Citizenship Proof / ବିଦେଶୀ ଭାରତରେ ସମ୍ପତ୍ତି କିଣିଲେ ସେ ଭାରତୀୟ ହୋଇଯାଆନ୍ତିନି: କୋଲକାତା ହାଇକୋର୍ଟ
·2 months ago·2 min read

Key Points
"ଜମି ରେକର୍ଡ ନାଗରିକତାର ପ୍ରମାଣ ନୁହେଁ"
ଜଣେ ବିଦେଶୀଙ୍କ ମାମଲାରେ କଲିକତା ହାଇକୋର୍ଟଙ୍କ ରାୟ

କୋଲକାତା: କୌଣସି ବିଦେଶୀଙ୍କ ଜମି ରେକର୍ଡ ଭାରତୀୟ ନାଗରିକତାର ପ୍ରମାଣ ନୁହେଁ । ଅର୍ଥାତ ଜଣେ ବିଦେଶୀ ଆସି ଭାରତରେ ଜମି ଖଣ୍ଡେ କିଣିଦିଲେ ସେ ଭାରତୀୟ ହୋଇଯାଆନ୍ତି ନାହିଁ । ଗତ ଜୁନ ମାସରେ ପଶ୍ଚିମବଙ୍ଗରେ ବାଂଲାଦେଶୀ ଅନୁପ୍ରବେଶକାରୀ ଅଭିଯୋଗରେ ଅଟକ ଥିବା ନାସିର ମୋଲ୍ଲାଙ୍କ ଆବେଦନର ଶୁଣାଣି କରି କୋଲିକତା ହାଇକୋର୍ଟ ଏହି ରାୟ ଦେଇଛନ୍ତି ।
ହାଇକୋର୍ଟ ତାଙ୍କ ଆଦେଶ ଉପରେ ବିସ୍ତାର କରି କହିଛନ୍ତି ଯେ କେବଳ ଜଣେ ବିଦେଶୀ ଭାରତରେ ସମ୍ପତ୍ତି କିଣିଲେ ତାହାର ଅର୍ଥ ନୁହେଁ ଯେ ସେ ଜଣେ ଭାରତୀୟ ନାଗରିକ । କୋର୍ଟ ଏହି ମାମଲାର ଶୁଣାଣି ବେଳେ ଦୁଇ ପୃଷ୍ଠାର ଆଦେଶରେ କହିଛନ୍ତି ଯେ ଜଣେ ବିଦେଶୀ ନାଗରିକ ଭାରତରେ ସମ୍ପତ୍ତି କିଣିପାରିବେ । ହେଲେ ଜଣେ ବାହାର ଦେଶର ନାଗରିକ କେବଳ ଭାରତରେ ଏକ ଅସ୍ଥାବର ସମ୍ପତ୍ତି କିଣୁଥିବାରୁ ତାଙ୍କୁ ଭାରତୀୟ ନାଗରିକ ଆଦୌ କୁହାଯିବ ନାହିଁ ।
ହାଇକୋର୍ଟ ଏହି ମାମଲାର ଶୁଣାଣି କରିବା ସମୟରେ କହିଛନ୍ତି ଯେ କେବଳ ଜମି ରେକର୍ଡ ବ୍ୟତୀତ ସେ ଜଣେ ଭାରତୀୟ ନାଗରିକ ବୋଲି କୌଣସି ପ୍ରମାଣ ମିଳିନାହିଁ । ଆବେଦନକାରୀ ପୁଣି ଯେଉଁ ଜମି ରେକର୍ଡ ବିଷୟରେ କହୁଛନ୍ତି, ତାହା ଭାରତୀୟ ନାଗରିକତାର ପ୍ରମାଣର ଦଲିଲ ନୁହେଁ । କୋର୍ଟ ଆବେଦନକାରୀଙ୍କୁ ଜୁଲାଇ ୨୦ରେ ଭାରତୀୟ ନାଗରିକ ବୋଲି ପ୍ରମାଣ କରୁଥିବା ଯେକୌଣସି ଦଲିଲ ଦାଖଲ କରିବାକୁ ଆଉ ଏକ ସୁଯୋଗ ଦେଇଛନ୍ତି ।

- କଣ ଏହି ମାମଲା ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: 'ପାନ୍ କାର୍ଡ ଏବଂ ଭୋଟର ପରିଚୟପତ୍ର ଭାରତୀୟ ନାଗରିକତା ପରିଚୟ ନୁହେଁ'
- 'ପାସପୋର୍ଟ ବି ନୁହଁ ନାଗରିକତାର ପ୍ରମାଣ'
- ବଙ୍ଗରେ NRC କଣ ?
Related Topics
Explore more stories