Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Kolkata Surendranath College / ଚର୍ଚ୍ଚାରେ ଉଇଙ୍କ କାରନାମା; ସୁଟକେଶ ଭିତରୁ ଖାଇଗଲେ ଟଙ୍କା

Subhramjit Ray
Browse all articles by Subhramjit Ray
·1 month ago·2 min read
 ଚର୍ଚ୍ଚାରେ ଉଇଙ୍କ କାରନାମା; ସୁଟକେଶ ଭିତରୁ ଖାଇଗଲେ ଟଙ୍କା
Kolkata Surendranath College

Key Points

କୋଲକାତାସ୍ଥିତ ସୁରେନ୍ଦ୍ରନାଥ କଲେଜ ୟୁନିୟନ୍ ରୁମ୍ ମଧ୍ୟରୁ ଏକ ଉଇ ଭର୍ତ୍ତି ସୁଟକେସ ଭିତରୁ ଏକ ଲକ୍ଷ ଟଙ୍କାରୁ ଅଧିକ ନଗଦ ଜବତ କରାଯାଇଛି।
Kolkata Surendranath College Termites Cash: ବର୍ଷାକାଳୀନ ସଫେଇ ଚାଲିଥିବା ବେଳେ ରାଜଧାନୀ କୋଲକାତା ସ୍ଥିତ ସୁରେନ୍ଦ୍ରନାଥ କଲେଜ ପରିସରରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। କଲେଜ ୟୁନିଅନ୍ ରୁମ୍ ସଫା କରିବା ସମୟରେ ଏଠାରୁ ୧ ଲକ୍ଷ ଟଙ୍କାରୁ ଅଧିକ ନଗଦ ରହିଥିବା ଦୁଇଟି ସୁଟକେସ୍ ମିଳିଥିଲା। ହେଲେ ବେଶ ଲମ୍ବା ସମୟ ଧରି ଏହି ସୁଟକେଶ ବନ୍ଦ ରହିଥିବାରୁ ଏହା ମଧ୍ୟରେ ରହିଥିବା ଟଙ୍କାକୁ ଉଇ ଖାଇ ନଷ୍ଟ କରି ଦେଇଛନ୍ତି। ସୁଟକେଶ ମଧ୍ୟରୁ ମିଳିଥିବା ନୋଟ୍ ମଧ୍ୟରୁ ଅଧିକାଂଶ ୫୦୦ ଏବଂ ୧୦୦ ଟଙ୍କିଆ ରହିଥିଲା।

କୋଲକାତା ନଗର ନିଗମ ପକ୍ଷରୁ ଶିକ୍ଷାନୁଷ୍ଠାନରେ ପ୍ରାକ୍ ମୌସୁମୀ ସଫେଇ ଅଭିଯାନ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା। ପୋଲିସ ଏବଂ ବିଭାଗୀୟ ଅଧିକାରୀ ବର୍ତ୍ତମାନ ସୁଟକେଶ ଭିତରେ ରହିଥିବା ଟଙ୍କାର ପ୍ରକୃତ ପରିମାଣ ଏବଂ ଏହା କାହାର ଟଙ୍କା ତାହା ଜାଣିବା ପାଇଁ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି।

ଏହା ସହ ପଢନ୍ତୁ: ୬ ମାସ ପରେ କୋଲକାତାରୁ ହଟିଲା ମେସିଙ୍କ ପ୍ରତିମା; ହେଲେ କାହିଁକି?

ଉଇ ଖିଆ ଟଙ୍କା ପାଇଁ ମୁହାଁମୁହିଁ ବିଜେପି-ଟିଏମସି
ସୁରେନ୍ଦ୍ରନାଥ କଲେଜ ୟୁନିୟନ୍ ରୁମ୍ ମଧ୍ୟରୁ ଟଙ୍କା ମିଳିବା ଘଟଣାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ବିଜେପି ଏବଂ ବିରୋଧି ଟିଏମସି। ଏହି ଘଟଣା ଏବେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଛି। ବିଜେପି ବିଧାୟକ ସଜଲ ଘୋଷ ଟିଏମସି ନେତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ସେମାନଙ୍କୁ ଟାର୍ଗେଟ କରିଛନ୍ତି। ଶାସକ ଦଳର ବିଧାୟକ ପ୍ରଶ୍ନ କରିଛନ୍ତି ଯେ କାହାକୁ କିଛି ନଜଣାଇ ଏତେ ବଡ଼ ପରିମାଣର ଟଙ୍କା କଲେଜ ୟୁନିଅନ୍ ରୁମ୍‌ରେ କିପରି ଜମା କରାଯାଇ ପାରିବ। ବିଜେପି ଏହି ୟୁନିୟନ୍ ରୁମ୍ ବ୍ୟବହାର କରୁଥିବା ୟୁନିଅନ ନେତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛି।

ଛାତରୁ ମିଳିଲା ବିଳାସପୂର୍ଣ୍ଣ ଗୁପ୍ତ କୋଠରୀ
ଟଙ୍କା ମିଳିବାର ପରଦିନ କଲେଜ ଛାତରୁ ଏକ ଗୁପ୍ତ କୋଠରୀ ଆବିଷ୍କୃତ ହୋଇଥିଲା। ଏହା ପରେ ଏହି ମାମଲା ଆହୁରି ଅଧିକ ଗମ୍ଭୀର ହୋଇଯାଇଥିଲା। ଏହି କୋଠରୀରେ ଶୀତ ତାପ ନିୟନ୍ତ୍ରିତ ବ୍ୟବସ୍ଥା, ସୁକୋମଳ ଗଦିଯୁକ୍ତ ବିଛଣା, କାନ୍ଥ ଘଣ୍ଟା ଏବଂ ସାଜସଜ୍ଜା ପଟ୍ଟଚିତ୍ର ସମେତ ବିଳାସପୂର୍ଣ୍ଣ ସୁବିଧା ସହ ସଜ୍ଜିତ ରହିଥିଲା। ଏହି କୋଠରୀ କଥିତ ରୂପରେ ଜଣେ ଟିଏମସି ନେତାଙ୍କର ବୋଲି କୁହାଯାଉଛି। କଲେଜ ପ୍ରଶାସନ ଏପର୍ଯ୍ୟନ୍ତ ଏହି ଘଟଣାରେ କୌଣସି ଔପଚାରିକ ବୟାନ ଦେଇନାହିଁ। କଲେଜ କ୍ୟାମ୍ପସ ମଧ୍ୟରେ ଏଭଳି ବେଆଇନ କାର୍ଯ୍ୟକଳାପ କିଏ ଚଳାଉଥିଲା ଏବଂ ଏହି ଟଙ୍କାର ପ୍ରକୃତ ମାଲିକ କିଏ ତାହା ଜାଣିବା ପାଇଁ ବର୍ତ୍ତମାନ ତଦନ୍ତ ଜାରି ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored