|
logo
Live
Argus News App
GET APP

Argus News - ଶିକ୍ଷା ଦେଇଗଲା ୧୯ ବର୍ଷର ଝିଅ; ଜୀବନ ନେଇଗଲା ପିରିୟଡ୍ସ

National

Menstrual Pain / ଶିକ୍ଷା ଦେଇଗଲା ୧୯ ବର୍ଷର ଝିଅ; ଜୀବନ ନେଇଗଲା ପିରିୟଡ୍ସ

Sushanta Sahoo
Browse all articles by Sushanta Sahoo
·2 months ago·2 min read
ଶିକ୍ଷା ଦେଇଗଲା ୧୯ ବର୍ଷର ଝିଅ; ଜୀବନ ନେଇଗଲା ପିରିୟଡ୍ସ
Periods Took Life

Key Points

ମନରେ ଅସୁମାରୀ ଆଶା, ଆଖିରେ ସ୍ଵପ୍ନର ଅସରନ୍ତି ଭାବନା ଏବଂ କାନ୍ଧରେ ପରିବାରର ବୋଝକୁ ବୋହୁଥିବା ଝିଅଟିର ଯନ୍ତ୍ରଣା... ଜୀବନ ଉପରେ ଭାରି ପଡ଼ି ଯାଇଛି ।
ବେଙ୍ଗାଳୁରୁ: କେବେ କେବେ ଯନ୍ତ୍ରଣା ବି ଜୀବନ ନେଇଯାଏ । ହସଖୁସିର ପରିବାରରେ ଆସେ ଲୁହର ବନ୍ୟା । ପିରିୟଡ୍ସ, (Periods) ବା ଋତୁସ୍ରାବ । ଯାହାକୁ ନେଇ ଆମେ ଖୋଲାଖୋଲି ଆଲୋଚନା କରିବାକୁ କୁଣ୍ଠାବୋଧ କରୁ । ସେହି ପିରିୟଡ୍ସ ପାଇଁ ଜଣେ ୧୯ ବର୍ଷର ଝିଅର ଜୀବନ ଚାଲି ଯାଇଛି ।

ମନକୁ ଭାରାକ୍ରାନ୍ତ କରୁଥିବା ଏହି ଘଟଣା ଘଟିଛି କର୍ଣ୍ଣାଟକର ତୁମକୁଋରେ । ଯେଉଁଠି ଚାକିରି ଖୋଜିବାକୁ ଆସିଥିବା ଯୁବତୀ ଋତୁସ୍ରାବ ଯନ୍ତ୍ରଣା ସହି ନ ପାରି ଜୀବନ ହରାଇଛନ୍ତି । ପେଟର ଯନ୍ତ୍ରଣା ଆଗରେ ଜୀବନ ହାରି ଯାଇଛି ।

କେବଳ ଯୁବତୀଙ୍କ ଜୀବନ ଚାଲି ଯାଇନି । ଏହି ଘଟଣା ଆମ ସମାଜକୁ ଏକ ବଡ଼ ଶିକ୍ଷା ଦେଇଛି । ମନରେ ଅସୁମାରୀ ଆଶା, ଆଖିରେ ସ୍ଵପ୍ନର ଅସରନ୍ତି ଭାବନା ଏବଂ କାନ୍ଧରେ ପରିବାରର ବୋଝକୁ ବୋହୁଥିବା ଝିଅଟିର ଯନ୍ତ୍ରଣା... ଜୀବନ ଉପରେ ଭାରି ପଡ଼ି ଯାଇଛି ।

ଏଥିସହ ପଢ଼ନ୍ତୁ: କ୍ଲିକ୍‌ରେ ଅର୍ଡର, ୧୦ ମିନିଟ୍‌ରେ ଆଉ ମିଳିବନି ସାମଗ୍ରୀ; କଠୋର ହେଲେ ସରକାର

କର୍ଣ୍ଣାଟକର ତୁମକୁଋରୁ ଆସିଥିବା ଏହି ଖବର କେବଳ ଗୋଟିଏ ଝିଅର ନୁହେଁ । ଆମ ସମାଜରେ ଏଭଳି ଲକ୍ଷ ଲକ୍ଷ ଝିଅ ଋତୁସ୍ରାବ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ହେଲେ ଖୋଲାଖୋଲି ଆଲୋଚନା କରିପାରୁ ନାହାନ୍ତି । ଯେଉଁଥିପାଇଁ ତୁମକୁଋ ଜିଲ୍ଲା ଉରଡିଗେରି ହୋବଲିର କୀର୍ତ୍ତନା ଅସମୟରେ ଆଖି ବୁଜିଛନ୍ତି ।

କୀର୍ତ୍ତନାଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଛି । କଲାବୁରଗିର ମୂଳ ବାସିନ୍ଦା କୀର୍ତ୍ତନା କାମ ଅନ୍ଵେଷଣରେ ୨ ମାସ ତଳେ ମାମୁ ଘରକୁ ଆସିଥିଲେ । କିନ୍ତୁ କାମ ନ ମିଳିବାରୁ ସେଠାରେ ରହିଥିଲେ । କିନ୍ତୁ କେବେ କେହି ଭାବି ନଥିଲେ ତାଙ୍କ ଭିତରେ ଥିବା ଏକୁଟିଆପଣ ଏତେ ବିପଜ୍ଜନକ ହେବ ।

ପରିବାର ଲୋକଙ୍କ ଅନୁସାରେ, କୀର୍ତ୍ତନା ଦୀର୍ଘ ଦିନରୁ ଋତୁସ୍ରାବ ପାଇଁ ଗମ୍ଭୀର ପେଟ ଯନ୍ତ୍ରଣାର ସାମ୍ନା କରୁଥିଲେ । ଋତୁସ୍ରାବ ଯନ୍ତ୍ରଣା ଏତେ ଅଧିକ ଥିଲା ଯେ କୀର୍ତ୍ତନା ସାମାନ୍ଯ ଦିନଚର୍ଯ୍ୟା ବି କରି ପରୁ ନଥିଲେ । ଯନ୍ତ୍ରଣାରେ ଶରୀର ସହ ମନ ଥକି ଯାଉଥିଲା ।

ଆଉ ଏହି ଘଟଣା ଘଟିବା ଦିନ ଘରେ କେହି ନଥିଲେ । ସେଦିନ କୀର୍ତ୍ତନା ଘରେ ଏକାକୀ ଥିଲା । ଏକଲାପଣ ଓ ଅସହନୀୟ ଯନ୍ତ୍ରଣା ଭିତରେ ସେ ନିଜ ଜୀବନ ନେଇଗଲା । ଆଉ କୀର୍ତ୍ତନାଙ୍କ ମୃତ୍ୟୁ ଖବର ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି ।

ଏଥିସହ ପଢ଼ନ୍ତୁ: ପାକିସ୍ତାନରେ ପଶି ଗ୍ରାଉଣ୍ଡ ଅପରେସନ୍ ପାଇଁ ପ୍ରସ୍ତୁତ ଥିଲା ଭାରତ; ଚେତାବନୀ ଦେଲେ ସେନା ମୁଖ୍ୟ

ଖବର ପାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଏକ ମାମଲା ରୁଜୁ କରିଛି । ପ୍ରତିଟି ଦିଗରୁ ପୋଲିସ ଯାଞ୍ଚ କରୁଛି । ତେବେ କୀର୍ତ୍ତନାଙ୍କ ମୃତ୍ୟୁ କେବଳ ଗୋଟିଏ ଝିଅର ଋତୁସ୍ରାବ କଷ୍ଟ ନୁହେଁ । ସମାଜ ଆଗରେ, ଆମର ସମ୍ବେଦନା ଆଗରେ ବିରାଟ ପ୍ରଶ୍ନ ଛିଡ଼ା କରିଛି ।

କ'ଣ ଆମେ ମହିଳାଙ୍କ ସ୍ଵାସ୍ଥ୍ୟ ବିଶେଷକରି Menstrual Health ଓ Chronic Painକୁ ଗମ୍ଭୀରତାର ସହ ନେଉଛେ ? ପ୍ରାୟତଃ ଯନ୍ତ୍ରଣାକୁ ଆମେ ସାମାନ୍ୟ କହି ଅଣଦେଖା କରି ଦେଉଛେ, ଯେତେବେଳେ କି ଏହି ଯନ୍ତ୍ରଣା ଜୀବନ ନେଇପାରେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Menstrual Pain: ଶିକ୍ଷା ଦେଇଗଲା ୧୯ ବର୍ଷର ଝିଅ; ଜୀବନ ନେଇଗଲା ପିରିୟଡ୍ସ | Argus News