Pithoragarh Mountain Om Symbol / ପିଥୋରାଗଡ଼ ପର୍ବତରୁ ଅଦୃଶ୍ୟ ହୋଇଗଲା 'ଓମ୍'; କ'ଣ ହିମାଳୟ ପାଇଁ ମାଡ଼ି ଆସୁଛି କି ବିପର୍ଯ୍ୟୟ?
·2 weeks ago·3 min read

Key Points
"ଓମ୍" ହେଉଛି ଏକ ପବିତ୍ର ଶୃଙ୍ଗ। ହିମାଳୟ ପର୍ବତମାଳାରେ ଅବସ୍ଥିତ ଏହି ପବିତ୍ର ଏହାର ଏକ ପ୍ରାକୃତିକ ରୂପରେ ଜମା ହେଉଥିବା ତୁଷାର ଢାଞ୍ଚା ପାଇଁ ବିଶ୍ୱବ୍ୟାପୀ ପ୍ରସିଦ୍ଧ। ଯାହା ଏହାର କଳା ପଥର ମୁହଁରେ ପବିତ୍ର ହିନ୍ଦୁ ପ୍ରତୀକ "ଓମ୍" (ॐ/Om) ଗଠନ କରିଥାଏ।
Om Parvat Pithoragarh Uttarakhand: ଉତ୍ତରାଖଣ୍ଡର ପିଥୋରାଗଡ଼଼ ଜିଲ୍ଲାରେ ଅବସ୍ଥିତ ଲୋକପ୍ରିୟ ପାହାଡରୁ ଅଦୃଶ୍ୟ ହୋଇଯାଇଛି "ଓମ୍" । ଏହି ଘଟଣା ସାମ୍ନାକୁ ଆସିବା ପରେ ଏବେ ନାନାଦି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। "ଓମ୍" ହେଉଛି ଏକ ପବିତ୍ର ଶୃଙ୍ଗ। ହିମାଳୟ ପର୍ବତମାଳାରେ ଅବସ୍ଥିତ ଏହି ପବିତ୍ର ଶୃଙ୍ଗ, ଭାରତ-ନେପାଳ-ତିବ୍ଦତ ସୀମା ନିକଟରୁ ପ୍ରାୟ ୬୦୦୦ ମିଟର ଉଚ୍ଚତାରେ ଅବସ୍ଥିତ। ଏହି ପର୍ବତ ଶୃଙ୍ଗ ଏହାର ଏକ ପ୍ରାକୃତିକ ରୂପରେ ଜମା ହେଉଥିବା ତୁଷାର ଢାଞ୍ଚା ପାଇଁ ବିଶ୍ୱବ୍ୟାପୀ ପ୍ରସିଦ୍ଧ। ଯାହା ଏହାର କଳା ପଥର ମୁହଁରେ ପବିତ୍ର ହିନ୍ଦୁ ପ୍ରତୀକ "ଓମ୍" (ॐ/Om) ଗଠନ କରିଥାଏ।
ଉତ୍ତରାଖଣ୍ଡର ପିଥୋରାଗଡ଼ରେ ଅବସ୍ଥିତ "ଓମ୍" ପର୍ବତରେ ତୁଷାର ପୁଣି ତରଳି ଯାଇଛି। ଏହାର ପ୍ରାକୃତିକ ଓମ୍ ଆକୃତି ଏବେ ମଧ୍ୟ ଅସ୍ପଷ୍ଟ ରହିଛି। ଏହାର ପୂର୍ବରୁ ଗତ ୨୦୨୪ ରେ "ଓମ୍" ପର୍ବତରେ ରହିଥିବା ତୁଷାର ମଧ୍ୟ ଅଳ୍ପ ସମୟ ପାଇଁ ସମ୍ପୂର୍ଣ୍ଣ ଅଦୃଶ୍ୟ ହୋଇଯାଇଥିଲା। ଯାହା "ଓମ୍" ଆକୃତିକୁ ଅସ୍ପଷ୍ଟ କରିଦେଇଥିଲା। ବିଶେଷଜ୍ଞ ଏବଂ ପରିବେଶବିଦ୍ ଏହି ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। କମ୍ ତୁଷାରପାତ, ବୃଦ୍ଧି ପାଉଥିବା ତାପମାତ୍ରା, ଯାନବାହନ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ ଭଳି କାରଣକୁ ଏପରି ହେଉଥିବା କୁହାଯାଉଛି। ହେଲେ କ’ଣ ହିମାଳୟ ପର୍ବତମାଳାରେ ଅବସ୍ଥିତ ଏହି ପବିତ୍ର ଶୃଙ୍ଗରୁ ପୁଣି ଥରେ "ଓମ୍" ଆକୃତି ତୁଷାର ଉଭାନ ହେବା ସହିତ କିଛି ଗୁରୁତ୍ୱପୂର୍ଣ୍ଣ ସଙ୍କେତ ଦେଉଛି?
