UP Police Zero Tolerance Policy / ଜାରି ରହିଛି ଧଡ଼ାଧଡ଼ ଏନକାଉଣ୍ଟର; ରାଜ୍ୟ ଛାଡି଼ ପଳାୟନ କରିଛନ୍ତି ଅପରାଧି
·16 hours ago·3 min read

Key Points
ବିଗତ ୯ ବର୍ଷ ମଧ୍ୟରେ ରାଜ୍ୟରେ ଅପରାଧ ଏବଂ ଅପରାଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜାରି ରଖିଛି ୟୁପି ପୋଲିସ। ଏହି ସମୟସୀମା ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ପ୍ରାୟ ୨୮୯ ଜଣ କୁଖ୍ୟାତ ଅପରାଧି ଟଳି ପଡ଼ିଛନ୍ତି।
UP Police Zero Tolerance Policy For Crime: ରାଜ୍ୟରୁ ଅପରାଧର ମୂଳୋତ୍ପାଟନ ପାଇଁ "ଶୂନ୍ୟ ସହନଶୀଳତା" ଗ୍ରହଣ କରିଛନ୍ତି ଯୋଗୀ ସରକାର। ଏହି କ୍ରମରେ ଅପରାଧିଙ୍କ ବିରୋଧରେ ଜୋରଦାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଉତ୍ତର ପ୍ରଦେଶ ପୋଲିସ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧିନ ସରକାର "ଶୂନ୍ୟ ସହନଶୀଳତା" ନୀତି ଅଧିନରେ ବିଗତ ୯ ବର୍ଷ ମଧ୍ୟରେ ରାଜ୍ୟରେ ଅପରାଧ ଏବଂ ଅପରାଧିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜାରି ରଖିଛନ୍ତି। ଏହି ସମୟସୀମା (୨୦୧୭-୨୬) ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ପ୍ରାୟ ୨୮୯ ଜଣ କୁଖ୍ୟାତ ଅପରାଧି ଟଳି ପଡ଼ିଛନ୍ତି। ଏହି ସମୟ ମଧ୍ୟରେ ୟୁପି ପୋଲିସ ପ୍ରାୟ ୧୭,୦୪୩ ଏନକାଉଣ୍ଟର କରିଥିବା ବେଳେ ୩୪,୨୫୩ ଅପରାଧିଙ୍କୁ ଗିରଫ କରିଛି। ୟୁପି ପୋଲିସ ଏନକାଉଣ୍ଟରରେ ୧୧,୮୩୪ ଅପରାଧି ଆହତ ହୋଇଛନ୍ତି। ଏହା ସହିତ ରାଜ୍ୟରେ ଦୈନିକ ହାରାହାରି ଭାବରେ ୫ ଏନକାଉଣ୍ଟର ହେଉଥିବାର ତଥ୍ୟ କହୁଛି। ବିଗତ ୯ ବର୍ଷରେ ଅପରାଧ ଦମନ ଅଭିଯାନ ଚାଲିଥିବା ସମୟରେ ୧୮ ଜଣ ପୋଲିସ କର୍ମଚାରୀ ଶହୀଦ ହୋଇଥିଲେ ଏବଂ ୧୮୫୨ ଜଣ ଆହତ ହୋଇଛନ୍ତି।
ଏନକାଉଣ୍ଟର କରିବାରେ ସର୍ବାଗ୍ରେ ରହିଛି ମେରଠ ଜୋନ୍
ମେରଠ ପୋଲିସ ଜୋନ୍ ଅଧିନରେ ସର୍ବାଧିକ ସଂଖ୍ୟକ ଏନକାଉଣ୍ଟର ହୋଇଥିବାର ରେକର୍ଡ କରାଯାଇଛି। ଯେଉଁଠାରେ ପୋଲିସ ପ୍ରାୟ ୪୮୧୩ ଏନକାଉଣ୍ଟର କରିଥିବା ବେଳେ ୮୯୨୧ ଅପରାଧିଙ୍କୁ ଗିରଫ କରିଛି। ପୋଲିସ କାର୍ଯ୍ୟାନୁଷ୍ଠାନରେ ୩୫୧୩ ଜଣ ଅପରାଧି ଆହତ ହୋଇଛନ୍ତି। ୯୭ କୁଖ୍ୟାତ ଅପରାଧିଙ୍କୁ ଘଟଣାସ୍ଥଳେ ହତ୍ୟା କରାଯାଇଥିଲା। ମେରଠ ଜୋନ୍ ଅଧିନରେ ହୋଇଥିବା ଏନକାଉଣ୍ଟର ସମୟରେ ପ୍ରାୟ ୪୭୭ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ୨ ଜଣ ସେମାନଙ୍କର କର୍ତ୍ତବ୍ୟ ନିର୍ବାହ କରିବା ସମୟରେ ଶହୀଦ ହୋଇଥିଲେ। ଏନକାଉଣ୍ଟର ଅପରେସନ୍ ତାଲିକାରେ ମେରଠ ଜୋନ୍ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଛି।
ସେହିପରି ବାରାଣସୀ ଜୋନ୍ ୧୨୯୨ ଏନକାଉଣ୍ଟର ରେକର୍ଡ଼ କରିଛି। ଏହି ଜୋନ୍ ଅଧିନରେ ୨୪୨୬ ଜଣ ଅପରାଧି ଗିରଫ ହୋଇଥିବା ବେଳେ ୨୯ ଜଣ ନିହତ ହୋଇଛନ୍ତି। ଏହି ସମୟ ମଧ୍ୟରେ ୯୦୭ ଜଣ ଅପରାଧି ଏବଂ ୧୦୪ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଏନକାଉଣ୍ଟର ତାଲିକାରେ ବାରାଣସୀ ଜୋନ୍ ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛି।
ସେହିପରି ଆଗ୍ରା ଜୋନ୍ ତୃତୀୟ ସ୍ଥାନରେ ରହିଛି। ଏଠାରେ ୨୪୯୪ ଏନକାଉଣ୍ଟର ହୋଇଥିବା ବେଳେ ୫୮୪୫ ଜଣ ଅପରାଧି ଗିରଫ ହୋଇଛନ୍ତି। ଅନ୍ୟପଟେ ୯୬୮ ଜଣ ଅପରାଧି ଆହତ ହୋଇଥିବା ବେଳେ ୨୪ ଜଣ ଅପରାଧି ନିହତ ହୋଇଛନ୍ତି। ଏନକାଉଣ୍ଟର ସମୟରେ ୬୨ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ତଥ୍ୟ ଦର୍ଶାଉଛି ଯେ ବରେଲି ଜୋନ ଅଧିନରେ ପ୍ରାୟ ୨୨୨୨ ଏନକାଉଣ୍ଟର ହୋଇଥିବା ବେଳେ ୨୦ ଜଣ କୁଖ୍ୟାତ ଅପରାଧି ନିହତ ହୋଇଛନ୍ତି। ସେହିପରି ଲକ୍ଷ୍ନୌ ଜୋନ ଅଧିନରେ ୯୭୧ ଏନକାଉଣ୍ଟର ହୋଇଥିବା ବେଳେ ୨୦ ଜଣ ଅପରାଧି ନିହତ ହୋଇଛନ୍ତି।
ଏହା ସହ ପଢନ୍ତୁ: ରାସ୍ତାରେ ନମାଜ ପଢିବାକୁ ନେଇ ମୁଖ୍ୟମନ୍ତ୍ରୀ ଦେଲେ ଚେତାବନୀ; କହିଲେ...
ଗାଜିଆବାଦ ପୋଲିସ କମିଶନରେଟ୍ ଅଧିନରେ ହୋଇଛି ସର୍ବାଧିକ ଏନକାଉଣ୍ଟର
ଗାଜିଆବାଦ ପୋଲିସ କମିଶନରେଟ ଅଧିନରେ ୭୮୯ ଏନକାଉଣ୍ଟର ହୋଇଥିବା ବେଳେ ୧୮ ଜଣ ଅପରାଧି ନିହତ ହୋଇଛନ୍ତି। ଯାହା ରାଜ୍ୟର ସମସ୍ତ ପୋଲିସ କମିଶନରେଟ ମଧ୍ୟରେ ସର୍ବାଧିକ। କାନପୁର କମିଶନରେଟ ଅଧିନରେ ୭୯୧ ଏନକାଉଣ୍ଟର ହୋଇଥିବା ବେଳେ ୧୨ ଜଣ, ଲକ୍ଷ୍ନୌ କମିଶନରେଟ ଅଧିନରେ ୧୪୭ ଏନକାଉଣ୍ଟର ହୋଇଥିବା ବେଳେ ୧୨ ଜଣ ଏବଂ ପ୍ରୟାଗରାଜ କମିଶନରେଟ ଅଧିନରେ ୬୪୩ ଏନକାଉଣ୍ଟର ହୋଇଥିବା ବେଳେ ୧୧ ଜଣ ଅପରାଧି ନିହତ ହୋଇଛନ୍ତି।
ସେହିପରି ଆଗ୍ରା କମିଶନରେଟ ଅଧିନରେ ୪୮୯ ଏନକାଉଣ୍ଟର ହୋଇଥିବା ବେଳେ ୧୦ ଜଣ, ଗୌତମ ବୁଦ୍ଧ ନଗର (ନୋଏଡ଼ା) କମିଶନରେଟ ଅଧିନରେ ୧୧୪୪ ଏନକାଉଣ୍ଟର ହୋଇଥିବା ବେଳେ ୯ ଜଣ, ଗୋରଖପୁର କମିଶନରେଟ ଅଧିନରେ ୬୯୯ ଏନକାଉଣ୍ଟର ହୋଇଥିବା ବେଳେ ୮ ଜଣ, ବାରାଣସୀ କମିଶନରେଟ ଅଧିନରେ ୧୪୬ ଏନକାଉଣ୍ଟର ହୋଇଥିବା ୮ ଜଣ, ପ୍ରୟାଗରାଜ କମିଶନରେଟ୍ ଅଧିନରେ ୧୫୦ ଏନକାଉଣ୍ଟର ହୋଇଥିବା ବେଳେ ୬ ଜଣ ଏବଂ କାନପୁର କମିଶନରେଟ ଅଧିନରେ ୨୫୩ ଏନକାଉଣ୍ଟର ହୋଇଥିବା ବେଳେ ୪ ଜଣ ଅପରାଧି ନିହତ ହୋଇଛନ୍ତି।
ଏହା ସହ ପଢନ୍ତୁ: ସରକାରକୁ ପୁରିଲା ୯ ବର୍ଷ; କ'ଣ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ
ଘାରିଛି ଏନକାଉଣ୍ଟର ଭୟ; ରାଜ୍ୟ ଛାଡି଼ ପଳାୟନ କରିଛନ୍ତି ଅପରାଧି
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ, ୟୁପି ପୋଲିସ ବିଗତ ୯ ବର୍ଷ ମଧ୍ୟରେ ଅପରାଧ ଦମନ ପାଇଁ "ଶୂନ୍ୟ ସହନଶୀଳତା" ନୀତି କାର୍ଯ୍ୟକାରୀ କରିଛି। ଯାହା ଅପରାଧିଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସୁରକ୍ଷା ଭାବନା ବୃଦ୍ଧି କରିଛି। ଏହି କାରଣରୁ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ଜାତୀୟ ସ୍ତରରେ ପ୍ରଶଂସା କରାଯାଉଛି। ଯୋଗୀ ସରକାରଙ୍କ "ଶୂନ୍ୟ ସହନଶୀଳତା" ନୀତି ଅଧିନରେ ପୋଲିସ ସଙ୍ଗଠିତ ଅପରାଧ, ମାଫିଆଗିରି, ଦାଦାବଟି ଏବଂ ବେଆଇନ ଚାନ୍ଦା ଆଦାୟ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏନକାଉଣ୍ଟର ସହିତ, ସମ୍ପତ୍ତି ଜବତ, ଗ୍ୟାଙ୍ଗଷ୍ଟର ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଏବଂ ଜାତୀୟ ସୁରକ୍ଷା ଅଧିନିୟମ ଭଳି ଆଇନ ବ୍ୟବସ୍ଥା ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରାଯାଇଛି। ପୋଲିସ ବିଭାଗର ଦ୍ରୁତ, କଠୋର ଏବଂ ସାହସିକ କାର୍ଯ୍ୟାନୁଷ୍ଠାନ ଅପରାଧିଙ୍କୁ ରାଜ୍ୟ ଛାଡିବାକୁ ବାଧ୍ୟ କରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories
UP Police Encounter Record 2017-26UP Police Zero Tolerance Policy For CrimeUP police encounterYogi government crime recordUP encounter statisticsYogi Adityanath crime crackdownUttar Pradesh police actionUP averages 5 encounters dailyYogi government action against criminalsUP police encounter data and figuresLaw and order in Uttar Pradesh under YogiUP police encounter total numbers