Operation Sindoor / ପାକିସ୍ତାନରେ ପଶି ଗ୍ରାଉଣ୍ଡ ଅପରେସନ୍ ପାଇଁ ପ୍ରସ୍ତୁତ ଥିଲା ଭାରତ; ଚେତାବନୀ ଦେଲେ ସେନା ମୁଖ୍ୟ
·2 months ago·2 min read

Key Points
ସେନା ମୁଖ୍ୟ କହିଛନ୍ତି, "ଭାରତୀୟ ସେନାକୁ ସମ୍ପୂର୍ଣ୍ଣ ସ୍ଵାଧୀନତା ଦିଆଯାଇଥିଲା । ଆକ୍ରମଣ ପ୍ରତିଆକ୍ରମଣ ପାଇଁ ଅପରେସନ୍ ସିନ୍ଦୂର ସମୟରେ ସେନା ହାତରେ ଥିଲା ସମ୍ପୂର୍ଣ୍ଣ କ୍ଷମତା ।"
ନୂଆଦିଲ୍ଲୀ: ପାକିସ୍ତାନ ଭିତରକୁ ପଶିଥାନ୍ତା ଭାରତୀୟ ସେନା । ଗ୍ରାଉଣ୍ଡ ଅପରେସନ୍ ପାଇଁ ପୁରା ପ୍ରସ୍ତୁତ ଥିଲେ ଯବାନ । ଅପରେସନ୍ ସିନ୍ଦୂରକୁ ନେଇ ବର୍ଷର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ବଡ଼ ଖୁଲାସା କରିଛନ୍ତି ସେନା ମୁଖ୍ୟ ଉପେନ୍ଦ୍ର ଦ୍ଵିବେଦୀ ।
ସେନା ମୁଖ୍ୟ ଉପେନ୍ଦ୍ର ଦ୍ଵିବେଦୀ ମଙ୍ଗଳବାର ଭାରତ ୨୦୨୫ ମ'ରେ କରିଥିବା ଅପରେସନ୍ ସିନ୍ଦୂର ନେଇ ଅନେକ ତଥ୍ୟ ଦେଇଛନ୍ତି । କହିଛନ୍ତି, "ଭାରତୀୟ ସେନାକୁ ସମ୍ପୂର୍ଣ୍ଣ ସ୍ଵାଧୀନତା ଦିଆଯାଇଥିଲା । ଆକ୍ରମଣ ପ୍ରତିଆକ୍ରମଣ ପାଇଁ ଅପରେସନ୍ ସିନ୍ଦୂର ସମୟରେ ସେନା ହାତରେ ଥିଲା ସମ୍ପୂର୍ଣ୍ଣ କ୍ଷମତା ।"
ଏଥିସହ ପଢ଼ନ୍ତୁ: କ୍ଲିକ୍ରେ ଅର୍ଡର, ୧୦ ମିନିଟ୍ରେ ଆଉ ମିଳିବନି ସାମଗ୍ରୀ; କଠୋର ହେଲେ ସରକାର
ଏପରିକି ସ୍ଥଳ, ଜଳ ଓ ବାୟୁ ସେନା ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଥିଲେ । ଏଥିପାଇଁ ଭାରତ ପ୍ରଥମେ ଆତଙ୍କୀ ଆଡ୍ଡା ଗୁଡ଼ିକୁ ୨୨ ମିନିଟ୍ରେ ନଷ୍ଟ କରି ଦେଇଥିଲା । ଯାହାର ଟେର୍ ବି ପାଇ ନଥିଲା ପାକିସ୍ତାନ । ମେ ୭ରେ ହୋଇଥିବା ଆକ୍ରମଣରେ ପାକିସ୍ତାନ ଓ ପିଓକେର ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଭାରତ ଆକ୍ରମଣ କରିଥିଲା । ଯେଉଁଥିରେ ଶତାଧିକ ଆତଙ୍କବାଦୀ ନିହତ ହୋଇଥିଲେ ।
ମେ ୭ରେ ଭାରତର ୨୨ ମିନିଟ୍ ଆକ୍ରମଣ ପରେ ପଡ଼ୋଶୀ ପାକିସ୍ତାନ ସୀମାରେ ଅରାଜକତା ସ୍ଥିତି ସୃଷ୍ଟି ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଆତଙ୍କୀ ଆଡ୍ଡାକୁ ଧ୍ଵଂସ କରି ଆମ ଟାର୍ଗେଟ୍ ହାସଲ କରିବା ପରେ ଆଉ ଲଢ଼ିବା ପାଇଁ ଚାହୁଁ ନଥିଲୁ । କିନ୍ତୁ ପାକିସ୍ତାନ ପଟୁ ଡ୍ରୋନ୍ ଓ ମିସାଇଲ୍ ଛଡ଼ା ଯାଇଥିଲା । ଯାହାର ଦୃଢ଼ ଜବାବ ଦେଇଥିଲା ଭାରତ ।
ଏଥିସହ ପଢ଼ନ୍ତୁ: ଭଙ୍ଗାଯିବ ବିପଦ ସଂକୁଳ ନଅ ତାଲା କୋଠା
ଭାରତ ଏତେ ବଡ଼ ଆକ୍ରମଣ କରିବ ବୋଲି ପାକିସ୍ତାନ ଭାବି ପାରି ନଥିଲା । ତେଣୁ ସେମାନେ ତତ୍କ୍ଷଣାତ୍ ଜବାବ ଦେଇ ପାରି ନଥିଲେ । ସେମାନେ ଆକ୍ରମଣ କଲା ବେଳକୁ ଭାରତ ପୁରା ପ୍ରସ୍ତୁତ ଥାଇ ଦୃଢ଼ ଜବାବ ଦେଇଥିଲା ।
୨୦୨୫ ମେ ୧୦ ତାରିଖରେ ୩ ସେନାକୁ ସରକାର ସ୍ପଷ୍ଟ ବାର୍ତ୍ତା ଦେଇଥିଲେ । କହିଥିଲେ ଆକ୍ରମଣ ଆଗକୁ ଅଧିକ ହେଲେ ଭାରତୀୟ ସେନା ପାକିସ୍ତାନରେ ପଶି ଗ୍ରାଉଣ୍ଡ ଅପରେସନ୍ କରିଥାନ୍ତା । ପାକିସ୍ତାନର ଆଉ ଗୋଟିଏ ବି ଭୁଲ୍ ସିଧା ଗ୍ରାଉଣ୍ଡ ଆକ୍ରମଣକୁ ନିମନ୍ତ୍ରଣ କରିଥାନ୍ତା ବୋଲି କହିଛନ୍ତି ସେନା ମୁଖ୍ୟ ।

OPERATION SINDOOR
— ADG PI - INDIAN ARMY (@adgpi) May 10, 2025
Indian Army Pulverizes Terrorist Launchpads
As a response to Pakistan's misadventures of attempted drone strikes on the night of 08 and 09 May 2025 in multiple cities of Jammu & Kashmir and Punjab, the #Indian Army conducted a coordinated fire assault on… pic.twitter.com/2i5xa3K7uk
ମେ ୭ରେ ଭାରତର ୨୨ ମିନିଟ୍ ଆକ୍ରମଣ ପରେ ପଡ଼ୋଶୀ ପାକିସ୍ତାନ ସୀମାରେ ଅରାଜକତା ସ୍ଥିତି ସୃଷ୍ଟି ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ଆତଙ୍କୀ ଆଡ୍ଡାକୁ ଧ୍ଵଂସ କରି ଆମ ଟାର୍ଗେଟ୍ ହାସଲ କରିବା ପରେ ଆଉ ଲଢ଼ିବା ପାଇଁ ଚାହୁଁ ନଥିଲୁ । କିନ୍ତୁ ପାକିସ୍ତାନ ପଟୁ ଡ୍ରୋନ୍ ଓ ମିସାଇଲ୍ ଛଡ଼ା ଯାଇଥିଲା । ଯାହାର ଦୃଢ଼ ଜବାବ ଦେଇଥିଲା ଭାରତ ।
ଏଥିସହ ପଢ଼ନ୍ତୁ: ଭଙ୍ଗାଯିବ ବିପଦ ସଂକୁଳ ନଅ ତାଲା କୋଠା
ଭାରତ ଏତେ ବଡ଼ ଆକ୍ରମଣ କରିବ ବୋଲି ପାକିସ୍ତାନ ଭାବି ପାରି ନଥିଲା । ତେଣୁ ସେମାନେ ତତ୍କ୍ଷଣାତ୍ ଜବାବ ଦେଇ ପାରି ନଥିଲେ । ସେମାନେ ଆକ୍ରମଣ କଲା ବେଳକୁ ଭାରତ ପୁରା ପ୍ରସ୍ତୁତ ଥାଇ ଦୃଢ଼ ଜବାବ ଦେଇଥିଲା ।
୨୦୨୫ ମେ ୧୦ ତାରିଖରେ ୩ ସେନାକୁ ସରକାର ସ୍ପଷ୍ଟ ବାର୍ତ୍ତା ଦେଇଥିଲେ । କହିଥିଲେ ଆକ୍ରମଣ ଆଗକୁ ଅଧିକ ହେଲେ ଭାରତୀୟ ସେନା ପାକିସ୍ତାନରେ ପଶି ଗ୍ରାଉଣ୍ଡ ଅପରେସନ୍ କରିଥାନ୍ତା । ପାକିସ୍ତାନର ଆଉ ଗୋଟିଏ ବି ଭୁଲ୍ ସିଧା ଗ୍ରାଉଣ୍ଡ ଆକ୍ରମଣକୁ ନିମନ୍ତ୍ରଣ କରିଥାନ୍ତା ବୋଲି କହିଛନ୍ତି ସେନା ମୁଖ୍ୟ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories