Videos
|
National

India Sugar Export Ban / ୩ ବର୍ଷ ପାଇଁ ମିଳିବ ନାହିଁ ଭାରତୀୟ ଚିନି; ଚିନ୍ତାରେ ନେପାଳ ସରକାର

Subhramjit Ray
Browse all articles by Subhramjit Ray
·1 month ago·3 min read
୩ ବର୍ଷ ପାଇଁ ମିଳିବ ନାହିଁ ଭାରତୀୟ ଚିନି; ଚିନ୍ତାରେ ନେପାଳ ସରକାର
India Sugar Export Ban

Key Points

ନେପାଳ ଏହାର ମୋଟ ଚିନି ଚାହିଦାର ପ୍ରାୟ ଦୁଇ-ତୃତୀୟାଂଶ ଆମଦାନୀ କରିଥାଏ। ଯଦି ଭାରତ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ଚିନି ରପ୍ତାନୀ ବନ୍ଦ କରେ, ତାହେଲେ ନେପାଳ ସରକାରଙ୍କ ପାଇଁ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇପାରେ।


Sugar Export Ban Impact on Nepal: ଭାରତ ଦ୍ୱାରା ଚିନି ରପ୍ତାନୀ ଉପରେ ନିଷେଧାଦେଶ ଜାରି ହେବା ପର ପଡ଼ୋଶୀ ନେପାଳ ଲାଗି ଚିନ୍ତା ବଢିବାରେ ଲାଗିଛି। ସଦ୍ୟ ଯେଉଁ ରିପୋର୍ଟ ସାମ୍ନାକୁ ଆସିଛି ତାହା ନେପାଳ ସରକାର ଏବଂ ପ୍ରଧାନମନ୍ତ୍ରୀ ବାଲେନ ଶାହଙ୍କ ଅସୁବିଧା ବଡାଇ ଦେଇପାରେ। ବିଶ୍ୱର ଦ୍ୱିତୀୟ ସର୍ବବୃହତ ଚିନି ରପ୍ତାନିକାରୀ ଦେଶ ଭାରତ ପାଖରେ ଅତି କମରେ ୩ ବର୍ଷ ପାଇଁ ବିଦେଶକୁ ରପ୍ତାନୀ କରିବା ପାଇଁ ବହୁତ କମ୍ ପରିମାଣର ଅତିରିକ୍ତ ଚିନି ଉପଲବ୍ଧ ରହିବ। ଫଳସ୍ୱରୂପ ଅନ୍ୟ ଆମଦାନୀକାରୀ ଦେଶଙ୍କ ପରି ନେପାଳ ମଧ୍ୟ ଭାରତରୁ ଚିନି ପାଇବ ନାହିଁ। ଭାରତ ପୂର୍ବରୁ ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ ଚିନି ରପ୍ତାନି ନିଷେଧାଦେଶ ଜାରି କରିସାରିଛି।

କ'ଣ କହୁଛି ରିପୋର୍ଟ?

ରଏଟର୍ସ ରିପୋର୍ଟ ଅନୁଯାୟୀ, ଭାରତ ପାଖରେ ଅତି କମରେ ୩ ବର୍ଷ ପାଇଁ ବିଦେଶକୁ ରପ୍ତାନୀ କରିବା ଲାଗି ବହୁତ କମ୍ ପରିମାଣରେ ଚିନି ଉପଲବ୍ଧ ରହିବ। ଏହାର ମୁଖ୍ୟ କାରଣ ହେଉଛି ଏଲ୍ ନିନୋ। ଯାହା ଦ୍ୱାରା ଦେଶରେ ଆଖୁ ଚାଷ ଏବଂ ଉତ୍ପାଦନ ପ୍ରଭାବିତ ହୋଇପାରେ। ଅନ୍ୟପକ୍ଷରେ ଦିନକୁ ଦିନ ବଢୁଥିବା ଇଥାନଲ ଚାହିଦା ଚିନି ଉପଲବ୍ଧତାକୁ ଆହୁରି ହ୍ରାସ କରୁଛି। ରିପୋର୍ଟ ଅନୁଯାୟୀ, ଏହି ଦୁଇଟି କାରଣ ପାଇଁ ବିଶ୍ୱ ବଜାରକୁ ଲକ୍ଷ ଲକ୍ଷ ଟନ୍ ପରିମାଣ ଚିନି ଯୋଗାଣ କମ ହୋଇପାରେ। ଏହା ଏସିଆ, ଆଫ୍ରିକା ଏବଂ ମଧ୍ୟପ୍ରାଚ୍ୟରେ ଚିନି ଆମଦାନୀକାରୀ ଦେଶକୁ ପ୍ରଭାବିତ କରିବ। ବ୍ରିଟେନ୍ ଏବଂ ଆମେରିକା ଆଦି ଦେଶରେ ଅନ୍ତର୍ଜାତୀୟ ଚିନି ମୂଲ୍ୟ ଅଧିକ ରହିପାରେ।

ରିପୋର୍ଟ ଏହା ମଧ୍ୟ କହିଛି ଯେ ଯଦି ଭାରତ ଦୀର୍ଘ ସମୟ ଧରି ଚିନି ରପ୍ତାନୀ ବଜାରରୁ ଅନୁପସ୍ଥିତ ରହେ, ତାହେଲେ ବିଶ୍ୱ ସମୁଦାୟ ଏକ ପ୍ରମୁଖ ଚିନି ଯୋଗାଣକାରୀ ଦେଶକୁ ହରାଇବ। ଯିଏ ଉଭୟ ଚାହିଦା ଏବଂ ଯୋଗାଣ ମଧ୍ୟରେ ସନ୍ତୁଳନ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପାଣିପାଗ ସମ୍ବନ୍ଧୀୟ ବିପଦ ଏବଂ ଜୈବ ଇନ୍ଧନ (Bio-Fuel) ନୀତିରେ ପରିବର୍ତ୍ତନ ପୂର୍ବରୁ ବୈଶ୍ୱିକ ଚିନି ବ୍ୟବସାୟରେ ପରିବର୍ତ୍ତନ ଆଣିଛି। ଯଦି ଭାରତ ବିଶ୍ୱ ଚିନି ବଜାରରୁ ଅନୁପସ୍ଥିତ ରୁହେ ତାହେଲେ ପରିସ୍ଥିତି ଆହୁରି ବଦଳି ଯାଇପାରେ।

ଏହା ସହ ପଢନ୍ତୁ: ଠପ୍ ହୋଇଗଲା ଚା' କାରଖାନା; ଉତ୍ପାଦନ ହୋଇଗଲା ବନ୍ଦ! ଏବେ ପାକିସ୍ତାନ-ବାଂଲାଦେଶ ଉପରେ ନେପାଳ ନଜର

ନେପାଳରେ ପୂର୍ବରୁ ବଢିବାରେ ଲାଗିଛି ଚିନି ଦର
ଘରୋଇ ଚିନି ଉପଲବ୍ଧତା ବୃଦ୍ଧି ଏବଂ ଏହାର ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ ଭାରତ ସରକାର ୨୦୨୬ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚିନି ରପ୍ତାନୀ ଉପରେ ନିଷେଧାଦେଶ ଜାରି କରିଛନ୍ତି। କାଠମାଣ୍ଡୁ ପୋଷ୍ଟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ନେପାଳରେ ପୂର୍ବର ବାର୍ଷିକ ପ୍ରାୟ ୧ ଲକ୍ଷ ୫୫ ହଜାର ଟନ୍ ଚିନି ଉତ୍ପାଦନ ହେଉଥିଲା। ହେଲେ ଚିନି ମିଲ୍ ପକ୍ଷରୁ ବିଳମ୍ବିତ ଦେୟ ପ୍ରଦାନ ଯୋଗୁଁ ନେପାଳୀ ଚାଷୀ ଆଖୁ ଚାଷ କରିବା ଛାଡି଼ ଦେଇଛନ୍ତି। ଯାହା ଉତ୍ପାଦନକୁ ପ୍ରାୟ ୧ ଲକ୍ଷ ୨୦ ହଜାର ଟନ୍କୁ ହ୍ରାସ ପାଇଛି। ନେପାଳରେ ବାର୍ଷିକ ଚିନି ଚାହିଦା ପ୍ରାୟ ୩ ଲକ୍ଷ ଟନ୍ ରହିଛି। ଯାହାର ଅର୍ଥ ନେପାଳକୁ ଏହାର ମୋଟ ଚାହିଦାର ପ୍ରାୟ ଦୁଇ-ତୃତୀୟାଂଶ ଆମଦାନୀ କରିବାକୁ ପଡୁଛି।

ଚିନି ରପ୍ତାନୀ ଉପରେ ଭାରତ ଦ୍ୱାରା ନିଷେଧାଦେଶ ଜାରି ହେବା ପରେ ଗୋଟିଏ ମାସ ମଧ୍ୟରେ, ନେପାଳରେ ଚିନି ମୂଲ୍ୟ ପ୍ରାୟ ୧୫ ନେପାଳୀ ଟଙ୍କା ବୃଦ୍ଧି ପାଇଛି। ପ୍ରାୟ ମାସେ ପୂର୍ବରୁ ଚିନି କିଲୋଗ୍ରାମ ପିଛା ପ୍ରାୟ ୯୫ ନେପାଳୀ ଟଙ୍କାରେ ବିକ୍ରି ହେଉଥିଲା। ଏବେ ଦେଶର ଅଧିକାଂଶ ଖୁଚୁରା ଦୋକାନରେ ପ୍ରାୟ ଚିନି କେଜି ପିଛା ୧୧୦ ନେପାଳୀ ଟଙ୍କାରେ ବିକ୍ରି ହେଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
India Sugar Export Ban: Major Worry for Nepal and Balen Shah | Argus News