Uttarakhand Snowfall 2026 September / ହିମାଳୟରେ ଫସି ରହିଛନ୍ତି ୧୭୯ ପର୍ବତାରୋହୀ; ୩୧ ଉଦ୍ଧାର, ଜାରି ରହିଛି ଉଦ୍ଧାର ଅଭିଯାନ
·1 hour ago·3 min read

Key Points
ଉତ୍ତରାଖଣ୍ଡର ଉଚ୍ଚ ହିମାଳୟର ପ୍ରବଳ ତୁଷାରପାତ ଯୋଗୁଁ ୧୭୯ ଜଣ ଟ୍ରେକର୍ସ (Trekkers) ଫସି ରହିଥିଲେ। ଯେଉଁଥିରେ ଉତ୍ତରକାଶୀର ୧୩୬ ଜଣ ଏବଂ ବାଗେଶ୍ୱରର ପିଣ୍ଡାରୀ ଠାରେ ୪୩ ଜଣ ଥିଲେ। ପାଗ ସଫା ହେବା ମାତ୍ରେ ହେଲିକ୍ୟାପ୍ଟର ଯୋଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା।
ଉତ୍ତରାଖଣ୍ଡର ଉତ୍ତରକାଶୀ ହିମାଳୟ ଅଞ୍ଚଳର ବିଭିନ୍ନ ପର୍ବତ ଆରୋହଣ ସ୍ଥାନ (Mountaineering) ଏବଂ ପଦଯାତ୍ରା (Trekking) ମାର୍ଗରେ ପ୍ରାୟ ୧୩୬ ଜଣ ପର୍ବତାରୋହୀ (Trekkers) ଫସି ରହିଛନ୍ତି। ବାଗେଶ୍ୱର ଠାରେ ପ୍ରାୟ ୪୩ ଜଣ ପର୍ବତାରୋହୀ (ପଦଯାତ୍ରୀ) ଫସି ରହିଛନ୍ତି। ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବିଗତ ୨ ଦିନ ମଧ୍ୟରେ ଉତ୍ତରାଖଣ୍ଡର ଉଚ୍ଚ ହିମାଳୟ ଅଞ୍ଚଳରେ (Uttarakhand High Altitude Himalayan Region) ପ୍ରବଳ ତୁଷାରପାତ ଆରମ୍ଭ ହୋଇଯାଇଛି। ଯାହା ଫଳରେ ଉତ୍ତରକାଶୀ ଠାରେ ୧୩୬ ଏବଂ ବାଗେଶ୍ୱର ସ୍ଥିତ ପିଣ୍ଡାରୀ ଗ୍ଲେସିୟର ଠାରେ ୪୩ ଜଣ ପଦଯାତ୍ରୀ/ପର୍ବତାରୋହୀ ଫସି ରହିଛନ୍ତି। ଏପର୍ଯ୍ୟନ୍ତ ୩୧ ଜଣ ପଦଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ବାକି ପଦଯାତ୍ରୀ ଏବଂ ପର୍ବତାରୋହୀଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି।
ଉଚ୍ଚ ହିମାଳୟ ଅଞ୍ଚଳରେ ପଦଯାତ୍ରା ଏବଂ ପର୍ବତ ଆରୋହଣ ଅଭିଯାନରେ ସାମିଲ ହୋଇଥିବା ୧୭୯ ପଦଯାତ୍ରୀଙ୍କ ମଧ୍ୟରେ ଅନେକ ବିଦେଶୀ ନାଗରିକ ମଧ୍ୟ ସାମିଲ ଅଛନ୍ତି। ହେଲେ ତଥାପି ଜିଲ୍ଲା ପ୍ରଶାସନ ଦାବି କରୁଛି ଯେ ସମସ୍ତେ ସୁରକ୍ଷିତ ଅଛନ୍ତି, ହେଲେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଶନିବାର ଏବଂ ରବିବାର କିଛି ହିମାଳୟ ଅଞ୍ଚଳରେ ପ୍ରବଳ ତୁଷାରପାତ ହୋଇଥିଲା। ଏହି କାରଣରୁ ଏହି ପଦଯାତ୍ରୀ ଏବଂ ପର୍ବତାରୋହୀ ଫସି ରହିଥିଲେ। ସୋମବାର ସକାଳେ ପାଗ ସଫା ହେବା ମାତ୍ରେ ହେଲିକ୍ୟାପ୍ଟର ଯୋଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଉତ୍ତରକାଶୀ ଜିଲ୍ଲା ପ୍ରଶାସନ କହିଛି ଯେ ୩୧ ଜଣ ପଦଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ହର୍ସିଲ ଆର୍ମି ବେସ୍ କ୍ୟାମ୍ପ ଅଣାଯାଇଛି।
ଜିଲ୍ଲା ପ୍ରଶାସନ ଟିମ୍ ପଦଯାତ୍ରୀଙ୍କ ଅବସ୍ଥିତି ଏବଂ ପାଣିପାଗ ଜନିତ ପରିସ୍ଥିତି ମୂଲ୍ୟାଙ୍କନ କରିବା ପାଇଁ ହର୍ସିଲ ଠାରୁ ନିରନ୍ତର ହେଲିକ୍ୟାପ୍ଟର ସହାୟତାରେ ଯାଞ୍ଚ କରୁଛନ୍ତି। ପାଗ ଅନୁକୂଳ ହେଲେ ହେଲିକ୍ୟାପ୍ଟର ମାଧ୍ୟମରେ ପଦଯାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ପ୍ରୟାସ କରାଯାଉଛି। ପ୍ରଶାସନ କହିବା ଅନୁଯାୟୀ ସମସ୍ତ ପଦଯାତ୍ରୀ ସୁରକ୍ଷିତ ଅଛନ୍ତି। ସେମାନଙ୍କ ପାଇଁ ଖାଦ୍ୟ, ପାଣି, ଅତ୍ୟାବଶ୍ୟକୀୟ ଔଷଧ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ସୁନିଶ୍ଚିତ କରିବା ପାଇଁ ପ୍ରୟାସ କରାଯାଉଛି। ପ୍ରଶାସନର ପ୍ରାଥମିକତା ହେଉଛି ଉଚ୍ଚ ହିମାଳୟ ଅଞ୍ଚଳରୁ ସମସ୍ତଙ୍କୁ ସୁରକ୍ଷିତ ଭାବରେ ଫେରାଇ ଆଣିବା।
ଏହା ସହ ପଢନ୍ତୁ: ପିଥୋରାଗଡ଼ ପର୍ବତରୁ ଅଦୃଶ୍ୟ ହୋଇଗଲା 'ଓମ୍'; କ'ଣ ହିମାଳୟ ପାଇଁ ମାଡ଼ି ଆସୁଛି କି ବିପର୍ଯ୍ୟୟ?
ଉଦ୍ଧାର କାର୍ଯ୍ୟରେ ସେନା, ପୋଲିସ, ଏନଡ଼ିଆରଏଫ (NDRF), ଏସଡ଼ିଆରଏଫ (SDRF), ସ୍ଥାନୀୟ ପ୍ରଶାସନ, ନେହେରୁ ମାଉଣ୍ଟେନ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍, ବନ ବିଭାଗ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ହର୍ସିଲ ଅଞ୍ଚଳକୁ ମୁଖ୍ୟ ସମନ୍ୱୟ କେନ୍ଦ୍ର ଭାବରେ ବ୍ୟବହାର କରାଯାଉଛି। ପାଣିପାଗ ପରିସ୍ଥିତି ଉପରେ ନିରନ୍ତର ସତର୍କ ନଜର ରଖାଯାଇଛି। ଏପର୍ଯ୍ୟନ୍ତ ୩୧ ଜଣ ଟ୍ରେକରଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ପର୍ବତାରୋହୀ ଏବଂ ପଦଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେଉଁଠି ଫସି ରହିଛନ୍ତି କେତେ?
କାଳିନ୍ଦୀ ବେସ୍ କ୍ୟାମ୍ପ ଠାରେ ମୋଟ ୧୮ ଜଣ ପଦଯାତ୍ରୀ ଫସି ରହିଛନ୍ତି: ୫ ଜଣ ବେଙ୍ଗାଲୁରୁ ଏବଂ ୧୩ ଜଣ ସହାୟକ କର୍ମଚାରୀ।
ଓଡେନ୍ସ କଲ୍ ପାସ୍ ବେସ୍ କ୍ୟାମ୍ପ ଠାରେ ମୋଟ ୨୯ ଜଣ ପଦଯାତ୍ରୀ ଫସି ରହିଛନ୍ତି: ୫ ଜଣ ଭାରତୀୟ ଏବଂ ୨୩ ଜଣ ସହାୟକ କର୍ମଚାରୀ।
ମାଉଣ୍ଟ ଭାଗୀରଥି-୨ ପଦଯାତ୍ରା ମାର୍ଗରେ ମୋଟ ୨୦ ଜଣ ପଦଯାତ୍ରୀ ଫସି ରହିଛନ୍ତି।
ତପୋବନ ବେସ୍ କ୍ୟାମ୍ପ (ମାଉଣ୍ଟ ଶିବଲିଙ୍ଗ) ଠାରେ ମୋଟ ୫ ଜଣ ପଦଯାତ୍ରୀ ଫସି ରହିଛନ୍ତି:୨ ଜଣ ବିଦେଶୀ ଏବଂ ୩ ଜଣ ସହାୟକ କର୍ମଚାରୀ।
ମାଉଣ୍ଟ ସତୋପନ୍ଥ ଠାରେ ମୋଟ ୮ ଜଣ ପଦଯାତ୍ରୀ ଫସି ରହିଛନ୍ତି: ୫ ଜଣ ସଦସ୍ୟ ଏବଂ ୩ ଜଣ ସହାୟକ କର୍ମଚାରୀ।
ସୁଦର୍ଶନ ପର୍ବତରେ ମୋଟ ୭ ଜଣ ପଦଯାତ୍ରୀ ଫସି ରହିଛନ୍ତି:୪ ଜଣ ବିଦେଶୀ ଏବଂ ୩ ଜଣ ସହାୟକ କର୍ମଚାରୀ।
ହିମାଳୟର ପାଗ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଏପରି ପରିସ୍ଥିତିରେ, ପ୍ରଶାସନିକ ଦଳ ଟ୍ରେକର୍ସ (Trekkers) ଏବଂ ସେମାନଙ୍କ ଗାଇଡ (Guide) ଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି। ସେମାନଙ୍କ ଅବସ୍ଥା ବିଷୟରେ ସୂଚନା ସଂଗ୍ରହ କରୁଛନ୍ତି। ବର୍ତ୍ତମାନ ସମସ୍ତେ ସୁରକ୍ଷିତ ଥିବା ରିପୋର୍ଟ କରାଯାଇଛି। ପ୍ରଶାସନ ସୁରକ୍ଷିତ ଏବଂ ବ୍ୟବସ୍ଥିତ ଭାବରେ ଉଦ୍ଧାର କାର୍ଯ୍ୟ ସମାପ୍ତ କରିବା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇଛି।

Related Topics
Explore more stories