Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Bihar Election / ୨୦୨୫ ନିର୍ବାଚନରେ କାହାର ହେବ ବାଜିମାତ୍ : ପୁଣି NDA ସରକାର ନା ବିରୋଧୀ ପିନ୍ଧିବେ ମୁକୁଟ

Ritu Das
Browse all articles by Ritu Das
·8 months ago·3 min read
୨୦୨୫ ନିର୍ବାଚନରେ କାହାର ହେବ ବାଜିମାତ୍ : ପୁଣି NDA ସରକାର ନା ବିରୋଧୀ ପିନ୍ଧିବେ ମୁକୁଟ

Key Points

୧୯୫୧ ମସିହା ପରଠାରୁ ଏଭଳି ଭୋଟିଂ କେବେ ବିହାରରେ ହୋଇ ନ ଥିଲା। ଏହାରି ଭିତରେ ସମସ୍ତଙ୍କୁ ଚକିତ କରିଛି ମହିଳା ଭୋଟରଙ୍କ ସଂଖ୍ୟା । ଚର୍ଚ୍ଚା ହେଉଛି ମହିଳାଙ୍କ ଭୋଟ ବ୍ୟାଙ୍କ ଏଥର NDA ଖାତାକୁ ଯାଇପାରେ ।
ଆସନ୍ତାକାଲି ଆସିବ ବିହାର ଜନାଦେଶ । ୨୦୨୫ ନିର୍ବାଚନରେ କାହାର ହେବ ବାଜିମାତ୍ । ପୁଣି NDA ସରକାର ନା ବିରୋଧୀ ପିନ୍ଧିବେ ମୁକୁଟ । NDA କ୍ଷମତା ବଜାୟ ରଖିବା ନେଇ ସବୁ EXIT ପୋଲର ଆକଳନ ହୋଇଛି । ୨୪୩ ବିଶିଷ୍ଟ ବିହାର ବିଧାନସଭାରେ ମ୍ୟାଜିକ ନମ୍ବର ହେଉଛି ୧୨୨ । ସେହିପରି ବିହାରରେ ରେକର୍ଡ ଭୋଟିଂ ହୋଇଛି । ଦୁଇଟି ପର୍ଯ୍ୟାୟ ନିର୍ବାଚନରେ ୬୬.୯୧ ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ଦେଇଛନ୍ତି ନିର୍ବାଚନ କମିଶନ।

ଏହାସହ ପଢ଼ନ୍ତୁ: ବିହାରରେ ଶେଷ ହେଲା ଭୋଟିଂ: ୨ୟ ପର୍ଯ୍ୟାୟରେ 68.79 ପ୍ରତିଶତ ମତଦାନ

ବଡ଼ କଥା ହେଉଛି ୧୯୫୧ ମସିହା ପରଠାରୁ ଏଭଳି ଭୋଟିଂ କେବେ ବିହାରରେ ହୋଇ ନ ଥିଲା। ଏହାରି ଭିତରେ ସମସ୍ତଙ୍କୁ ଚକିତ କରିଛି ମହିଳା ଭୋଟରଙ୍କ ସଂଖ୍ୟା । ଚର୍ଚ୍ଚା ହେଉଛି ମହିଳାଙ୍କ ଭୋଟ ବ୍ୟାଙ୍କ ଏଥର NDA ଖାତାକୁ ଯାଇପାରେ । କାରଣ ନିର୍ବାଚନ ରେ ସବୁଠୁ ଅଧିକ ପ୍ରଭାବ ପକାଇ ଥିଲା ନୀତିଶ ସରକାରଙ୍କ ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନା।

ନଭେମ୍ବର 6 ଏବଂ ନଭେମ୍ବର 11 ରେ ଉଭୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଛି। 2025 ବିହାର ବିଧାନସଭା ନିର୍ବାଚନ ଏବେ ଶେଷ ପର୍ଯ୍ୟାୟରେ। ଆସନ୍ତାକାଲି ଆସିବ ବିହାର ଫଳାଫଳ। ଏହାକୁ ନେଇ ରହିଛି ସମସ୍ତଙ୍କ ନଜର। ରାଜ୍ୟରେ ବିଜେପି-ଜେଡି(ୟୁ) ନେତୃତ୍ୱାଧୀନ ଏନଡିଏ କ୍ଷମତା ବଜାୟ ରଖିବ ନା ଆରଜେଡି ନେତୃତ୍ୱାଧୀନ ଏବଂ କଂଗ୍ରେସ ସମର୍ଥିତ ମହାଗଠବନ୍ଧନ, ନଅ ଥରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଗାଦିଚ୍ୟୁତ କରିବ ତାହା ଦେଖିବାକୁ ବାକି ରହିଲା।

ଏହାସହ ପଢ଼ନ୍ତୁ: ବିହାରରେ ଶେଷ ହେଲା ଭୋଟିଂ: ୨ୟ ପର୍ଯ୍ୟାୟରେ 68.79 ପ୍ରତିଶତ ମତଦାନ

ଆସନ୍ତା କାଲି ସକାଳେ ଭୋଟଗଣନା କରାଯିବ। ଏଥିପାଇଁ ସବୁ ରାଜନେତାଙ୍କ ଛାତି ଏବେଠୁ ଧଡ଼ଧଡ଼ ହେବା ଆରମ୍ଭ ହେଲାଣି। ବିହାର ଫଳାଫଳ ସେହିଦିନ ହିଁ ଆସିଯିବ। ନିର୍ବାଚନ କମିଶନ କିନ୍ତୁ ଆଗାମୀ କିଛି ଦିନ ମଧ୍ୟରେ ବିହାରର ଚୂଡ଼ାନ୍ତ ତଥ୍ୟ ପ୍ରକାଶ କରିବେ।

ବିହାର ମତଦାନ ୨୭ବର୍ଷର ରେକର୍ଡ ଭାଙ୍ଗିଛି
ପ୍ରଥମ ପର୍ଯ୍ୟାୟରେ 65 ପ୍ରତିଶତରୁ ବି ଅଧିକ ମତଦାନ ହୋଇଥିଲା। ତେବେ ଏହି ମତଦାନ ହାର ବିହାରବାସୀଙ୍କ ଉତ୍ସାହକୁ ଦର୍ଶାଉଛି। ଯାହାକୁ NDA ବିକଶିତ ବିହାର ଉପରେ ବିହାରବାସୀଙ୍କ ମୋହର ବୋଲି କହୁଛି। ସେପଟେ ବିରୋଧୀ କିନ୍ତୁ ଏହାକୁ ପରିବର୍ତ୍ତନ ସହ ଯୋଡୁଛନ୍ତି। ନିର୍ବାଚନ କମିଶନଙ୍କ ମତ ଅନୁସାରେ2ୟ ପର୍ଯ୍ୟାୟରେ ଭୋଟ୍ ଦେଇଛନ୍ତି ମୋଟ୍ ୩କୋଟି ୭୦ ଲକ୍ଷରୁ ଅଧିକ ଭୋଟର୍।

ବିହାର ମୁଖ୍ୟ ନିର୍ବାଚନ ପଦାଧିକାରୀ ବିନୋଦ ସିଂହ ଗୁଞ୍ଜିୟାଲ ମଙ୍ଗଳବାର ସନ୍ଧ୍ୟାରେ ପାଟନାରେ ଆୟୋଜିତ ଏକ ପ୍ରେସ କନଫରେନ୍ସରେ କହିଥିଲେ ଦ୍ବିତୀୟ ପର୍ଯ୍ୟାୟରେ ୪୫,୩୯୯ ବୁଥ ଚିହ୍ନଟ କରାଯାଇଥିଲା। ଆଉ ମତଦାତାଙ୍କ ସଂଖ୍ୟା ଥିଲା ୩.୭ କୋଟି। ଏମାନଙ୍କ ମଧ୍ୟରୁ ପୁରୁଷ ମତଦାତାଙ୍କ ସଂଖ୍ୟା ହେଲା ୧.୯୫ କୋଟି ଏବଂ ମହିଳା ମତଦାତାଙ୍କ ସଂଖ୍ୟା ହେଉଛି ୧.୭୪ କୋଟି। ତେବେ ଏପର୍ଯ୍ୟନ୍ତ କଟିହାରରେ ସର୍ବାଧିକ ୭୮.୬୩% ମତଦାନ କରାଯାଇଛି। କିଶନଗଞ୍ଜରେ ୭୮.୦୬%, ଏବଂ ପୂର୍ଣ୍ଣିମାରେ ୭୬.୦୪% ମତଦାନ କରାଯାଇଛି।
ଗୁଞ୍ଜିୟାଲ ଆଉ ମଧ୍ୟ ସୁଚନା ଦେଇଛନ୍ତି ଯେ, ଗତ ବିଧାନସଭା ନିର୍ବାଚନ ଠାରୁ ଚଳିତବର୍ଷ ୯.୬% ଅଧିକ ମତଦାନ ହୋଇଛି। ଆହୁରି ଅଧିକ ହେବ ବୋଲି ଆଶା କରାଯାଉଥିଲା।

ଲୋକତନ୍ତ୍ରର ମାଟି କୁହାଯାଉଥିବା ବିହାରରେ ବିଧାନସଭା ନିର୍ବାଚନ ୨୦୨୫ ଦୁଇଟି ପର୍ଯ୍ୟାୟରେ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ନଭେମ୍ବର ୬ ତାରିଖରେ ହୋଇଥିଲା ଏବଂ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ୧୧ ନଭେମ୍ବରରେ ହୋଇଛି। ପ୍ରଥମ ପର୍ଯ୍ୟାୟ ମତଦାନ ୧୮ ଜିଲ୍ଲାରେ ୧୨୧ ସିଟ ପାଇଁ ସମୁଦାୟ ୬୫.୦୮% ପ୍ରତିଶତ ଭୋଟିଂ ହୋଇଛି। ଏହି ଭୋଟିଂ ହାର ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ମତଦାନ ପ୍ରତିଶତ ରେକର୍ଡ କରିଛି। ଆଉ ଦ୍ବିତୀୟ ପର୍ଯ୍ୟାୟରେ ମଙ୍ଗଳବାର ୨୦ ଜିଲ୍ଲାରେ ୧୨୨ ସିଟ ପାଇଁ ମତଦାନ ହୋଇଥିଲା। ଆଉ ଏଥିରେ ପ୍ରଥମପର୍ଯ୍ୟାୟ ରେକର୍ଡ ବି ବ୍ରେକ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Who Will Win 2025 Election: NDA or Opposition? | Argus News