Hydrogen Train India / ଏଣିକି ପାହାଡ଼ରେ ଦୌଡ଼ିବ ୩୫ ହାଇଡ୍ରୋଜେନ୍ ଟ୍ରେନ୍; କେଉଁଠି ଯୋଗାଇବ ସେବା?
·1 hour ago·2 min read

Key Points
ଭାରତୀୟ ରେଳବାଇ ପାହାଡ଼ିଆ ରାସ୍ତାରେ ୩୫ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଇବାକୁ ପ୍ରସ୍ତୁତ ହେଉଛି। ବିଦ୍ୟୁତୀକରଣର ଚ୍ୟାଲେଞ୍ଜ ଯୋଗୁଁ, ହାଇଡ୍ରୋଜେନ୍ ଟ୍ରେନ୍କୁ ଏକ ବିକଳ୍ପ ଭାବରେ ବିଚାର କରାଯାଉଛି।
Indian Railway on Hydrogen Train Service: ସମ୍ପ୍ରତି ହରିୟାଣାର ଜିନ୍ଦ ଠାରୁ ସୋନିପତ ମଧ୍ୟରେ ଆରମ୍ଭ ହୋଇଥିଲା ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ସେବା। ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୭ ଜୁଲାଇରେ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ। ହାଇଡ୍ରୋଜେନ୍ ଟ୍ରେନ୍ ସଫଳ ହେବା ପରେ, ଭାରତୀୟ ରେଳବାଇ ଏବେ ସବୁଜ ରେଳ ନେଟୱାର୍କ ଅଧିନରେ କାମ ଆରମ୍ଭ କରୁଛି। ରେଳବାଇ ଏବେ ଦେଶରେ ୩୫ ହାଇଡ୍ରୋଜେନ୍ ଟ୍ରେନ୍ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। ଯେହେତୁ ହାଇଡ୍ରୋଜେନ୍ ଟ୍ରେନ୍ ପରିବେଶଗତ ଦୃଷ୍ଟିକୋଣରୁ ନିର୍ମିତ ହୋଇଥିଲା, ରେଳବାଇ ଏବେ ପାହାଡ଼ିଆ ଅଞ୍ଚଳରେ ହାଇଡ୍ରୋଜେନ୍ ଟ୍ରେନ୍ ଚଲାଇବାକୁ ପ୍ରସ୍ତୁତି କରୁଛି।
ପାହାଡ଼ିଆ ଅଞ୍ଚଳରେ ଚାଲିବ ୩୫ ହାଇଡ୍ରୋଜେନ୍ ଟ୍ରେନ୍
ଭାରତୀୟ ରେଳବାଇ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ ଦେଶରେ ୩୫ ହାଇଡ୍ରୋଜେନ୍ ଟ୍ରେନ୍ ଚଲାଇବାକୁ ପ୍ରସ୍ତୁତି କରୁଛି। ହାଇଡ୍ରୋଜେନ୍ ଟ୍ରେନ୍ ସେହି ଅଞ୍ଚଳରେ ସେବା ଯୋଗାଇବା ଯେଉଁଠାରେ ରେଳ ଧାରଣାରେ ବିଦ୍ୟୁତୀକରଣ କରିବା ସବୁଠାରୁ ଚ୍ୟାଲେଞ୍ଜିଂ କାର୍ଯ୍ୟ। ପାହାଡ ପର୍ବତ ରହିଥିବା ଅଞ୍ଚଳରେ ରେଳ ଧାରଣାକୁ ବିଦ୍ୟୁତୀକରଣ ସହ ଯୋଡ଼ିବା ଏକ ଚ୍ୟାଲେଞ୍ଜ କାର୍ଯ୍ୟ। ଏହି ଅଞ୍ଚଳରେ କମ ଖର୍ଚ୍ଚରେ ହାଇଡ୍ରୋଜେନ୍ ଟ୍ରେନ୍ ଚଲାଇବା ପାଇଁ ଯୋଜନା ଚାଲିଛି। ହାଇଡ୍ରୋଜେନ୍ ଟ୍ରେନ୍ ଧୂଆଁ ବଦଳରେ ଜଳୀୟ ବାଷ୍ପ ନିର୍ଗତ କରିଥାଏ। ଯାହା ଏହାଙ୍କୁ ପରିବେଶ ଅନୁକୂଳ କରିଥାଏ। ଏହା ଦ୍ୱାରା ପାହାଡ଼ ଏବଂ ଉପତ୍ୟକା ଅଞ୍ଚଳକୁ ପ୍ରଦୂଷଣରୁ ମଧ୍ୟ ରକ୍ଷା କରାଯାଇ ପାରିବ। ଏପରି ପରିସ୍ଥିତିରେ, ହାଇଡ୍ରୋଜେନ୍ ଟ୍ରେନ୍ ଚଳାଇବା ଭାରତୀୟ ରେଳବାଇ ପାଇଁ ଏକ ଭଲ ବିକଳ୍ପ ସାବ୍ୟସ୍ତ ହୋଇପାରେ।
ଏହା ସହ ପଢନ୍ତୁ: ଚଳନ୍ତା ପାୱାର ଷ୍ଟେସନ୍, ଘଣ୍ଟା ପ୍ରତି ୭୫ କିମି ବେଗ, ସାମ୍ନାକୁ ଆସିଲା ଦେଶର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ ଫଟୋ
କେଉଁଠି ସେବା ଯୋଗାଇବ ହାଇଡ୍ରୋଜେନ୍ ଟ୍ରେନ୍?
