Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଘରୋଇ ଶିକ୍ଷାନୁଷ୍ଠାନରୁ ମିଳିଲା ଟଙ୍କାର ପାହାଡ଼; ବିପୁଳ ପରିମାଣର ନଗଦ ସହ ଆପତ୍ତି ଜନକ ସାମଗ୍ରୀ ଜବତ

National

Private school cash scam Bengal 2026 / ଘରୋଇ ଶିକ୍ଷାନୁଷ୍ଠାନରୁ ମିଳିଲା ଟଙ୍କାର ପାହାଡ଼; ବିପୁଳ ପରିମାଣର ନଗଦ ସହ ଆପତ୍ତି ଜନକ ସାମଗ୍ରୀ ଜବତ

Subhramjit Ray
Browse all articles by Subhramjit Ray
·2 hours ago·3 min read
ଘରୋଇ ଶିକ୍ଷାନୁଷ୍ଠାନରୁ ମିଳିଲା ଟଙ୍କାର ପାହାଡ଼; ବିପୁଳ ପରିମାଣର ନଗଦ ସହ ଆପତ୍ତି ଜନକ ସାମଗ୍ରୀ ଜବତ
Private school cash scam Bengal 2026

Key Points

ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ବୁଧବାର-ଗୁରୁବାର ମଧ୍ୟରାତ୍ରୀରେ ଏଠାରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ବିପୁଳ ପରିମାଣର ନଗଦ ଟଙ୍କା ସହିତ ଆପତ୍ତିଜନକ ଜିନିଷ ମଧ୍ୟ ଉଦ୍ଧାର ହେବା ପରେ ଏହି ମାମଲା ଏବେ ଗୁରୁତର ମୋଡ଼ ନେଇଛି।
West Bengal school cash seizure 1.77 crore:  ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଜବତ ହେଉଛି ପୁଳା ପୁଳା ଅବୈଧ ଟଙ୍କା। ଏହି କ୍ରମରେ ଏବେ ରାଜ୍ୟର ଉତ୍ତର ୨୪ ପରଗଣା ଜିଲ୍ଲାରେ ଅବସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ଜବକ ହୋଇଛି ୧.୭୭ କୋ ଟଙ୍କା। ବିପୁଳ ପରିମାଣର ନଗଦ ସହିତ ଏଠାରୁ ମଦ ବୋତଲ ଏବଂ କଣ୍ଡୋମ ଆଦି ଆପତ୍ତି ଜନକ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ସରଗରମ ହୋଇଉଠିଛି ବଙ୍ଗ ରାଜନୀତି। ଉତ୍ତର ୨୪ ପରଗଣଇା ଜିଲ୍ଲାର କାଞ୍ଚରାପାରା ଅଞ୍ଚଳରେ ଅବସ୍ଥିତ ଏକ ଘରୋଇ ଶିକ୍ଷାନୁଷ୍ଠାନ ହାର୍ନେଟ୍ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ବୁଧବାର-ଗୁରୁବାର ମଧ୍ୟରାତ୍ରୀରେ ଏଠାରେ ସର୍ଚ୍ଚ ଅପରେସନ୍ କରାଯାଇଥିଲା। ବିପୁଳ ପରିମାଣର ନଗଦ ଟଙ୍କା ସହିତ ଆପତ୍ତିଜନକ ଜିନିଷ ମଧ୍ୟ ଉଦ୍ଧାର ହେବା ପରେ ଏହି ମାମଲା ଏବେ ଗୁରୁତର ମୋଡ଼ ନେଇଛି।

୧୦ ଦିନ ସ୍କୁଲ ପରିସରରୁ ବାହାରୁଛି ଟଙ୍କା: ମନ୍ତ୍ରୀ ଅର୍ଜୁନ ସିଂହ

ସ୍କୁଲ ପରିସରରୁ ଟଙ୍କା ମିଳିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ ମନ୍ତ୍ରୀ ଅର୍ଜୁନ ସିଂହ। ଏନେଇ ସେ କହିଛନ୍ତି ଯେଉଁ ପରିମାଣର ଦୁର୍ନୀତି ସାମ୍ନାକୁ ଆସୁଛି, ତାହାକୁ ନଜରରେ ରଖି ଏହି ବିଦ୍ୟାଳୟକୁ ମଧ୍ୟ ବିଳାସପୂର୍ଣ୍ଣ ସ୍ଥାନରେ ପରିଣତ କରିଦେବା ଆବଶ୍ୟକ। ତାହା ସୁରେନ୍ଦ୍ରନାଥ କଲେଜ ହେଉ କିମ୍ବା ହାର୍ନେଟ୍ ସ୍କୁଲ। ଏହି ଶିକ୍ଷାନୁଷ୍ଠାନକୁ ନେଇ ପୂର୍ବରୁ ପ୍ରଶ୍ନ ଉଠିସାରିଛି। ଯାହା ଏବେ ନିଶ୍ଚିତ ହୋଇଛି ଯେ ବିଗତ ୧୦ ଦିନ ଧରି ସେଠାରୁ ଅତି କମରେ ୫୦ କୋଟି ଟଙ୍କା ଉଠା ଯାଇଥିଲା।

ବିପୁଳ ପରିମାଣର ଟଙ୍କା ମିଳିବା ପରେ ନୋଟ୍ ଗଣନା ମେସିନ୍ ମଗାଇଥିଲା ପୋଲିସ

ବିଜାପୁର ବିଧାୟକ ସୁଦୀପ୍ତ ଦାସ ତାଙ୍କ ନିର୍ବାଚନମଣ୍ଡଳୀର ରହିଥିବା ଶିକ୍ଷାନୁଷ୍ଠାନର ଏକ ଡାଟା ବ୍ୟାଙ୍କ ପ୍ରସ୍ତୁତ କରୁଥିବାର ଖବର ମିଳିଥିଲା। ଏହି ପରିପ୍ରେକ୍ଷୀରେ ବିଧାୟକଙ୍କ ପ୍ରତିନିଧି ଏହି ସ୍କୁଲ ବିଷୟରେ ଜାଣିବାକୁ ପାଇଥିଲେ। ଏହା ପରେ ବିଧାୟକ ସୁଦୀପ୍ତ ଦାସ ବୁଧବାର ବିଳମ୍ବିତ ରାତିରେ ସ୍କୁଲରେ ପହଞ୍ଚି ଥାନାକୁ ଫୋନ୍ କରିଥିଲେ। ସେଠାରେ ହୋଇଥିବା ସର୍ଚ୍ଚ ଅପରେସନ ସମୟରେ ବିପୁଳ ପରିମାଣ ନଗଦ ଟଙ୍କା ଜବତ କରାଯାଇଥିଲା। ସେହି ରାତିରେ ସ୍କୁଲକୁ ଏକ ନୋଟ୍ ଗଣନା ମେସିନ୍ ଅଣାଯାଇଥିଲା। ପରେ ବିପୁଳ ପରିମାଣର ନଗଦ ମିଳିବା ଯୋଗୁଁ ଅଧିକ ମେସିନ୍ ମଗାଯାଇଥିଲା।

ଏହା ସହ ପଢନ୍ତୁ: ଚର୍ଚ୍ଚାରେ ଉଇଙ୍କ କାରନାମା; ସୁଟକେଶ ଭିତରୁ ଖାଇଗଲେ ଟଙ୍କା

"ଏହା ସ୍କୁଲ ନୁହେଁ ବରଂ ଟିଏମସି ନେତାଙ୍କ ଟଙ୍କା"
ବିଜାପୁର ବିଧାୟକ ସୁଦୀପ୍ତ ଦାସ କହିଛନ୍ତି, ପୂର୍ବତନ ରାଜ୍ୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘରୁ ଟଙ୍କା ମିଳିଛି। ଏବେ ସ୍କୁଲ ପରିସରରୁ ନଗଦ ଟଙ୍କା ମିଳିଛି। ଏଠାରେ ଅନିୟମିତତାର ଅଭିଯୋଗ ଆସିଛି। ଏହି କାରଣରୁ ଆଜି ଏହି ଘଟଣା ସାମ୍ନାକୁ ଆସିଛି। ବିଧାୟକ ଏହା ମଧ୍ୟ କହିଛନ୍ତି, ଏହି ଟଙ୍କା ସ୍କୁଲର ନୁହେଁ। ଏହା କମଲ ଅଧିକାରୀ, ସୁବୋଧ ଅଧିକାରୀ ଏବଂ ପାର୍ଥ ଭୌମିକଙ୍କ କଳାଧନ। ଏମାନେ ସମସ୍ତ ହେଉଛନ୍ତି ଟିଏମସି ନେତା। ଇଡି଼ ଏବଂ ସିବିଆଇ ଚଢାଉ ଭୟରେ, ସେମାନେ କ'ଣ ଏହି ସମସ୍ତ ଟଙ୍କା ଏହି ସ୍କୁଲ ପରିସରରେ ଲୁଚାଇ ରଖୁଥିଲେ?"

ବିଧାୟକ ଦାବି କରିଛନ୍ତି ଯେ କାଞ୍ଚରାପାରା ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ କମଲ ଏହି ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ଥିଲେ। ହେଲେ ତଥାପି ଏହି ଘଟଣାରେ କମଲ ଅଧିକାରୀ, ସୁବୋଧ ଅଧିକାରୀ ଏବଂ ପାର୍ଥ ଭୌମିକଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ।

ଜବତ ହୋଇଥିବା ଟଙ୍କା ହେଉଛି ସ୍କୁଲ ଆଡ଼ମିଶନ ଫି: ସ୍କୁଲ୍ ପ୍ରନ୍ସିପାଲ୍
ଏହି ଘଟଣାରେ ପ୍ରତିକ୍ରିୟା ରଖି ହାର୍ନେଟ୍ ଇଂରାଜୀ ମିଡ଼ିୟମ୍ ସ୍କୁଲ୍ ପ୍ରିନ୍ସିପାଲ୍ ବିକାଶ ଚନ୍ଦ୍ର ପାଲ ଦାବି କରିଛନ୍ତି ଯେ ଉଦ୍ଧାର ହୋଇଥିବା ଟଙ୍କା ହେଉଛି ସ୍କୁଲ ଆଡ଼ମିଶନ ଫି। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ସେ ଜାଣି ନାହାଁନ୍ତି ଯେ ସ୍କୁଲ ପରିସରରେ ଥିବା ସିକ୍ ରୁମ୍ ମଧ୍ୟକୁ କଣ୍ଡୋମ କିପରି ଆସିଲା। ସେ କହିଛନ୍ତି ଗତ ଅପ୍ରେଲ ମାସରୁ ଆଡ଼ମିଶନ୍ ଫି ଟଙ୍କା ଜମା ହେଉଥିଲା। ଟଙ୍କା ବ୍ୟାଙ୍କ୍ ଖାତାରେ ଜମା ହେବାର ଥିଲା। ଆକାଉଣ୍ଟ ବିଭାଗ ଏହି ଟଙ୍କାର ହିସାବ କିତାବ କରିବ।

ପୋଲିସ କହିବା ଅନୁଯାୟୀ, ଉଦ୍ଧାର ଟଙ୍କା କେଉଁଠି ଆସିଲା, ତାହରା ଉତ୍ସ ଜାଣିବା ଏବଂ ଏତେ ବଡ଼ ପରିମାଣର ଟଙ୍କା ସ୍କୁଲ ପରିସରକୁ କିପରି ଆସିଲା ତାହା ଜାଣିବା ପାଇଁ ତଦନ୍ତ ଚାଲିଛି। ପ୍ରଶାସନ ବିଶ୍ୱାସ କରେ ଯେ ତଦନ୍ତ ରିପୋର୍ଟ ସାର୍ବଜନୀନ ହେବା ପରେ ଏହି ମାମଲା ସ୍ପଷ୍ଟ ହୋଇଯିବ।

ପୋଲିସ ହେପାଜତରେ ୨ ଅଭିଯୁକ୍ତ
ଟଙ୍କା ଜବତ ହେବା ପରେ, ଜେରା କରାଯିବା ସମୟରେ ସେମାନଙ୍କ ବୟାନରେ ଅସଙ୍ଗତି ମିଳିବା ପରେ ପୋଲିସ ସ୍କୁଲ କ୍ୟାସିୟର ଅଭିକ ନାଥ ଏବଂ ଆସିଷ୍ଟାଣ୍ଟ ଆକାଉଣ୍ଟାଣ୍ଟ ସାୟନ ଘୋଷ ଏବେ ପୋଲିସ ହେପାଜତରେ ଅଛନ୍ତି। ପରେ ସେମନଙ୍କୁ ପୋଲିସ କରିଥିବା କୁହାଯାଉଛି।




Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored