Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

" ଜାତୀୟ ଶିକ୍ଷାନୀତି ଭାରତୀୟ ଶିକ୍ଷା ପ୍ରଣାଳୀରେ ଏକ ବଡ ପରିବର୍ତ୍ତନ ଆଣିବ "- ଧର୍ମେନ୍ଦ୍ର

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
" ଜାତୀୟ ଶିକ୍ଷାନୀତି ଭାରତୀୟ ଶିକ୍ଷା ପ୍ରଣାଳୀରେ ଏକ ବଡ ପରିବର୍ତ୍ତନ ଆଣିବ "- ଧର୍ମେନ୍ଦ୍ର

ଅଧିକ ପଢନ୍ତୁ : ଜାତୀୟ ଶିକ୍ଷାନୀତି ଭାରତୀୟ ଶିକ୍ଷା ପ୍ରଣାଳୀରେ ଏକ ବଡ ପରିବର୍ତ୍ତନ ଆଣିବ । ଭାରତ ସରକାରଙ୍କ ଶିକ୍ଷା ନୀତି ସହ ଅନ୍ୟାନ୍ୟ କ୍ଷେତ୍ରରେ ସଂସ୍କାର ଭାରତକୁ ଆଗାମୀ ଦୁଇ ଦଶନ୍ଧି ମଧ୍ୟରେ ବିଶ୍ବ ଅର୍ଥନୀତିର ଅଭିବୃଦ୍ଧି ଇଞ୍ଜିନ୍ କରାଇବ ବୋଲି ସୋମବାର ଦିଲ୍ଲୀରେ ଇଣ୍ଡିଆ ଲିଡରସିପ ସମ୍ମିଟ -୨୦୨୪ରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆମେରିକା – ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ ଫରୋମ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ଅଧୀନରେ ଫାୟାରସାଇଡ୍ ଚାଟରେ ଜାତୀୟ ଶିକ୍ଷା ନୀତି ସହ ଶିକ୍ଷା ବ୍ୟବସ୍ଥା ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ କେନ୍ଦ୍ରମନ୍ତ୍ରୀ । ସେ କହିଥିଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଳ୍ପନାରେ ଦେଶରେ ପ୍ରଣୟନ ହୋଇଥିବା ଜାତୀୟ ଶିକ୍ଷା ନୀତି ଏକ ଦାର୍ଶନିକ ଦସ୍ତାବିଜ୍ ।

ଅଧିକ ପଢନ୍ତୁ : ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକ ପାଇଁ ‘ସଂସ୍ଥାଗତ ବିକାଶ ଯୋଜନା’ ଉପରେ ୟୁଜିସିର କର୍ମଶାଳା

ଜାତୀୟ ଶିକ୍ଷା ନୀତି ଦେଶର ଯୁବପିଢି ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଇବା ସହ ବୈଶ୍ବିକ ନାଗରିକରେ ପରିବର୍ତ୍ତନ କରିବ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମତରେ ଡିଗ୍ରୀ ଓ ସାର୍ଟିଫିକେଟ୍ ଅପେକ୍ଷା ଦକ୍ଷତା ବହୁତ ଗୁରୁତ୍ୱପୂର୍ଣ୍ଣ । କୋଭିଡ୍ ସମୟରେ ଦକ୍ଷତା ତଥା ସାମର୍ଥ୍ୟ ବଳରେ ହୋଇଥିବା ଅନେକ ସୃଜନଶୀଳ ଇନୋଭସନକୁ ସମସ୍ତେ ପ୍ରଶଂସା କରିଥିଲେ । ଭାରତ ସବୁଠୁ ଅଧିକସଂଖ୍ୟକ ଯୁବବର୍ଗ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ଜାତୀୟ ଶିକ୍ଷା ନୀତି କେବଳ ଶିକ୍ଷା ନୁହେଁ ବରଂ ନିଯୁକ୍ତି ଆଧାରିତ ଶିକ୍ଷା ପ୍ରଦାନ କରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
"National Education Policy will bring a big change in the Indian education system" - Dharmendra pradhan | Argus News