Uttarakhand 5 Trekkers Missing Updates / ସୁରକ୍ଷିତ ମିଳିଲେ କେଦାରନାଥ-ବାସୁକିତାଲ ଟ୍ରେକ୍ ଠାରେ ନିଖୋଜ ହୋଇଥିବା ୫ ଟ୍ରେକର୍ସ
·1 hour ago·2 min read

Key Points
କେଦାରନାଥ-ବାସୁକିତାଲ ଟ୍ରେକ୍ ରୁଟ ଠାରେ ୫ ଜଣ ଟ୍ରେକର୍ସ ଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହେବାର ରିପୋର୍ଟ ଆସିବା ପରେ ପ୍ରଶାସନକୁ ସତର୍କ କରାଯାଇଥିଲା। ପରେ, ସମସ୍ତ ଟ୍ରେକର ସୁରକ୍ଷିତ ଥିବା ନିଶ୍ଚିତ କରାଯାଇଥିଲା। ଟ୍ରେକିଂ ଦଳ ତେହରିର ଗାଙ୍ଗି-ଘୁଟ୍ଟୁରୁ ଯାତ୍ରା କରିଥିଲା।
କେଦାରନାଥ-ବାସୁକିତାଲ ଟ୍ରେକ ରୁଟ୍ ଠାରେ ୫ ଜଣ ଟ୍ରେକର୍ସ ହୋଇ ଯାଇଥିଲେ ନିଖୋଜ। ସେମାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବା ପରେ ରୁଦ୍ରପ୍ରୟାଗ ପ୍ରଶାସନ ଏବଂ ସେମାନଙ୍କ ପରିବାରରେ ଚିନ୍ତା ବଢି ଯାଇଥିଲା। ଖବର ମିଳିଥିଲା ଯେ ଏହି ଟ୍ରେକିଂ ଦଳ କେଦାରନାଥ ଠାରୁ ଓଡିନ୍ କୋଲ୍ ଦେଇ ଗଙ୍ଗୋତ୍ରୀ ଅଭିମୁଖେ ଯାତ୍ରା କରିଥିଲେ। ହେଲେ କିଛି ଦିନ ଧରି କୌଣସି ପ୍ରକାରେ ଯୋଗାଯୋଗ ନ ହୋଇପାରିବା ପରେ ସେମାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢି ଯାଇଥିଲା। ଖବର ପାଇବା ପରେ ପ୍ରଶାସନ ତୁରନ୍ତ ସକ୍ରିୟ ହୋଇ ଉଠିଥିଲା। ସେମାନଙ୍କୁ ଖୋଜି ବାହାର କରିବା ପାଇଁ ବିଭିନ୍ନ ଏଜେନ୍ସି ସହିତ ସମନ୍ୱୟ ସ୍ଥାପନ କରିଥିଲା। ବୁଧବାର (୩୦ ସେପ୍ଟମ୍ବର) ସମସ୍ତ ଟ୍ରେକର୍ସ ସୁରକ୍ଷିତ ରହିଥିବା ନେଇ ନିଶ୍ଚିତ ହେବା ଏକ ଆଶ୍ୱସ୍ତିର କଥା।
ଯୋଗାଯୋଗ ବିଚ୍ଛିନ୍ନ ହେବା ବଢି ଯାଇଥିଲା ଚିନ୍ତା
ରିପୋର୍ଟ ଅନୁଯାୟୀ, ଯଶବନ୍ତ ସିଂହ ଚୌହାନ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ର (DEOC), ରୁଦ୍ରପ୍ରୟାଗକୁ ଜଣାଇଥିଲେ ଯେ ତାଙ୍କ ଭାଇ ପ୍ରବେଶ ଚୌହାନ ଏବଂ ୫ ଜଣ ସାଥି ଗତ ସେପ୍ଟେମ୍ବର ୨୫ ତାରିଖରେ କେଦାରନାଥ-ବାସୁକିତାଲ ଟ୍ରେକ୍ ଅଭିମୁଖେ ବାହିରି ଯାଇଥିଲେ। ଟ୍ରେକିଂ ଦଳ ଓଡିନ୍ କୋଲ୍ ଟ୍ରେକ ମାର୍ଗ ଦେଇ ଗଙ୍ଗୋତ୍ରୀ ପହଞ୍ଚିବାକୁ ଯୋଜନା କରିଥିଲା। ପରିବାର ଲୋକ ଅନେକ ଦିନ ଧରି ସେମାନଙ୍କ ସହିତ ଯୋଗାଯୋଗ କରିପାରି ନ ଥିବାରୁ ସେମାନଙ୍କ ଚିନ୍ତା ବଢି ଯାଇଥିଲା। ସେମାନଙ୍କୁ ଖୋଜିବ ପାଇଁ ପରିବାର ବର୍ଗ ପ୍ରଶାସନ ଠାରୁ ସାହାଯ୍ୟ ଲୋଡ଼ିଥିଲେ।
ଏହା ସହ ପଢନ୍ତୁ: ନେପାଳ-ତିବ୍ଦତ ସୀମା ନିକଟସ୍ଥ ହିମାଳୟରେ ହିମସ୍ଖଳନ; ୧୬ ନିଖୋଜ, ଖରାପ ପାଗ ବଢାଇଲା ସମସ୍ୟା
ପ୍ରଶାସନ ତୁରନ୍ତ ହୋଇ ଉଠିଥିଲା ସକ୍ରିୟ
ଏନେଇ ଖବର ପାଇବା ପରେ, ରୁଦ୍ରପ୍ରୟାଗ ଡେପୁଟି କମିଶନର ପୋଲିସ କଣ୍ଟ୍ରୋଲ ରୁମ୍, ରୁଦ୍ରପ୍ରୟାଗ ଏବଂ ବନ୍ୟପ୍ରାଣୀ ଡିଭିଜନ, ଗୋପେଶ୍ୱରର ଡିଭିଜନାଲ ଫରେଷ୍ଟ ଅଧିକାରୀଙ୍ ଏହି ଘଟଣା ବିଷୟରେ ଅବଗତ କରାଇଥିଲେ। ହରିଦ୍ୱାର ସ୍ଥିତ ୪୦ତମ ବାଟାଲିୟନ ପିଏସି ଏବଂ ରୁଦ୍ରପ୍ରୟାଗ ସହିତ ସମନ୍ୱୟ ମଧ୍ୟ ସ୍ଥାପନ କରାଯାଇଥିଲା। ଟ୍ରେକିଂ ଦଳର ସମ୍ଭାବ୍ୟ ମାର୍ଗ ଏବଂ କାର୍ଯ୍ୟକଳାପ ସମ୍ପର୍କରେ ଖବର ସଂଗ୍ରହ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦଳରେ ଥିଲେ ୫ ଜଣ ଟ୍ରେକର୍ସ
ପ୍ରଶାସନ ଦ୍ୱାରା ସଂଗୃହୀତ ସୂଚନା ଅନୁଯାୟୀ, ଟ୍ରେକିଂ ଦଳରେ ଉତ୍ତରକାଶୀ ଫରେଷ୍ଟର ପ୍ରବେଶ ଚୌହାନ, ଅମିତ ଫରସୱାନ, ନବୀନ ରାୱତ, ବିବେକ ଏବଂ ସଞ୍ଜୟ ସିଂହ ରାୱତ ସାମିଲ ଥିଲେ। ଏହି ସମସ୍ତ ଟ୍ରାକର୍ସ ରୁଦ୍ରପ୍ରୟାଗ ଜିଲ୍ଲାର ବୋଲି କୁହାଯାଉଛି। ସେମାନେ ନିର୍ଦ୍ଦିଷ୍ଟ ଟ୍ରେକିଂ ରୁଟ୍ ଦେଇ ଆଗକୁ ବଢ଼ୁଥିଲେ।
ବୁଧବାର ଦିନ ହୋଇଥିଲା ଯୋଗାଯୋଗ
ବୁଧବାର ଦିନ ପ୍ରାୟ ୧୧:୪୫ ସମୟରେ, ରୁଦ୍ରପ୍ରୟାଗ ଡେପୁଟି କମିଶନର ପୋଲିସ ସୂଚନାଦାତା ଯଶୱନ୍ତ ଚୌହାନଙ୍କ ସହିତ ପୁନର୍ବାର ଯୋଗାଯୋଗ କରିଥିଲେ। ସେ ପ୍ରଶାସନକୁ ଜଣାଇଥିଲେ ଯେ ଟ୍ରେକିଂ ଦଳର ସମସ୍ତ ସଦସ୍ୟଙ୍କ ସହିତ ଯୋଗାଯୋଗ କରାଯାଇଛି ଏବଂ ସେମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ରିପୋର୍ଟ ଅନୁଯାୟୀ, ଟ୍ରେକର୍ସ ତେହରି ସ୍ଥିତ ଗାଙ୍ଗି-ଘୁଟ୍ଟୁ ପାର ହୋଇଯାଇଥିଲେ। ସେଥିପାଇଁ ସେମାନଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇନଥିଲା। ସମସ୍ତ ଟ୍ରେକର୍ସ ସୁରକ୍ଷିତ ରହିଥିବାର ଜାଣିବା ପରେ, ସେମାନଙ୍କ ପରିବାରବର୍ଗ ଆଶ୍ୱସ୍ତିର ନିଶ୍ୱାସ ମାରିଥିଲେ। ପ୍ରଶାସନ ମଧ୍ୟ ସନ୍ତୋଷ ପ୍ରକାଶ କରିଥିଲା ଯେ ଟ୍ରେକିଂ ଦଳ ସୁରକ୍ଷିତ ଅଛନ୍ତି। କୌଣସି ଦୁର୍ଘଟଣା କିମ୍ବା ଅପ୍ରୀତିକର ଘଟଣାର ସମ୍ଭାବନା ନାହିଁ।

Related Topics
Explore more stories