|
logo
Live
Argus News App
GET APP

Argus News - ହାଇଦ୍ରାବାଦ ବିମାନବନ୍ଦରରୁ ୭୦ ଡ୍ରୋନ ଜବତ

National

Drone Seized in Hyderabad Airport / ହାଇଦ୍ରାବାଦ ବିମାନବନ୍ଦରରୁ ୭୦ ଡ୍ରୋନ ଜବତ

Subhramjit Ray
Browse all articles by Subhramjit Ray
·2 weeks ago·2 min read
ହାଇଦ୍ରାବାଦ ବିମାନବନ୍ଦରରୁ ୭୦ ଡ୍ରୋନ ଜବତ
Hyderabad International Airport

Key Points

ଯାଞ୍ଚ ବେଳେ ସମ୍ପୃକ୍ତ ଯାତ୍ରୀଙ୍କ ପାଖରୁ ୧୬.୮ ଲକ୍ଷ ଟଙ୍କା ମୂଲ୍ୟର ପ୍ରାୟ ୨୦ ଡ୍ରୋନ୍ ମିଳିଥିଲା।
70 Drone Seized in Hyderabad Airport: ଶନିବାର ହାଇଦ୍ରବାଦ ସ୍ଥିତ ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ ସୀମାଶୁଳ୍କ ବିଭାଗ। ସିଙ୍ଗାପୁରରୁ ଆସିଥିବା ଜଣେ ଯାତ୍ରୀଙ୍କ ପାଖରୁ ୭୦ ଡ୍ରୋନ୍ ଜବତ କରିଛି ସୀମାଶୁଳ୍କ ବିଭାଗ। ଜବତ ହୋଇଥିବା ଡ୍ରୋନ୍ ର ମୂଲ୍ୟ ପ୍ରାୟ ୪୧ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

ଗତ ଗୁରୁବାର (ମାର୍ଚ୍ଚ ୧୨) ସୀମାଶୁଳ୍କ ବିଭାଗ (Custom Department of India) ଅଧିକାରୀ ସିଙ୍ଗାପୁର ଏୟାରଲାଇନ୍ସ (Singapore Airlines) ଯୋଗେ ହାଇଦ୍ରାବାଦ ଆସିଥିବା ଭାରତୀୟ ନାଗରିକ ସୟଦ ଏଜାଜ ଅହମ୍ମଦ କୁନାକୁଲମ୍ ମହମ୍ମଦ ଶଫିଙ୍କ ଲଗେଜ୍ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ସମ୍ପୃକ୍ତ ଯାତ୍ରୀଙ୍କ ପାଖରୁ ୧୬.୮ ଲକ୍ଷ ଟଙ୍କା ମୂଲ୍ୟର ପ୍ରାୟ ୨୦ ଡ୍ରୋନ୍ ମିଳିଥିଲା।

ଅନ୍ୟ ଜଣେ ଯାତ୍ରୀଙ୍କ ପାଖରୁ ୨୫ ଲକ୍ଷ ଟଙ୍କାର ୫୦ ଡ୍ରୋନ୍ ଜବତ
ସେହିପରି ଅନ୍ୟ ଏକ ମାମଲା ଇଣ୍ଡିଗୋ ଏୟାରଲାଇନ୍ସ (IndiGo Airlines) ସହ ଜଡ଼ିତ। ସୀମାଶୁଳ୍କ ବିଭାଗ ଅଧିକାରୀ ସିଙ୍ଗାପୁରରୁ ହାଇଦ୍ରାବାଦ (Hyderabad International Airport) ଆସିଥିବା ସୟଦ ଅସଗର ଏବଂ ୟାସମିନ୍ ତାଜଙ୍କୁ ଅଟକାଇ ସେମାନଙ୍କ ଲଗେଜ୍ ଯାଞ୍ଚ କରିଥିଲେ। ସେମାନଙ୍କ ପାଖରୁ ୨୫ ଲକ୍ଷ ଟଙ୍କାର ୫୦ ଡ୍ରୋନ୍ ଜବତ ଜବତ କରାଯାଇଛି। ଏହି ସମସ୍ତ ଡ୍ରୋନ୍ କୁ ୧୯୬୨ ସୀମାଶୁଳ୍କ ଆଇନର ବ୍ୟବସ୍ଥା ଅନୁଯାୟୀ ଜବତ କରାଯାଇଛି।

ବିନା ଅନୁମତିରେ ଭାରତ ଅଣା ଯାଉଥିଲା କି ଡ୍ରୋନ୍?

ହାଇଦ୍ରବାଦ ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ (Rajiv Gandhi International Airport Hyderabad) ୭୦ ଡ୍ରୋନ୍ ଜବତ ହେବା ଘଟଣାରେ ମାମଲା ରୁଜୁ ହୋଇସାରିଛି। ଜବତ ହୋଇଥିବା ଡ୍ରୋନ୍ କୁ ବିନା କୌଣସି ଅନୁମତିରେ ଅଣା ଯାଇଥିଲା ନା ନାହିଁ ସେ ନେଇ ତଦନ୍ତ ଜାରି ରହିଛି। ବିଦେଶରୁ ସ୍ୱଦେଶକୁ ଡ୍ରୋନ ଆଣିବା ଉପରେ ଅନେକ ନିଷେଧାଦେଶ ଜାରି ହୋଇଛି। ବିଦେଶରୁ ଡ୍ରୋନ ଆମଦାନୀ କରିବା ପାଇଁ ସରକାରଙ୍କ ଅନୁମତି ଆବଶକୀୟ।

ଏବେ ହାଇଦ୍ରବାଦ ବିମାନ ବନ୍ଦରରୁ ୭୦ ଡ୍ରୋନ୍ ଜବତ ହେବା ଘଟଣା ଚିନ୍ତାର ବିଷୟ ପାଲଟିଛି। ଡ୍ରୋନ୍ ବ୍ୟବହାର କରି ବିଭିନ୍ନ ସମୟରେ ଅନେକ ଅନୈତିକ କାର୍ଯ୍ୟକଳାପ କରାଯାଉଥିବାର ଦେଶର ବିଭିନ୍ନ ସରକାରୀ ବିଭାଗ ଏହା ଉପରେ ସତର୍କ ନଜର ରଖିଥାନ୍ତି। ଡ୍ରୋନ ବ୍ୟବହାର କରି ନିଶାଜାତୀୟ ଦ୍ରବ୍ୟ ଏବଂ ଅବୈଧ ହତିଆର ଚୋରାଚାଲାଣ କରାଯାଉ ଥିବାର ଘଟଣା ଏବେ ସୁରକ୍ଷା ଏଜେନ୍ସି ଲାଗି ସମସ୍ୟା ବଢାଇଛି। 

ଏଥିସହ ପଢ଼ନ୍ତୁ: ବିମାନ ଯାତ୍ରୀଙ୍କ ପାଇଁ ବଡ଼ ଖବର: ମଧ୍ୟପ୍ରାଚ୍ୟକୁ ଉଡ଼ାଣ ଟିକଟରେ ଇନ୍ଧନ ସର୍ଚାର୍ଜ ୧୦ ଡଲାର ବୃଦ୍ଧି ପାଇବ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Drone Seized in Hyderabad Airport: ହାଇଦ୍ରାବାଦ ବିମାନବନ୍ଦରରୁ ୭୦ ଡ୍ରୋନ ଜବତ | Argus News