Videos
|
National

Commercial LPG Price Hike / ଆଜିଠୁ ବଢ଼ିଲା LPG ସିଲିଣ୍ଡର ଦର, ଜାଣନ୍ତୁ କେତେ ଟଙ୍କା ମହଙ୍ଗା ହେଲା

Santosh Kumar Sahoo
Browse all articles by Santosh Kumar Sahoo
·45 mins ago·2 min read
ଆଜିଠୁ ବଢ଼ିଲା LPG ସିଲିଣ୍ଡର ଦର, ଜାଣନ୍ତୁ କେତେ ଟଙ୍କା ମହଙ୍ଗା ହେଲା
LPG Cylinder Price

Key Points

ନଭେମ୍ବର ୧ରୁ ବଦଳିଲା LPG ଦର
ହୋଟେଲ୍ ଓ ରେଷ୍ଟୁରାଣ୍ଟ ମାଲିକଙ୍କୁ ଝଟକା
ଏବେ ଦେବାକୁ ପଡ଼ିବ ଅଧିକ ଟଙ୍କା

ଦୀପାବଳି ପୂର୍ବରୁ ହୋଟେଲ୍, ରେଷ୍ଟୁରାଣ୍ଟ ଓ ଢାବା ମାଲିକଙ୍କୁ ମହଙ୍ଗା ମାଡ଼ । ନଭେମ୍ବର ୧ ତାରିଖରୁ ବୃଦ୍ଧି ପାଇଛି ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ୍ ଏଲପିଜି (LPG) ଗ୍ୟାସ୍ ସିଲିଣ୍ଡରର ଦାମ୍ । ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ ସିଲିଣ୍ଡର ପିଛା ୧୦ ଟଙ୍କା ବୃଦ୍ଧି ହୋଇଥିବା ବେଳେ ଚେନ୍ନାଇରେ ୧୧.୫୦ ଟଙ୍କା ବଢ଼ିଛି ।
ତେବେ ଘରୋଇ ଗ୍ୟାସ୍ ଉପଭୋକ୍ତାଙ୍କ ପାଇଁ ରହିଛି ଆଶ୍ୱସ୍ତିକର ଖବର । ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ଏଲପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

ନଭେମ୍ବର ୧ରୁ ଲାଗୁ ହୋଇଥିବା ନୂଆ ଦର ଅନୁଯାୟୀ, ଦିଲ୍ଲୀରେ ୧୯ କିଲୋଗ୍ରାମ କମର୍ସିଆଲ୍ ସିଲିଣ୍ଡରର ମୂଲ୍ୟ ୨,୮୨୦ ଟଙ୍କାରେ ପହଞ୍ଚିଛି । ସେହିପରି ମୁମ୍ବାଇରେ ୨,୭୭୪.୫୦ ଟଙ୍କା ଓ କୋଲକାତାରେ ୨,୯୬୪ ଟଙ୍କା ହୋଇଛି । ଅନ୍ୟପଟେ ଚେନ୍ନାଇରେ ୧୧.୫୦ ଟଙ୍କା ବୃଦ୍ଧି ପରେ ଏହାର ଦାମ୍ ୨,୯୯୪.୫୦ ଟଙ୍କାରେ ପହଞ୍ଚିଛି । ବେଙ୍ଗାଲୁରୁରେ ୧୦ ଟଙ୍କା ବୃଦ୍ଧି ପରେ ଏବେ ଗୋଟିଏ କମର୍ସିଆଲ୍ ସିଲିଣ୍ଡର ପାଇଁ ୨,୯୦୮ ଟଙ୍କା ଦେବାକୁ ପଡ଼ିବ ।

ହୋଟେଲ୍ ଓ ରେଷ୍ଟୁରାଣ୍ଟ ଉପରେ ପଡ଼ିବ ପ୍ରଭାବ

କମର୍ସିଆଲ୍ ଏଲପିଜି ସିଲିଣ୍ଡର ହୋଟେଲ୍, ରେଷ୍ଟୁରାଣ୍ଟ, ଢାବା ଓ କ୍ୟାଟରିଂ ବ୍ୟବସାୟରେ ବ୍ୟବହାର ହୋଇଥାଏ । ତେଣୁ ଗ୍ୟାସ୍ ଦର ବୃଦ୍ଧି ଯୋଗୁଁ ଏହି ବ୍ୟବସାୟ ସହ ଜଡ଼ିତ ଲୋକଙ୍କ ଖର୍ଚ୍ଚ ବଢ଼ିବା ଆଶଙ୍କା ରହିଛି ।

ଘରୋଇ ଗ୍ୟାସ୍ ଉପଭୋକ୍ତାଙ୍କୁ ଆଶ୍ୱସ୍ତି

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ମହଙ୍ଗା ହୋଇଥିବା ବେଳେ ଘରୋଇ ଉପଭୋକ୍ତାଙ୍କ ପାଇଁ ଏବେ ଆଶ୍ୱସ୍ତି ରହିଛି। ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ଏଲପିଜି ସିଲିଣ୍ଡର ଦର ନଭେମ୍ବର ୧ ତାରିଖରେ ଅପରିବର୍ତ୍ତିତ ରହିଛି। ଅର୍ଥାତ୍ ରୋଷେଇ ଘରେ ବ୍ୟବହୃତ ଗ୍ୟାସ୍ ସିଲିଣ୍ଡର ପାଇଁ ଗ୍ରାହକଙ୍କୁ ବର୍ତ୍ତମାନ ଅଧିକ ଟଙ୍କା ଦେବାକୁ ପଡ଼ିବ ନାହିଁ । ତେବେ ପାର୍ବଣ ଋତୁରେ କମର୍ସିଆଲ୍ ଗ୍ୟାସ୍ ଦର ବୃଦ୍ଧି ବ୍ୟବସାୟୀଙ୍କ ଚିନ୍ତା ବଢ଼ାଇଛି ।