ହିମାଳୟର ଆଶ୍ଚର୍ଯ୍ୟଜନକ ଶୃଙ୍ଗ "ଓମ୍" ପର୍ବତ
ପ୍ରାୟ ୬୦୦୦ ମିଟର ଉଚ୍ଚତାରେ ଅବସ୍ଥିତ "ଓମ୍" ପର୍ବତ, ହିମାଳୟର ସବୁଠାରୁ ଆଶ୍ଚର୍ଯ୍ୟଜନକ ଶୃଙ୍ଗ ମଧ୍ୟରୁ ଅନ୍ୟତମ। ଯେଉଁଠାରେ ତୁଷାର ଜମାଟ ବାନ୍ଧିବା ଦ୍ୱାରା ପ୍ରାକୃତିକ ଭାବରେ ଏକ "ଓମ୍" ଲେଖା ହୋଇଥିବା ଆକୃତି ସୃଷ୍ଟି କରିଥାଏ। ଏହି ଆକୃତି ଏହି ପର୍ବତକୁ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳ ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ସ୍ଥଳର ମାନ୍ୟତା ଦେଇଛି। ହେଲେ ବାରମ୍ବାର "ଓମ୍" ଆକୃତିର ତୁଷାର ଉଭାନ ହେବା ଅନେକ ପ୍ରଶ୍ନ ଉଠାଉଛି। ସମସ୍ତେ ଭାବୁଛନ୍ତି ଯେ ଏହା କେବଳ ଜଳବାୟୁ ପରିବର୍ତ୍ତନର ଫଳାଫଳ ନାଁ ହିମାଳୟ ଅଞ୍ଚଳରେ ବର୍ଦ୍ଧିତ ତାପମାତ୍ରା, ତୁଷାରପାତ ହ୍ରାସ, ମାନବୀୟ କାର୍ଯ୍ୟକଳାପ ଏବଂ ପରିବେଶ ଚାପ ଏହା ପଛର ମୁଖ୍ୟ କାରଣ। ଗତ ବର୍ଷ, ଯେତେବେଳେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା, ସେତେବେଳେ ବିଶେଷଜ୍ଞ ଏହାକୁ ଜଳବାୟୁ ପରିବର୍ତ୍ତନ ଏବଂ ବର୍ଦ୍ଧିତ ତାପମାତ୍ରା ସହିତ ଯୋଡ଼ି ଚିନ୍ତା ପ୍ରକଟ କରିଥିଲେ। ହେଲେ ତଥାପି ତୁଷାରପାତ ପରେ "ଓମ୍" ଆକୃତି ପୁନର୍ବାର ଦୃଶ୍ୟମାନ ହୋଇଥିଲା।
ଏହା ସହ ପଢନ୍ତୁ: ଗାଏବ ହେଉଛି ବରଫ; କୋଟି କୋଟି ଲୋକଙ୍କ ପାଇଁ ମାଡ଼ି ଆସୁଛି ବିପଦ
କ'ଣ ଏହା ପରିବେଶରେ ହେଉଥିବା ପରିବର୍ତ୍ତନର ପ୍ରଭାବ କି?
