Videos
|
National

Amrit Bharat Station Scheme / ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହେଲା ୭୫ ଅମୃତ ଭାରତ ରେଳ ଷ୍ଟେସନ

Santosh Kumar Sahoo
Browse all articles by Santosh Kumar Sahoo
·2 weeks ago·1 min read
ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହେଲା ୭୫ ଅମୃତ ଭାରତ ରେଳ ଷ୍ଟେସନ
Amrit Bharat Station Scheme

Key Points

ମୋଦିଙ୍କ `ଅମୃତ ଭାରତ' ଭେଟି
ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହେଲା ୭୫ ଅମୃତ ଭାରତ ରେଳ ଷ୍ଟେସନ
ପଞ୍ଜାବର ଜଳନ୍ଧର ରେଳ ଷ୍ଟେସନର ଉଦଘାଟନ କଲେ PM ମୋଦି
ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହେଲା ୭୫ ଅମୃତ ଭାରତ ରେଳ ଷ୍ଟେସନ । ଏକାସଙ୍ଗେ ଦେଶର ୨୦ଟି ରାଜ୍ୟରେ ଥିବା ୭୫ଟି ପୁନଃବିକଶିତ ଅମୃତ ଭାରତ ରେଳ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ମଧ୍ୟରେ ଓଡ଼ିଶାର ୭ଟି ରେଳ ଷ୍ଟେସନ ସହ ପଞ୍ଜାବର ୧୧୦ ବର୍ଷ ପୁରୁଣା ଐତିହାସିକ ଜଲନ୍ଧର କ୍ୟାଣ୍ଟ ଷ୍ଟେସନ ମଧ୍ୟ ସାମିଲ ରହିଛି ।

ବଲାଙ୍ଗୀର, ବାରିପଦା, ବରପାଲୀ, ବିମଲଗଡ଼, ତାଲଚେର, କେସିଙ୍ଗା ଓ ପାରଳାଖେମୁଣ୍ଡି ରେଳ ଷ୍ଟେସନକୁ ମିଳିବ ନୂଆ ଗତି । ପଞ୍ଜାବର ଜଳନ୍ଧର ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ଭିତ୍ତିଭୂମି ଓ ବିକାଶ ପାଇଁ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ।

ଅଧିକ ପଢ଼ନ୍ତୁ: ବିଦେଶୀ ଭାରତରେ ସମ୍ପତ୍ତି କିଣିଲେ ସେ ଭାରତୀୟ ହୋଇଯାଆନ୍ତିନି: କୋଲକାତା ହାଇକୋର୍ଟ


ଅଭିଭାଷଣରେ ମୋଦି କହିଛନ୍ତି, ରେଳବାଇ ହେଉଛି ଗରିବ ଓ ମଧ୍ୟବିତ୍ତ ପରିବାରର ମୁଖ୍ୟ ପରିବହନ ମାଧ୍ୟମ । କିନ୍ତୁ ଦୀର୍ଘ ଦଶନ୍ଧି ଧରି ଏହାକୁ ଅବହେଳା କରାଯାଇଥିଲା । ରେଳବାଇର ଯେଉଁ ବିକାଶମୂଳକ କାର୍ଯ୍ୟ ଆଜି କରାଯାଉଛି, ତାହା ପ୍ରାୟ ୩୦ ରୁ ୪୦ ବର୍ଷ ପୂର୍ବରୁ ଶେଷ ହେବା ଉଚିତ ଥିଲା ।

ଏଭଳି ପୁରୁଣା ମାନସିକତାକୁ ନେଇ ଏକ 'ବିକଶିତ ଭାରତ' ଗଠନ କରିବା ଅସମ୍ଭବ ଥିଲା। ସେଥିପାଇଁ ବିଜେପି ସରକାର ଗତ କିଛି ବର୍ଷ ହେବ ଏହି ସ୍ଥିତିରେ ବଡ଼ ପରିବର୍ତ୍ତନ ଆଣିବା ଆରମ୍ଭ କରିଛନ୍ତି । ଆଧୁନିକୀକରଣ ହୋଇଥିବା ନୂଆ ରେଳ ଷ୍ଟେସନଗୁଡ଼ିକ କେବଳ ଯାତାୟାତର ମାଧ୍ୟମ ହୋଇ ରହିନାହିଁ, ବରଂ ଏହା ଦେଶର କଳା, ସଂସ୍କୃତି ଏବଂ ବ୍ୟବସାୟର ପ୍ରମୁଖ କେନ୍ଦ୍ର ପାଲଟିଛି କହିଲେ ମୋଦି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
PM Modi Inaugurates 75 Amrit Bharat Railway Stations | Argus News