ଭାରତୀୟ ରେଳବାଇ ଦେଶର କିଛି ନିର୍ଦ୍ଦିଷ୍ଟ ପାହାଡ଼ିଆ ଅଞ୍ଚଳରେ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଇବାକୁ ଯୋଜନା କରୁଛି। ଯେଉଁଥିରେ କାଙ୍ଗ୍ରା ଘାଟି ରେଲୱେ, କାଲକା-ସିମଲା ରେଲୱେ, ବିଲମୋରା ୱାଘାଇ ରୁଟ୍, ନୀଳଗିରି ମାଉଣ୍ଟେନ୍ ରେଲୱେ, ମାଥେରାନ୍ ହିଲ୍ ରେଲୱେ, ମଉ-ପାତାଳପାନି ରୁଟ୍, ମାରୱାଡ଼-ଦେବଗଡ଼-ମାଦାରିଆ ଏବଂ ଦାର୍ଜିଲିଂ ହିମାଳୟନ ରେଳବାଇ ଆଦି ମାର୍ଗରେ ସେବା ଯୋଗାଇବା ହାଇଡ୍ରୋଜେନ୍ ଟ୍ରେନ୍।
ଏଠାରେ ଉଲ୍ଲେଖନୀୟ ଯେ ଜିନ୍ଦ ଠାରୁ ସୋନିପତ ପର୍ଯ୍ୟନ୍ତ ଏକ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଯାଉଛି। ଏହି ରେଳ ମାର୍ଗର ଦୂରତା ହେଉଛି ୮୦-୯୦ କିଲୋମିଟର। ଏହି ଦୂରତା ଅତିକ୍ରମ କରିବାକୁ ପ୍ରାୟ ୨ ଘଣ୍ଟାରେ ସମୟ ଲାଗିଥାଏ। ଏହି ଟ୍ରେନ୍ ଭଡ଼ା ୫ ଟଙ୍କାରୁ ୨୫ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହାକୁ ନଜରରେ ରଖି ଯଦି ଦେଶରେ ପାର୍ବତ୍ୟାଞ୍ଚଳରେ ହାଇଡ୍ରୋଜେନ୍ ଟ୍ରେନ୍ ସେବା ଯୋଗାଇ ଦିଆଯାଏ, ତାହେଲେ ଏହା ରେଳବାଇକୁ ବ୍ୟବସାୟିକ ଦୃଷ୍ଟିକୋଣରୁ ଭଲ ବିକଳ୍ପ ହେବ।

पहाड़ों में दौड़ेगी हाइड्रोजन ट्रेन! रेलवे की 35 ट्रेनों की तैयारी, बढ़ेगा ग्रीन रेल नेटवर्क#IndianRailways #HydrogenTrain #GreenRailways #RailwayNews pic.twitter.com/kzAodwIcLF
— Indian Railway भारतीय रेल (News Update) (@Indianrailgadi) August 20, 2026
ଏଠାରେ ଉଲ୍ଲେଖନୀୟ ଯେ ଜିନ୍ଦ ଠାରୁ ସୋନିପତ ପର୍ଯ୍ୟନ୍ତ ଏକ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଯାଉଛି। ଏହି ରେଳ ମାର୍ଗର ଦୂରତା ହେଉଛି ୮୦-୯୦ କିଲୋମିଟର। ଏହି ଦୂରତା ଅତିକ୍ରମ କରିବାକୁ ପ୍ରାୟ ୨ ଘଣ୍ଟାରେ ସମୟ ଲାଗିଥାଏ। ଏହି ଟ୍ରେନ୍ ଭଡ଼ା ୫ ଟଙ୍କାରୁ ୨୫ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହାକୁ ନଜରରେ ରଖି ଯଦି ଦେଶରେ ପାର୍ବତ୍ୟାଞ୍ଚଳରେ ହାଇଡ୍ରୋଜେନ୍ ଟ୍ରେନ୍ ସେବା ଯୋଗାଇ ଦିଆଯାଏ, ତାହେଲେ ଏହା ରେଳବାଇକୁ ବ୍ୟବସାୟିକ ଦୃଷ୍ଟିକୋଣରୁ ଭଲ ବିକଳ୍ପ ହେବ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories