଇଁ ନୁହେଁ । ପାସପୋର୍ଟ ଫଟୋ, ଡ୍ରାଇଭିଂ ଲାଇସେନ୍ସ ଏବଂ ଅନ୍ୟାନ୍ୟ ସରକାରୀ ପରିଚୟ ପତ୍ରଗୁଡ଼ିକ ପ୍ରାୟତଃ ଅସ୍ପଷ୍ଟ ଦେଖାଯାଏ । ଆଧାର କ୍ଷେତ୍ରରେ, ଫଟୋଟି ଆଙ୍ଗୁଠି ଚିହ୍ନ ଏବଂ ଆଇରିସ୍ ଡାଟା ସହିତ ସଂଯୁକ୍ତ, ଯାହା ଦୃଶ୍ୟ ଆକର୍ଷଣ ଅପେକ୍ଷା ବୈଷୟିକ ସଠିକତାକୁ ଅଧିକ ଗୁରୁତ୍ୱପୂର୍ଣ୍ଣ କରିଥାଏ । ଅନେକ ସମୟରେ ଆଧାର କାର୍ଡ ଫଟୋକୁ ନେଇ ଇଣ୍ଟରନେଟରେ ୟୁଜରମାନେ ମଜାଳିଆ ପୋଷ୍ଟ କରିଥାନ୍ତି ।
- କାହିଁକି ସମସ୍ତଙ୍କ ଆଧାର ଫଟୋ ଖରାପ ଆସେ ?
- ଏହା ହୋଇଥାଏ ପ୍ରମୁଖ୍ୟ କାରଣ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories