Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ରିଫର୍ମ, ପରଫର୍ମ ଓ ଟ୍ରାନ୍ସଫର୍ମ କ୍ଷେତ୍ରରେ ପ୍ରତିବଦ୍ଧ ‘ମୋଦି ସରକାର’

National

ରିଫର୍ମ, ପରଫର୍ମ ଓ ଟ୍ରାନ୍ସଫର୍ମ କ୍ଷେତ୍ରରେ ପ୍ରତିବଦ୍ଧ ‘ମୋଦି ସରକାର’

Jitendra Dash
Browse all articles by Jitendra Dash
·2 years ago·3 min read
ରିଫର୍ମ, ପରଫର୍ମ ଓ ଟ୍ରାନ୍ସଫର୍ମ କ୍ଷେତ୍ରରେ ପ୍ରତିବଦ୍ଧ ‘ମୋଦି ସରକାର’

ଅର୍ଗସ ବ୍ୟୁରୋ : ନୂଆ ସଂସଦର ବଜେଟ୍ ଅଧିବେଶନରେ ପ୍ରଥମ ଅଭିଭାଷଣ ପ୍ରଦାନ କରି ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁ ମୋଦି ସରକାରଙ୍କ ଐତିହାସିକ ସଫଳତାର ଲମ୍ବାସୂଚୀ ବଖାଣିଥିଲେ । ଗତ ୧୦ବର୍ଷ ଶାସନରେ ମୋଦି ସରକାରଙ୍କ ପ୍ରତିବଦ୍ଧତା ଗୋଟିଏ ପରେ ଗୋଟିଏ ତାଙ୍କ ଅଭିଭାଷଣରେ ପ୍ରଦାନ କରିଛନ୍ତି । ସ୍ୱାଧୀନତାର ଅମୃତକାଳରେ ଭାରତ ସରକାର ଦଶନ୍ଧି ଦଶନ୍ଧି ଧରି ଛନ୍ଦି ହୋଇ ରହିଥିବା ଦେଶର ବଡ ବଡ ତଥା ଜଟିଳ ସମସ୍ୟାଗୁଡିକର ବିଗତ ୧୦ବର୍ଷ ମଧ୍ୟରେ ସୂଚାରୁ ରୂପେ ସମାଧାନ କରିପାରିଛନ୍ତି । ସେଗୁଡିକର ସଫଳ କାର୍ଯ୍ୟାନ୍ୱୟନ ଓ ରୂପାୟନ କରିପାରିଛନ୍ତି । ଯଦ୍ୱାରା ଭାରତ ବର୍ଷର ଅନେକ ସ୍ୱପ୍ନ ପୂରଣ ହୋଇପାରିଛି । ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଉକ୍ତି “ମିଶୁ ମୋର ଦେହ ଏଦେଶ ମାଟିରେ..” ଉଲ୍ଲେଖ କରି ରାଷ୍ଟ୍ରପତି ଶ୍ରୀମତୀ ଦୌପଦୀ ମୁର୍ମୁ କହିଥିଲେ ଯେ, ‘ରାଷ୍ଟ୍ର ସର୍ବୋପରି, ସବୁରି ଊର୍ଦ୍ଧ୍ୱରେ ଦେଶ’ । ମୋଦି ସରକାର ତାଙ୍କ ଶାସନ କାଳରେ କୋଟି କୋଟି ଭାରତୀୟଙ୍କ ୫ଶହ ବର୍ଷର ତ୍ୟାଗ, ସଂଘର୍ଷ ଓ ସମର୍ପଣର ଫଳ ସ୍ୱରୂପ ଅଯୋଦ୍ଧାର ଶ୍ରୀରାମ ଜନ୍ମଭୂମିରେ ଭଗବାନ ଶ୍ରୀରାମଙ୍କର ଭବ୍ୟ ବିଶାଳ ମନ୍ଦିର ନିର୍ମାଣ କରିପାରିଛନ୍ତି । ଯାହା ସମଗ୍ର ଦେଶବାସୀଙ୍କୁ ଅଭିଭୂତ କରିଛି । ରିଫର୍ମ, ପରଫର୍ମ ଓ ଟ୍ରାନ୍ସଫର୍ମ କ୍ଷେତ୍ରରେ ପ୍ରତିବଦ୍ଧ ମୋଦି ସରକାର ବୋଲି ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ତ୍ରିପାଠୀ କହିଛନ୍ତି ।

ଜମ୍ମୁ-କାଶ୍ମୀରରେ ୩୭୦ଧାରା ଉଚ୍ଛେଦ କରି ଶାନ୍ତି ଫେରାଇ ଆଣିବାରେ ମୋଦି ସରକାର ଐତିହାସିକ ସଫଳତା ହାସଲ କରିଛନ୍ତି । ମହିଳାଙ୍କୁ ସମ୍ମାନ ଦେବା କ୍ଷେତ୍ରରେ ତିନି ତଲାକ ବିଲ୍‌କୁ ଆଇନରେ ପରିଣତ କରିପାରିଛନ୍ତି । ସେହିପରି ୱାନ ର‌୍ୟାଙ୍କ ୱାନ ପେନସନ ଲାଗୁ କରି ଏକ ପ୍ରତିରକ୍ଷା ସେବା କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ନେଇପାରିଛନ୍ତି । ମୋଦି ସରକାରଙ୍କ ପାଇଁ ୨୫କୋଟି ଦେଶବାସୀ ଦାରିଦ୍ରରୁ ତ୍ରାହି ପାଇଛନ୍ତି । ଏକ ଶ୍ରେଷ୍ଠ ଭାରତ ନିର୍ମାଣ ପାଇଁ ମୋଦି ସରକାର ସଦା ପ୍ରତିବଦ୍ଧ ରହିଆସିଛନ୍ତି । ବିର୍ସା ମୁଣ୍ଡା ଜୟନ୍ତୀକୁ ଜନଜାତି ଗୌରବ ଦିବସ ଘୋଷଣା କରି ବିଶାଳ ଜନଜାତି ସମାଜ ପାଇଁ ଏକ ବିଶେଷ ସମ୍ମାନ ପ୍ରଦାନ କରିଛନ୍ତି । ସେହିପରି ବିଶ୍ୱର ପ୍ରଥମ ରାଷ୍ଟ୍ରଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଂଚିବାରେ ଭାରତ ବିଶ୍ୱ ରେକର୍ଡ ସୃଷ୍ଟି କରିପାରିଛି । ଐତିହାସିକ ଜି-୨୦ ସମ୍ମିଳନୀ ଆୟୋଜନ କରି ଭାରତୀୟ ବୌଦ୍ଧିକ ସଂସ୍କୃତିର “ବସୁଧୈବ କୁଟୁମ୍ଭକମ୍‌” ବାର୍ତାକୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ବିଶ୍ୱବ୍ୟାପୀ କରିପାରିଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଦି ସରକାରଙ୍କ ସମୟ ଉପଯୋଗୀ ଅର୍ଥନୈତିକ ସଂସ୍କାର ଯୋଗୁଁ ଭାରତବର୍ଷ ୧୦ମ ସ୍ଥାନରୁ ଉନ୍ନୀତ ହୋଇ ପଂଚମ ସ୍ଥାନରେ ପହଚିଂଛି । ବିକଶିତ ଭାରତର ୪ଟି ସ୍ତମ୍ଭ ଯଥା-ଯୁବ ଓ ନାରୀ ଶକ୍ତି ଅଭିବୃଦ୍ଧି ସହ କୃଷକ, ଗରିବ ସମୁଦାୟର ଉନ୍ନତୀ ପାଇଁ ମୋଦି ସରକାର ପ୍ରୟାସରତ ଅଛନ୍ତି । ନାରୀଶକ୍ତି ବନ୍ଦନ ଅଧିନିୟନ ପ୍ରଣୟନ କରି ମୋଦି ସରକାର ଭାରତବର୍ଷର ମାତୃଶକ୍ତି ପ୍ରତି ଏକ ବିଶେଷ ସମ୍ମାନ ପ୍ରଦାନ କରିଛନ୍ତି । କୋଭିଡ ଭଳି ବୈଶ୍ୱିକ ବିପତିର ସଫଳ ମୁକାବିଲା କରିବା ସହ ଆସନ୍ତା ୫ବର୍ଷ ପାଇଁ ଦେଶର ୮୦କୋଟି ହିତାଧିକାରୀଙ୍କୁ ମାଗଣା ଚାଉଳ ଯୋଗାଇ ଦେଇଛନ୍ତି । ଭୂଷୁଡି ପଡିଥିବା ବ୍ୟାଙ୍କି ସିଷ୍ଟମ୍ ମୋଦି ସରକାରରେ ଶକ୍ତିଶାଳି ହୋଇଛି । ବିଶ୍ୱରେ ଭାରତ ସବୁଠୁଁ ବଡ ମୋବାଇଲ ରାଷ୍ଟ୍ରଭାବେ ବିବେଚିତ ହୋଇଛି । ମୋଦି ସରକାର ସମୟରେ ମେକ୍ ଇନ୍ ଇଣ୍ଡିଆ ସବୁଠୁ ବଡ ଅଭିଯାନ ପାଲଟିଛି । 

ବିଶ୍ୱକର୍ମା ଯୋଜନାରେ ୪୪ଲକ୍ଷ ଲୋକ ହିତାଧିକାରୀ ସାମିଲ ହୋଇଛନ୍ତି । ଉଜ୍ଜ୍ୱଳା ଯୋଜନାରେ ୧୦କୋଟି ମା’ମାନଙ୍କ ସୁବିଧା ପାଇଁ ମୋଦିଜୀ ୨.୫ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ସାରା ଦେଶରେ ଆତଙ୍କବାଦ ଓ ନକ୍ସଲବାଦକୁ କଡା ଜବାବ ଦେଇଛି ଭାରତୀୟ ସେନାବାହିନୀ । ୩ଟି ସେନାବାହିନୀରେ ନାରୀଶକ୍ତିର ପ୍ରଭାବ ଦେଖିଛି ଦେଶ । ସକ୍ରିୟ ସରକାର ଯୋଗୁଁ ଭାରତରେ ବିକାଶ ହୋଇଛି । ଦେଶରେ ବିଦ୍ୟୁତଚାଳିତ ଗାଡି ନିର୍ମାଣ ହୋଇଛି । ୧୩ଶହ ଷ୍ଟେସନର କାୟାକଳ୍ପ ସ୍ଥିର ହୋଇଛି । ୩୯ଟି ବନ୍ଦେ ଭାରତ ଟ୍ରେନ ପାଇଁ ରୁଟ୍ ପ୍ରତିଷ୍ଠା ହୋଇଛି । ମୋଦିଜୀଙ୍କ ପାଇଁ ଆଜି ଏହା ସଫଳ ହୋଇପାରିଛି । ମୋଦିଜୀ ଶ୍ରେଷ୍ଠ ଭାରତ ଗଠନର ସ୍ୱପ୍ନ ସଫଳ ରୂପାୟନର ବାସ୍ନା ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଅଭିଭାଷଣରୁ ସ୍ପଷ୍ଟ ବାରିହୋଇପଡୁଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । ଚଳିତ ବଜେଟ୍ ଅଧିବେଶନକୁ ସୁଚାରୂ ଏବଂ ଶୃଙ୍ଖଳିତ ରୂପେ ପରିଚାଳନା କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସମସ୍ତ ସଦସ୍ୟଙ୍କ ସହଯୋଗ କାମନା କରିଛନ୍ତି, ଯାହାକି ‘ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଏବଂ ସବ୍‌କା ପ୍ରୟାସ’କୁ ପ୍ରତିଫଳିତ କରୁଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି । 
  
 

Sponsored
"Confident We Will Have Positive Discussion", Says President | Argus News