Digital Census India / ୨୦୨୭ ଜନଗଣନାକୁ ନେଇ ଆସିଲା ବଡ଼ ଖବର
·3 months ago·2 min read

Key Points
ଆସନ୍ତା ୨୦୨୭ ଜଣଗଣନାକୁ ନେଇ ଆସିଛି ବଡ଼ ଖବର। ଏ ସମ୍ପର୍କରେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଆଗାମୀ ଜନଗଣନା ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ କରାଯିବ।
Census 2027 India Latest Update: ଦେଶରେ ହେବାକୁ ଯାଉଥିବା ଆଗାମୀ ୨୦୨୭ ଜନଗଣନାକୁ ନେଇ ଆସିଛି ଏକ ବଡ଼ ଖବର। ଏନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଆଗାମୀ ଜନଗଣନା ପ୍ରକ୍ରିୟା ଦୁଇଟି ପର୍ଯ୍ୟାୟରେ କରାଯିବ। ପ୍ରଥମ ପର୍ଯ୍ୟାୟରେ ପରିବାର ତାଲିକାଭୂକ୍ତ ଏବଂ ଗଣନା ଉପରେ ଧ୍ୟାନ ଦିଆଯିବ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା ସମାପ୍ତ ହେବ। ଏ ସମ୍ପର୍କରେ ମତ ରଖି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ଏହା ପରେ ଯାଇ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ଜାରି କରାଯିବ। ଆଗମୀ ୨୦୨୭ ଜନଗଣନା ଦେଶର ପ୍ରଥମ ଡିଜିଟାଲ୍ ଜନଗଣନା ହେବା ନେଇ ଆଶା କରାଯାଉଛି। ଜନଗଣନା ସମ୍ପର୍କିତ ତଥ୍ୟ ସଂଗ୍ରହ ପାଇଁ ମୋବାଇଲ୍ ଆପ୍ ଏବଂ ପୋର୍ଟାଲ ବ୍ୟାପକ ଭାବରେ ବ୍ୟବହାର କରାଯିବ।
କେନ୍ଦ୍ର କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ପୂର୍ବ ଜନଗଣନା ପ୍ରକ୍ରିୟାରେ ଦ୍ୱିତୀୟ ପର୍ଯ୍ୟାୟ ସମୟରେ ଦିବ୍ୟଙ୍ଗତା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରାଯାଇଥିଲା। ପ୍ରଶ୍ନାବଳୀ ଚୂଡ଼ାନ୍ତ ହେବା ପରେ ୨୦୨୭ ଜନଗଣନା ପାଇଁ ସମାନ ପଦ୍ଧତି ଆଶା କରାଯାଉଛି। ଯେ ଦ୍ୱିତୀୟ ପର୍ଯ୍ୟାୟ ପ୍ରଶ୍ନାବଳୀକୁ ଚୂଡ଼ାନ୍ତ କରିବା ପାଇଁ ପ୍ରାସଙ୍ଗିକ ଅଂଶୀଦାରଙ୍କ ସହିତ ପରାମର୍ଶ କରି ବିସ୍ତୃତ ନିର୍ଦ୍ଦେଶନାମ ମାନୁଆଲ୍ ଏବଂ ପ୍ରଶିକ୍ଷଣ ଟୁଲକିଟ୍ ବିକଶିତ କରାଯିବ।
ଜନଗଣନାକୁ ସୁଗମ ଭାବରେ କାର୍ଯ୍ୟକାରୀ କରିବା ପାଇଁ ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକଙ୍କ ସମେତ ଜନଗଣନା ଅଧିକାରୀଙ୍କ ପାଇଁ ତାଲିମ ଅଧିବେଶନ ମଧ୍ୟ ଅନୁଷ୍ଠିତ ହେବ। ଏ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ ପ୍ରକ୍ରିୟା ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରି ମନ୍ତ୍ରୀ କହିଥିଲେ ଯେ ଗଣନାକାରୀ ସୂଚନା ସଂଗ୍ରହ ପାଇଁ ସେମାନଙ୍କ ଦ୍ୱାରା ନିର୍ଦ୍ଧାରିତ ଗଣନା ବ୍ଲକ୍ ଅଧିନରେ ରହିଥିବା ଘର ଘର ବୁଲିବେ।
ଶେଷ ଥର ପାଇଁ ଗତ ୨୦୧୧ ବର୍ଷରେ ହୋଇଥିଲା ଜନଗଣନା। ଏହା ୧୦ ବର୍ଷ ପରେ ଅର୍ଥାତ ୨୦୨୧ରେ ଦେଶର ଜନଗଣନା ହୋଇଥାନ୍ତା। ମାତ୍ର କୋରୋନା ମହମାରୀ କାରଣରୁ ୨୦୨୧ ଜନଗଣନା ହୋଇପାରିଲା ନାହିଁ। ଏଥର ୨୦୨୭ ରେ ଦେଶରେ ଜନଗଣନା ହେବାକୁ ଯାଉଛି। ଆସନ୍ତାବର୍ଷ ହେବାକୁ ଯାଉଥିବା ଜନଗଣନା ଡିଜିଟାଲ ହୋଇପାରେ ବୋଲି ଆଶା କରାଯାଉଛି। ଗତ ୨୦୨୧ ଜନଗଣନା ଅନୁସାରେ ଦେଶର ମୋଟ ଜନସଂଖ୍ୟା ୧୨୧ କୋଟି ରହିଥିଲା। ଏବେ ଦେଶର ମୋଟ ଜନସଂଖ୍ୟା ୧୪୦ କୋଟିରୁ ୧୫୦ କୋଟି ମଧ୍ୟରେ ରହିଥିବାର ପୂର୍ବାନୁମାନ କରାଯାଉଛି।
ପଢନ୍ତୁ ଏହି ଖବର: ଏପ୍ରିଲରୁ ଓଡ଼ିଶାରେ ହେବ ଜନଗଣନା, ନିଯୁକ୍ତ ହେବେ ଲକ୍ଷାଧିକ ଜନଗଣନା ଅଧିକାରୀ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories