Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

NHAI New Record / ଦ୍ରୁତ ଗତିରେ ବିସ୍ତାର ହେଉଛି ସଡ଼କ ପଥ; ୧୨ ବର୍ଷରେ ୬୦ ପ୍ରତିଶତ ବଢିଛି ଜାତୀୟ ରାଜପଥ

Subhramjit Ray
Browse all articles by Subhramjit Ray
·2 months ago·2 min read
ଦ୍ରୁତ ଗତିରେ ବିସ୍ତାର ହେଉଛି ସଡ଼କ ପଥ; ୧୨ ବର୍ଷରେ ୬୦ ପ୍ରତିଶତ ବଢିଛି ଜାତୀୟ ରାଜପଥ
NH network expansion 12 years

Key Points

ସରକାରୀ ତଥ୍ୟ ଦର୍ଶାଉଛି ଯେ ଦେଶରେ ଜାତୀୟ ରାଜପଥର ଲମ୍ବ ମାର୍ଚ୍ଚ ୨୦୧୪ ସୁଦ୍ଧା ୯୧,୨୮୭ କିଲୋମିଟର ଥିଲା। ଡିସେମ୍ବର ୨୦୨୫ ସୁଦ୍ଧା ଏହା ବୃଦ୍ଧି ହୋଇ ୧.୪୬ ଲକ୍ଷ କିଲୋମିଟର ହୋଇଛି।
  • National Highway growth India: ଗତ ୨୦୧୪ ବର୍ଷରୁ କେନ୍ଦ୍ରରେ ମୋଦି ସରକାର ଗଠନ ହେବା ପର ଠାରୁ ବିଗତ ୧୨ ବର୍ଷ ମଧ୍ୟରେ ଦେଶରେ ଜାତୀୟ ରାଜପଥର ଦ୍ରୁତ ବିସ୍ତାର ହୋଇଛି। ଏହି ସମୟ ଅବଧି ମଧ୍ୟରେ ସମଗ୍ର ଦେଶରେ ଜାତୀୟ ରାଜପଥ ନେଟୱାର୍କ ପ୍ରାୟ ୬୦ ପ୍ରତିଶତ ବୃଦ୍ଧି ପାଇଛି।

  • ୧୯୪୭ ମସିହାରେ ଯେତେବେଳେ ଭାରତ ବର୍ଷ ସ୍ୱାଧିନ ହୋଇଥିଲା, ସେତେବେଳେ ଦେଶରେ ମୋଟ ଜାତୀୟ ରାଜପଥର ଲମ୍ବ ୨୧,୩୭୮ କିଲୋମିଟର ରହିଥିଲା। ଗତ ବର୍ଷ ଡିସେମ୍ବର ସୁଦ୍ଧା ଏହା ୧.୪୫ ଲକ୍ଷ କିଲୋମିଟରରୁ ଅଧିକ ହୋଇସାରିଛି। ସଡ଼କ ପରିବହନ ମନ୍ତ୍ରଣାଳୟର ଏକ ରିପୋର୍ଟ ଅନୁସାରେ ୨୦୧୪ ବର୍ଷରେ ସାରା ଦେଶରେ ୯୧,୨୮୭ କିଲୋମିଟର ଲମ୍ବା ଜାତୀୟ ରାଜପଥ ନେଟୱାର୍କ ରହିଥିଲା। ଯାହା ୨୦୨୫ ଡିସେମ୍ବର ୩୧ ସୁଦ୍ଦା ୧ ଲକ୍ଷ ୪୬ ହଜାର ୫୭୨ କିଲୋମିଟରକୁ ବୃଦ୍ଧି ପାଇଛି। ଯାହାର ଅର୍ଥ ହେଉଛି ୨୦୧୪ ପର ଠାରୁ ଜାତୀୟ ରାଜପଥ ନେଟୱାର୍କ ୬୦ ପ୍ରତିଶତରୁ ଅଧିକ ବିସ୍ତାରିତ ହୋଇଛି।

    ଏହା ସହ ପଢନ୍ତୁ: ସଡ଼କ ନିର୍ମାଣରେ ହୋଇଛି କେତେ ଖର୍ଚ୍ଚ? ସାମ୍ନାକୁ ଆସିଲା ତଥ୍ୟ

    ଦେଶର କେତେ ପର୍ଯ୍ୟନ୍ତ ଲମ୍ବିଛି ସଡ଼କ ନେଟୱାର୍କ?

    ସଡ଼କ ପରିବହନ ମନ୍ତ୍ରଣାଳୟର ୨୦୨୫-୨୬ ବର୍ଷର ରିପୋର୍ଟ ଅନୁଯାୟୀ, ଦେଶର ସଡ଼କ ନେଟୱାର୍କ ୬୩ ଲକ୍ଷ କିଲୋମିଟର ଠାରୁ ଅଧିକ। ଆମେରିକା ପରେ ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ ସଡ଼କ ନେଟୱାର୍କ ରହିଥିବା ଦେଶ।

    ଏହି ରିପୋର୍ଟ ଆହୁରି ଦର୍ଶାଇଛି ୨୦୧୪ ପର୍ଯ୍ୟନ୍ତ ଦେଶରେ ମାତ୍ର ୯୩ କିଲୋମିଟର ଲମ୍ବାର ହାଇ-ସ୍ପୀଡ୍ କରିଡର କିମ୍ବା ଏକ୍ସପ୍ରେସୱେ ରହିଥିଲା। ଏବେ ଏହା ବୃଦ୍ଧି ପାଇ ୩୦୫୨ କିଲୋମିଟର ହୋଇଛି। ସେହିପରି ଚାରି ଲେନ୍ କିମ୍ବା ଏହା ଠାରୁ ଅଧିକ ଜାତୀୟ ରାଜପଥର ଲମ୍ବ ୨୦୧୪ ପର୍ଯ୍ୟନ୍ତ ୧୮,୩୭୧ କିଲୋମିଟର ରହିଥିଲା। ଯାହା ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି ପାଇ ୪୮,୫୬୮ କିଲୋମିଟର ହୋଇଛି।

    ମୋଦି ସରକାରଙ୍କ ଅଧିନରେ ରାଜପଥ ନିର୍ମାଣ ମଧ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ୨୦୧୫-୧୬ ସୁଦ୍ଧା ଦେଶରେ ପ୍ରତିଦିନ ହାରାହାରି ୧୬.୬ କିଲୋମିଟର ଲମ୍ବା ରାଜପଥ ନିର୍ମାଣ ହେଉଥିଲା। ୨୦୨୪-୨୫ ସୁଦ୍ଧା ଏହା ପ୍ରତିଦିନ ୨୯.୨ କିଲୋମିଟରକୁ ବୃଦ୍ଧି ପାଇଛି। ଯାହାର ଅର୍ଥ ହେଉଛି ଦେଶରେ ଏବେ ପ୍ରତିଦିନ ହାରାହାରି ୩୦ କିଲୋମିଟର ରାଜପଥ ନିର୍ମାଣ ହେଉଛି। ପ୍ରତିବର୍ଷ ହଜାର ହଜାର କିଲୋମିଟର ଲମ୍ବା ରାଜପଥ ନିର୍ମିତ ହେଉଛି।

    Argus News App

    📱 Get Argus News App

    📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
    Download Free:
    Sponsored
    India's Highway Revolution: National Highway Network Grows 60% in Just 12 Years | Argus News