PMGSY@25 / ୨୫ ବର୍ଷରେ ପିଏମଜିଏସୱାଇ; ଯିଏ ବଦଳାଇଛି ଗାଁର ଭାଗ୍ୟ
·2 months ago·2 min read

Key Points
ଗାଁ ଗଣ୍ଡାକୁ ସବୁ ଦୁନିଆ ରାସ୍ତା ସହ ଯୋଡ଼ିବା ଲକ୍ଷ୍ୟରେ ଗତ ୨୦୦୦ ମସିହା ଡିସେମ୍ବର ୨୫ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା ବୈପ୍ଲବିକ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା।
Pradhan Mantri Gram Sadak Yojana: କୁହାଯାଏ ବିବିଧତା ବହୁଳ ଭାରତ ବର୍ଷର ଆତ୍ମା ଗାଁରେ ରହିଛି। ଦେଶ ସେତେବେଳେ ବିକଶିତ ବୋଲି ଧରାଯିବ ଯେତେବେଳେ ଗାଁ ଗଣ୍ଡା ବିକାଶ ଧାରାରେ ସମ୍ପୂର୍ଣ୍ଣ ଯୋଡ଼ି ହୋଇ ସାରିଥିବ। ଗାଁର ବିକାଶରେ ଦେଶର ବିକାଶ। କାରଣ ଦେଶର ମୋଟ ଜନସଂଖ୍ୟାର ଅଧାରୁ ଅଧିକ ଏବେ ମଧ୍ୟ ଗ୍ରାମାଞ୍ଚଳରେ ବସବାସ କରୁଛନ୍ତି। ଗୋଟିଏ ଗାଁ ସେତେବେଳେ ବିକଶିତ ହୋଇପାରିବ ଯେତେବେଳେ ଏହ ରାସ୍ତା ସହ ଯୋଡ଼ି ହୋଇଥିବ। ରାସ୍ତା କେବଳ ଯେ ଅର୍ଥନୈତିକ ଏବଂ ସାମାଜିକ ସେବାର ପ୍ରବେଶକୁ ପ୍ରୋତ୍ସାହିତ କରେ ତାହା ନୁହେଁ ବରଂ ଏହା କୃଷି ଆୟକୁ ବୃଦ୍ଧି କରିବା ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରେ। ଦାରିଦ୍ର୍ୟ ହ୍ରାସ କରିବାରେ ମଧ୍ୟ ରାସ୍ତା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।
ଏହା ସହ ପଢନ୍ତୁ: ଦ୍ରୁତ ଗତିରେ ବିସ୍ତାର ହେଉଛି ସଡ଼କ ପଥ; ୧୨ ବର୍ଷରେ ୬୦ ପ୍ରତିଶତ ବଢିଛି ଜାତୀୟ ରାଜପଥ
ଗାଁ ଗଣ୍ଡାକୁ ବିକଶିତ କରିବା ଲକ୍ଷ୍ୟରେ କାର୍ଯ୍ୟକାରୀ ହୋଇଥିଲା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (PMGSY)। ଯାହା ୨୦୦୦ ମସିହା ଡିସେମ୍ବର ୨୫ ତାରିଖରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସରକାରଙ୍କ ଅଧିନରେ ହୋଇଥିଲା। ଗାଁ ଗଣ୍ଡା ସହ ଦୁର୍ଗମ ଅଞ୍ଚଳରେ ସଡ଼କ ସଂଯୋଗକୁ ବୃଦ୍ଧି କରିବା ଏହି ଯୋଜନାର ଲକ୍ଷ୍ୟ ରହିଥିଲା। ଯାହା ଦ୍ୱାରା ସ୍ଥାନୀୟ ଅଞ୍ଚଳର ସାମାଜିକ-ଆର୍ଥିକ ଅବସ୍ଥା ଉନ୍ନତ ହୋଇପାରିବ।
ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାକୁ ୨୫ ବର୍ଷ ପୂରଣ ହୋଇଯାଇଛି। ଏପର୍ଯ୍ୟନ୍ତ ଏହାର ଚାରୋଟି ପର୍ଯ୍ୟାୟ କାର୍ଯ୍ୟକାରୀ ହୋଇସାରିଛି। କେନ୍ଦ୍ର ସରକାରଙ୍କ ଅନୁଯାୟୀ ପିଏସଜିଏସୱାଇ ଅଧିନରେ ଏ ପର୍ଯ୍ୟନ୍ତ ୮ ଲକ୍ଷ ୨୫ ହଜାର ୧୧୪ କିଲୋମିଟର ରାସ୍ତା ନିର୍ମାଣ କରିବା ମଞ୍ଜୁରୀ ମିଳିସାରିଛି। ଗତ ବର୍ଷ ଡିସେମ୍ବର ସୁଦ୍ଧା ପ୍ରାୟ ୭ ଲକ୍ଷ ୮୭ ହଜାର ୫୨୦ କିଲୋମିଟର ରାସ୍ତାର ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି।
ଏହା ସହ ପଢନ୍ତୁ: ସଡ଼କ ନିର୍ମାଣରେ ହୋଇଛି କେତେ ଖର୍ଚ୍ଚ? ସାମ୍ନାକୁ ଆସିଲା ତଥ୍ୟ
ଏହି ଯୋଜନାର ତୃତୀୟ ପର୍ଯ୍ୟାୟ ଗତ ୨୦୧୯ ରେ ଆରମ୍ଭ ହୋଇଥିଲା। ଯାହା ଅଧିନରେ ଏପର୍ଯ୍ୟନ୍ତ ୧.୨୨ ଲକ୍ଷ କିଲୋମିଟର ରାସ୍ତା ନିର୍ମାଣକୁ ଅନୁମୋଦନ କରାଯାଇଛି। ଗତ ୨୦୨୫ ଡିସେମ୍ବର ପର୍ଯ୍ୟନ୍ତ ଏହା ମଧ୍ୟରୁ ୧.୦୧ ଲକ୍ଷ କିଲୋମିଟରରୁ ଅଧିକ ରାସ୍ତାରେ ଗ୍ରାମାଞ୍ଚଳରେ ନିର୍ମିତ ହୋଇସାରିଛି। ଏହାର ଚତୁର୍ଥ ପର୍ଯ୍ୟାୟ ଗତ ୨୦୨୪ ରେ ଆରମ୍ଭ ହୋଇଥିଲା। ଏହା ଅଧିନରେ ୬୨,୫୦୦ କିଲୋମିଟର ରାସ୍ତା ନିର୍ମାଣ କରାଯିବ। ଏହି ପର୍ଯ୍ୟାୟ ପାଇଁ କେନ୍ଦ୍ରରେ ମୋଦି ସରକାର ୭୦,୧୨୫ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories