Videos
|
National

ରାମନବମୀ ପାଇଁ ୫୦ ଲକ୍ଷ ଭକ୍ତ ଯିବେ ଅଯୋଧ୍ୟା, ଜାଣନ୍ତୁ କିପରି ରହିଛି ବ୍ୟବସ୍ଥା..

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ରାମନବମୀ ପାଇଁ ୫୦ ଲକ୍ଷ ଭକ୍ତ ଯିବେ ଅଯୋଧ୍ୟା, ଜାଣନ୍ତୁ କିପରି ରହିଛି ବ୍ୟବସ୍ଥା..

ଅର୍ଗସ ବ୍ୟୁରୋ : ରାମନବମୀ ପାଇଁ ଚଳଚଞ୍ଚଳ ଅଯୋଧ୍ୟା ସହର । ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଚଳିତ ଥର ରାମନବମୀ ପାଇଁ ଅଯୋଧ୍ୟାରେ ପ୍ରାୟ ୫୦ ଲକ୍ଷ ଭକ୍ତଙ୍କ ସମାବେଶ ହେବାର ସମ୍ଭାବନା ରହିଛି । ତେବେ ଏତେ ସଂଖ୍ୟାରେ ଭକ୍ତଙ୍କ ସମାବେଶ ହେଉଥିବାରୁ କିପରି ସୁବିଧାରେ ପ୍ରଭୁ ରାମଲାଲାଙ୍କ ସମସ୍ତ କାର୍ଯ୍ୟ ସମସ୍ତ ନୀତି ସମ୍ପାଦନ କରାଯିବ ତାକୁ ନେଇ ନଗର ନିଗମ ପକ୍ଷରୁ ପ୍ରସ୍ତୁତି ଖୁବ ତୀବ୍ର ବେଗରେ କରାଯାଉଛି ।ଅଯୋଧ୍ୟା ଆସୁଥିବା ଭକ୍ତମାନଙ୍କୁ ନଗର ନିଗମ ପକ୍ଷରୁ ଜଳ ବ୍ୟବସ୍ଥା ଠାରୁ ଆରମ୍ଭ କରି ପାଦୁକା ବ୍ୟବସ୍ଥା ପର୍ଯ୍ୟନ୍ତ ସମସ୍ତ ସେବା ଯୋଗାଇ ଦିଆଯିବ । 

ଅଧିକ ପଢନ୍ତୁ : ରାମଲାଲାଙ୍କ ମଥାରେ ସିଧାପଡିବ ସୂର୍ଯ୍ୟଙ୍କ କିରଣ

ରାମପଥ ଧର୍ମପଥ ସହ ଜନ୍ମଭୂମି ପଥରେ ଭକ୍ତଙ୍କୁ ଜଳ ଦେବାର ବ୍ୟବସ୍ଥା କରାଯାଇଛି । ଏହା ସହ ପାଦୂକାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଯେଉଁମାନେ ମନ୍ଦିର ଭିତରକୁ ଯିବାପାଇଁ ବାହାରେ ଜୋତା ରଖି ଯାଉଛନ୍ତି, ସେମାନେ ପାଦୂକା ସେବା ସ୍ଥାନରେ ନିଜର ଜୋତା ରଖିପାରିବେ, ଏନେଇ ଅଯୋଧ୍ୟାରେ ୮ଟି ସ୍ଥାନ ଚିହ୍ନିତ କରାଯାଇଛି । 
ପ୍ରଥମଥର ପାଇଁ ଅଯୋଧ୍ୟାରେ ଖୁବ ଧୁମଧାମରେ ରାମନବମୀ ପାଳନ କରାଯାଉଥିବା ବେଳେ ୫୦ ଲକ୍ଷ ଶ୍ରଦ୍ଧାଳୁଙ୍କ ଆସିବାର ଅନୁମାନ କରାଯାଇଛି । ନଗର ନିଗମ ପକ୍ଷରୁ ଯେପରି କୌଣସି ଅସୁବିଧା ନହୁଏ ସେନେଇ ପୁରା ଚେଷ୍ଟା କରୁଛି ଅଯୋଧ୍ୟା ନଗର ନିଗମ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
50 lakh devotees will go to Ayodhya for Ram Navami, know how the arrangement is | Argus News