Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଚିଲଡ଼ ବିଅର ପିଇବାକୁ କାହିଁକି ପସନ୍ଦ କରନ୍ତି ଲୋକେ ?

Lifestyle

ଚିଲଡ଼ ବିଅର ପିଇବାକୁ କାହିଁକି ପସନ୍ଦ କରନ୍ତି ଲୋକେ ?

Dimpal Swain
Browse all articles by Dimpal Swain
·2 years ago·2 min read
ଚିଲଡ଼ ବିଅର ପିଇବାକୁ କାହିଁକି ପସନ୍ଦ କରନ୍ତି ଲୋକେ ?

ଅର୍ଗସ ବ୍ୟୁରୋ : ଥଣ୍ଡା ବିଅର ପିଇବାକୁ ଅନେକ ଲୋକ ବେଶ ପସନ୍ଦ କରନ୍ତି । କିନ୍ତୁ କେତେବେଳେ ଭାବିଛନ୍ତି ଏହି ଥଣ୍ଡା ବିଅର ପିଇବାକୁ କଣ ପାଇଁ ଏତେ ବେଶି ଭଲଲାଗେ । କଣ ପାଇଁ ଏହି ଥଣ୍ଡା ବିଅରର ସ୍ଵାଦ ଲୋକଙ୍କୁ ବେଶି ଭଲ ଲାଗେ ? ଏହି ଉପରେ ରିସର୍ଚ୍ଚ କରୁଥିବା ଅନୁସନ୍ଧାନକାରୀମାନେ ମତ ଦେଇଛନ୍ତି , ମଦ୍ୟପାନକାରୀ ପାନୀୟରେ ଥିବା ଜଳ ଏବଂ ଇଥାନଲ ଅଣୁଗୁଡ଼ିକର ଆଚରଣ ଅଧ୍ୟୟନ କରିବା ପରେ କହିଛନ୍ତି  ଥଣ୍ଡା ବିଅରର ସ୍ବାଦ କଣ ପାଇଁ ବେଶି ଭଲ ଲାଗେ ।

ଅଧ୍ୟୟନରୁ ଜଣାପଡିଛି ଯେ, ଇଥାନୋଲ ଅଣୁ ଗୁଡିକର ସ୍ଵାଦ ପାଣିର ତାପମାତ୍ରାନୁସାରେ ବଦଳିଥାଏ । ଅଧ୍ୟୟନ କରୁଥିବା ଲେଖକ ପ୍ରଫେସର ଲି ସିୟୋନ୍ କହିଛନ୍ତି, ଥଣ୍ଡା ବିଅରକୁ ଅଧିକ ପସନ୍ଦ କରାଯାଏ । କମ ତାପମାତ୍ରା ବା ଥଣ୍ଡା ଥିବା ବିୟରର ସ୍ଵାଦ ପାନୀୟକାରୀଙ୍କୁ ବେଶ୍ ଭଲ ଲାଗିଥାଏ । ବିଅରରେ ଥିବା ପାଣି ଓ ଇଥାନଲ ଅଣୁ ଗୁଡିକ ବିଭିନ୍ନ ତାପମାତ୍ରା ଭିନ୍ନ ସ୍ଵାଦ ଦେଇଥାଏ । ଇଥାନଲ ଅଣୁ ଗୁଡିକ ବିଭିନ୍ନ ପାନୀୟରେ ତାପମାତ୍ରାନୁସାରେ, ଅଲଗା ଅଲଗା ସ୍ଵାଦ ଦେଇଥାଏ । ଯେତେବେଳେ ବିଅର ପରି କମ୍-ଆଲକୋହଲ୍ ପାନୀୟଗୁଡିକ ନିମ୍ନ ତାପମାତ୍ରାରେ ରଖାଯାଏ, ଇଥାନଲ୍ ଅଣୁଗୁଡ଼ିକ ଏକ ପିରାମିଡର ଆକାର ଧାରଣ କରନ୍ତି ।

ଅଧିକ ପଢନ୍ତୁ ଜୀବନଶୈଳୀ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟ ପଟେ, ଯଦି ଉଚ୍ଚ ମଦ୍ୟପାନକାରୀ ପାନୀୟର ତାପମାତ୍ରା ସାମାନ୍ୟ ଅଧିକ ଥାଏ, ତେବେ ସେଥିରେ ଥିବା ଇଥାନଲ ଅଣୁଗୁଡ଼ିକ ଶୃଙ୍ଖଳା ପରି ଆକୃତିଧାରଣ କରିଥାଏ । ଯେତେବେଳେ ତାପମାତ୍ରା ହ୍ରାସ ହୁଏ, ଇଥାନଲ୍ ଅଣୁଗୁଡ଼ିକ ଏକତ୍ର ହୋଇଯାଆନ୍ତି, ଯାହା ଥଣ୍ଡା ବିଅରର ସ୍ଵାଦକୁ ଭଲ କରିଥାଏ ।

ଜଳବାୟୁ ପରିବର୍ତ୍ତନ ବିଅର ଉପରେ ବିଶେଷ ପ୍ରଭାବ ପକାଇଥାଏ :

ଅନୁସନ୍ଧାନରୁ ଜଣାପଡିଛି ଜଳବାୟୁ ପରିବର୍ତ୍ତନ ବିଅର ଉପରେ ବିଶେଷ ପ୍ରଭାବ ପକାଇଥାଏ । ପୃଥିବୀର ତାପମାତ୍ରା ଏବଂ ଅନ୍ୟାନ୍ୟ କାରଣଗୁଡିକ ବିଅର ତିଆରିରେ ବ୍ୟବହୃତ ହପ୍ ଫୁଲର ସଂଖ୍ୟା ଏବଂ ଗୁଣରେ ହ୍ରାସ ଘଟାଇପାରେ, ଯେଉଁ କାରଣରୁ ବିଅରର ସ୍ଵାଦ ବଦଳିଯାଇଥାଏ । 

Sponsored
Why do people like the taste of this cold beer? | Argus News