"ଓମ୍" ପର୍ବତରୁ ବାରମ୍ବାର ତୁଷାର ଅଦୃଶ୍ୟ ହୋଇଯିବା କ'ଣ ହିମାଳୟ ପର୍ବତମାଳାର ପରିବେଶରେ ହେଉଥିବା ପରିବର୍ତ୍ତନର ସଙ୍କେତ କି? ବିଶେଷଜ୍ଞଙ୍କ କହିବା ଅନୁସାରେ ବିଗତ କିଛି ବର୍ଷ ମଧ୍ୟରେ, ହିମାଳୟର ଉପର ଭାଗରେ ଶୀତକାଳୀନ ତୁଷାରପାତ ଏବଂ ପ୍ରାକ୍-ମୌସୁମୀ ବର୍ଷା ପରିମାଣ ହ୍ରାସ ପାଇଛି। ଏହା ବ୍ୟତୀତ, ବୈଜ୍ଞାନିକ ଏହା କହିଛନ୍ତି ଯେ ବିଶ୍ୱ ତାପନ (Global Warming) ମଧ୍ୟ ପର୍ବତ ଉପରେ ଦ୍ରୁତ ପ୍ରଭାବ ପକାଉଛି। ଉଚ୍ଚତା ବୃଦ୍ଧି ହେବା ସହିତ, ସୂର୍ଯ୍ୟଙ୍କ ତାପ ଏବଂ ପର୍ବତ ଉପରେ ବିକିରଣ ବୃଦ୍ଧି ପାଉଛି। ଯାହା ଫଳରେ ଋତୁକାଳୀନ ତୁଷାରପାତ ବଜାୟ ରହିବା କଷ୍ଟକର ହୋଇପଡୁଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରଭାବିତ ହୋଇପାରେ ହିମାଳୟର ଜଳସ୍ରୋତ
ହେଲେ ତଥାପି କେବଳ ଏହି ଘଟଣା ଆଧାରରେ ଏହାକୁ ବିଶ୍ୱ ତାପନର ପ୍ରମାଣ ଭାବରେ ସିଧାସଳଖ ଭାବରେ ଦର୍ଶାଇବା ବୈଜ୍ଞାନିକ ଦୃଷ୍ଟିକୋଣରୁ ଠିକ୍ ହେବ ନାହିଁ। ସ୍ଥାନୀୟ ପାଣିପାଗ, ତାପମାତ୍ରା, ତୁଷାରପାତ ସ୍ତର ଏବଂ ଅନ୍ୟାନ୍ୟ ଅନେକ ପ୍ରାକୃତିକ କାରଣ ମଧ୍ୟ ଏଥିଲାଗି ଦାୟୀ ହୋଇପାରେ। ହେଲେ ତଥାପି ବିଶେଷଜ୍ଞଙ୍କ ଚିନ୍ତାକୁ ଦୃଷ୍ଟିରେ ରଖି, ଏହି ପରିବର୍ତ୍ତନର ବୈଜ୍ଞାନିକ ଅଧ୍ୟୟନ ଅତ୍ୟନ୍ତ ଜରୁରୀ। ପ୍ରଶ୍ନ ହେଉଛି ଯେ, ଯଦି ହିମାଳୟ ଶିଖରରୁ ବରଫ ଏପରି ଭାବରେ ହ୍ରାସ ପାଇବା ଜାରି ରହେ, ତାହେଲେ ଏହା କେବଳ ଗୋଟିଏ ପର୍ବତର ସୌନ୍ଦର୍ଯ୍ୟକୁ ନୁହେଁ, ବରଂ ଭବିଷ୍ୟତରେ ହିମାଳୟ ପର୍ବତମାଳାରେ ଜଳସ୍ରୋତ ଏବଂ ସମଗ୍ର ପରିସଂସ୍ଥାକୁ ମଧ୍ୟ ପ୍ରଭାବିତ କରିପାରେ।

Related Topics
Explore more stories
Om Parvat snow disappearanceOm symbol vanishes PithoragarhUttarakhand climate change alarmHimalayan disaster warningOm Parvat global warmingSnow melts on Om Parvat PithoragarhOm symbol disappears from sacred peakHimalayan snowless peak global warming threatRising temperature in Himalayas Om ParvatPithoragarh Vyas valley environmental crisis