UP Police Sports Quota Recruitment 2026 / ୪୭୦ ଜଣ ଖେଳାଳିଙ୍କୁ ମିଳିଲା ପୋଲିସ୍ ଚାକିରି; ମୁଖ୍ୟମନ୍ତ୍ରୀ ଯୋଗୀ କହିଲେ ବଡ଼ କଥା
·1 hour ago·2 min read

Key Points
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ ବିଭାଗରେ କ୍ରୀଡା କୋଟା ଅଧିନରେ ମନୋନୀତ ୪୭୦ ଜଣ କ୍ରୀଡାବିତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।
ଗୁରୁବାର (ଅକ୍ଟୋବର ୮) ରାଜ୍ୟରେ କ୍ରୀଡ଼ା ପ୍ରତିଭାକୁ ଉତ୍ସାହିତ କରିବା ଏବଂ ସେମାନଙ୍କୁ ସରକାରୀ ସେବା ସହିତ ଯୋଡ଼ିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ଉତ୍ତର ପ୍ରଦେଶ ସରକାର। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶ ପୋଲିସ ବାହିନୀରେ ଦକ୍ଷ ଆଥଲେଟ୍ କୋଟା ଅଧିନରେ ମନୋନୀତ ମୋଟ ୪୭୦ ଜଣ ଖେଳାଳିଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ, ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ "X" ରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏନେଇ ସେ କହିଛନ୍ତି ୨୦୧୭ ପର ଠାରୁ ରାଜ୍ୟରେ ଦେଖାଦେଇଥିବା ସକାରାତ୍ମକ କ୍ରୀଡା ସଂସ୍କୃତିକୁ ପ୍ରଶଂସା କରିଛନ୍ତି। ସେ ପୂର୍ବ ବ୍ୟବସ୍ଥାକୁ କଡ଼ା ସମାଲୋଚନା କରି କହିଛନ୍ତି ଯେ ପୂର୍ବରୁ ନିଯୁକ୍ତିରେ ପ୍ରତିଭା ଅପେକ୍ଷା ଲବିଂ ଏବଂ ପ୍ରଭାବ ପ୍ରାଧାନ୍ୟ ରହିଥିଲା।
ନୂତନ ଉତ୍ତର ପ୍ରଦେଶର ନୂତନ କ୍ରୀଡ଼ା ସଂସ୍କୃତି
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ କ୍ଷେତ୍ରରେ ଯୋଗ୍ୟତା, କ୍ରୀଡା ସଫଳତା ପାଇଁ ସ୍ୱୀକୃତି ଏବଂ ପ୍ରତିଭାଶାଳୀ ଖେଳାଳିଙ୍କୁ ଦେଶ ସେବା କରିବାର ସୁଯୋଗ "ନୂତନ ଉତ୍ତର ପ୍ରଦେଶର ପ୍ରମୁଖ ପରିଚୟ ପାଲଟିଛି। ଗତ ୨୦୧୭ ପରଠାରୁ ରାଜ୍ୟ ସରକାର କ୍ରୀଡାବିତଙ୍କୁ ସମ୍ମାନିତ କରିବା ଏବଂ ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ କରିବା ପାଇଁ ଏକ ନୂତନ କ୍ରୀଡା ନୀତି କାର୍ଯ୍ୟକାରୀ କରିଛି। ଏହି ଧାରା ଜାରି ରଖି ସବ-ଇନ୍ସପେକ୍ଟର, ସିଭିଲ୍ ପୋଲିସ କନେଷ୍ଟବଳ ଏବଂ ପିଏସି କନେଷ୍ଟବଳ ପଦବୀ ପାଇଁ କ୍ରୀଡାବିତଙ୍କୁ ସିଧାସଳଖ ପୋଲିସ ବିଭାଗରେ ନିଯୁକ୍ତି ଦିଆଯାଇଛି।
ଏହା ସହ ପଢନ୍ତୁ: ଜାରି ରହିଛି ଧଡ଼ାଧଡ଼ ଏନକାଉଣ୍ଟର; ଏପର୍ଯ୍ୟନ୍ତ ଟଳି ପଡ଼ିଲେଣି ୩୦୩ ଅପରାଧି, ବାଜ୍ୟାପ୍ତି ହୋଇଛି କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି
ସବ-ଇନ୍ସପେକ୍ଟର ଏବଂ କନେଷ୍ଟବଳ ପଦବୀ ପାଇଁ ୪୭୦ ଜଣ କ୍ରୀଡାବିତଙ୍କୁ ଚୟନ କରାଯାଇଛି
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ଅନୁଯାୟୀ, ପୋଲିସ ବିଭାଗରେ ସାମିଲ ହୋଇଥିବା ୪୭୦ ଜଣ କ୍ରୀଡାବିତଙ୍କ ମଧ୍ୟରେ ୪୩ ଜଣ ସିଭିଲ୍ ପୋଲିସ ସବ-ଇନ୍ସପେକ୍ଟର, ୨୯୫ ଜଣ ସିଭିଲ୍ ପୋଲିସ କନେଷ୍ଟବଳ ଏବଂ ୧୩୨ ଜଣ ପିଏସି କନେଷ୍ଟବଳ ଅଛନ୍ତି। ଏହି ସମସ୍ତ କ୍ରୀଡାବିତଙ୍କୁ ସେମାନଙ୍କର କ୍ରୀଡା ସଫଳତା ଏବଂ ସ୍ୱଚ୍ଛ ମୂଲ୍ୟାଙ୍କନ ଆଧାରରେ ଚୟନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ସମସ୍ତ ମନୋନୀତ କ୍ରୀଡା ପ୍ରତିଭାଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ୱଳ ଏବଂ ସଫଳ ଭବିଷ୍ୟତ କାମନା କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏପର୍ଯ୍ୟନ୍ତ ୫୩୪ ଜଣଙ୍କୁ ଦିଆଯାଇଛି ସିଧାସଳଖ ନିଯୁକ୍ତି; ୮୬୬ ଅନ୍ୟ ପଦବୀ ପାଇଁ ଜାରି ରହିଛି ପ୍ରକ୍ରିୟା
ପୂର୍ବ ସରକାରଙ୍କ କାର୍ଯ୍ୟକାଳକୁ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୨୦୧୭ ପୂର୍ବରୁ ରାଜ୍ୟରେ କ୍ରୀଡା କୋଟାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଥିଲା। ସେହି ସମୟରେ ଯୁବକଙ୍କ କଠିନ ପରିଶ୍ରମ କିମ୍ବା ଯୋଗ୍ୟତା ପରିବର୍ତ୍ତେ ସୁପାରିଶ ଏବଂ ରାଜନୈତିକ ପ୍ରଭାବ ଉପରେ ନିଯୁକ୍ତି ଦିଆଯାଇଥିଲା। ସେ କହିଛନ୍ତି ଯେ ପୂର୍ବରୁ ପ୍ରତିଭାବାନ ଖେଳାଳି ଅବହେଳାର ଶୀକାର ହେଉଥିଲେ। ହେଲେ ବର୍ତ୍ତମାନ କେବଳ ଯୋଗ୍ୟତା ଆଧାରରେ ପ୍ରତ୍ୟେକ ପ୍ରତିଭାବାନ ଖେଳାଳିଙ୍କ ପାଇଁ ସରକାରୀ ଚାକିରି ଦ୍ୱାର ଖୋଲାଯାଇଛି।
ଏହା ସହ ପଢନ୍ତୁ: ଜାରି ରହିଛି ଧଡ଼ାଧଡ଼ ଏନକାଉଣ୍ଟର; ରାଜ୍ୟ ଛାଡି଼ ପଳାୟନ କରିଛନ୍ତି ଅପରାଧି
"ଡବଲ-ଇଞ୍ଜିନ୍" ସରକାରଙ୍କ ପ୍ରୟାସକୁ ଉଦ୍ଧୃତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସରକାର କ୍ରୀଡା ପ୍ରତିଭାକୁ ସମ୍ମାନଜନକ ନିଯୁକ୍ତି ଏବଂ ଏକ ସୁରକ୍ଷିତ ଭବିଷ୍ୟତ ସହିତ ସିଧାସଳଖ ଯୋଡ଼ିଛନ୍ତି। ଯାହାର ଫଳସ୍ୱରୂପ ବିଭିନ୍ନ ବିଭାଗରେ ୫୩୪ ଜଣରୁ ଅଧିକ କ୍ରୀଡାବିତଙ୍କୁ ସିଧାସଳଖ ସରକାରୀ ଚାକିରିରେ ନିଯୁକ୍ତି ଦିଆଯାଇଛି। ଏହା ସହିତ ଉତ୍ତର ପ୍ରଦେଶ ପୋଲିସ ମଧ୍ୟରେ ୮୬୬ ଜଣ ଅଧିକ ଦକ୍ଷ ଖେଳାଳିଙ୍କ ନିଯୁକ୍ତି ପ୍ରକ୍ରିୟା ଦ୍ରୁତ ଗତିରେ ଚାଲିଛି। ଯାହା ଖୁବ୍ ଶୀଘ୍ର ସମାପ୍ତ ହେବ।

Related Topics
Explore more stories