8th Pay Commission / କେନ୍ଦ୍ର ସରକାରୀ ପେନସନଧାରୀଙ୍କ ପାଇଁ ଆସିପାରେ ବଡ଼ ପରିବର୍ତ୍ତନ
·1 hour ago·2 min read

Key Points
୮ମ ବେତନ ଆୟୋଗକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏଥିରେ ବେତନ, ଭତ୍ତା ଓ ପେନସନ୍ ସହ ଜଡ଼ିତ ବିଭିନ୍ନ ପ୍ରସ୍ତାବ ଆସୁଛି । ସେଥିମଧ୍ୟରୁ ପେନସନ୍ କମ୍ୟୁଟେସନ୍ ସହ ଜଡ଼ିତ ଏକ ପୁରୁଣା ନିୟମ ବଦଳାଇବାକୁ ଦାବି ହୋଇଛି ।
ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଧାରୀଙ୍କ ପାଇଁ ୮ମ ବେତନ ଆୟୋଗକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏଥିରେ ବେତନ, ଭତ୍ତା ଓ ପେନସନ୍ ସହ ଜଡ଼ିତ ବିଭିନ୍ନ ପ୍ରସ୍ତାବ ଆସୁଛି । ସେଥିମଧ୍ୟରୁ ପେନସନ୍ କମ୍ୟୁଟେସନ୍ ସହ ଜଡ଼ିତ ଏକ ପୁରୁଣା ନିୟମ ବଦଳାଇବାକୁ ଦାବି ହୋଇଛି ।
କ’ଣ ରହିଛି ଦାବି ?
କେନ୍ଦ୍ର ସରକାରଙ୍କ ପେନସନଧାରୀ ଓ କର୍ମଚାରୀ ସଂଗଠନର ଦାବି ହେଉଛି କମ୍ୟୁଟେଡ୍ ପେନସନ୍ (ସମୟ ପୂର୍ବରୁ ନିଆ ଯାଇଥିବା ପେନସନ) ଅବଧିକୁ ୧୫ ବର୍ଷରୁ କମ୍ କରାଯାଉ । ଏକାଧିକ ସଂଗଠନ ଅଷ୍ଟମ ବେତନ ଆୟଗଙ୍କ ନିକଟରେ ଏହାକୁ ୧୦ରୁ ୧୨ ବର୍ଷ କରିବାକୁ ଦାବି କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଓଡ଼ିଶା ସମେତ ୫ ରାଜ୍ୟକୁ ରେଲୱେର ବଡ଼ ଭେଟି; ଉପକୃତ ହେବେ ୫୬ ଲକ୍ଷ ଲୋକ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେମାନଙ୍କ ଯୁକ୍ତି ହେଲା, ବର୍ତ୍ତମାନ ପ୍ରଚଳିତ ଆର୍ଥିକ ଓ ଖର୍ଚ୍ଚ ନିୟମ ଦଶନ୍ଧି ପୁରୁଣା ଅଟେ । ସୂଚନାଯୋଗ୍ୟ, ୧୯୮୬ ମସିହାରେ କମ୍ୟୁଡେଟ୍ ପେନସନ ପାଇଁ ୧୫ ବର୍ଷ ନିୟମ ଲାଗୁ କରାଯାଇଥିଲା ଅର୍ଥାତ୍ ଏହି ନିୟମ ୪୦ ବର୍ଷ ପୁରୁଣା ।
ପେନସନ୍ କମ୍ୟୁଟେସନ୍ କ'ଣ ?
କେନ୍ଦ୍ର ସରକାରଙ୍କ କର୍ମଚାରୀ ଅବସର ସମୟରେ ନିଜ ବେସିକ୍ ପେନସନ୍ର ସର୍ବାଧିକ ୪୦ ପ୍ରତିଶତ ଅଂଶକୁ କମ୍ୟୁଟ୍ କରି (ସମୟ ପୂର୍ବରୁ ଗୋଟିଏ ଥରରେ ନେବା) ଏକକାଳୀନ ଟଙ୍କା ନେଇପାରନ୍ତି ।
ଏହା ବଦଳରେ ପ୍ରତିମାସର ପେନସନ୍ରୁ କମ୍ୟୁଟ୍ କରାଯାଇଥିବା ଅଂଶ କଟିଥାଏ । ବର୍ତ୍ତମାନର ନିୟମ ଅନୁସାରେ, ଉକ୍ତ ଅଂଶକୁ ୧୫ ବର୍ଷ ପରେ ପୁଣି ପେନସନ୍ରେ ଯୋଡ଼ା ଯାଇଥାଏ ।
କର୍ମଚାରୀ ଓ ପେନସନଧାରୀ ସଂଗଠନର ଯୁକ୍ତି ହେଲା, ଯେତେବେଳେ ଏହି ବ୍ୟବସ୍ଥା ଲାଗୁ ହୋଇଥିଲା ସେତେବେଳର ଆର୍ଥିକ ଓ ଜନସଂଖ୍ୟା ସ୍ଥିତି ବେଶ୍ ବଦଳି ଯାଇଛି । NC-JCM, AIDEF ଓ FNPO ପକ୍ଷରୁ ଏହାକୁ ୧୧ ବର୍ଷ କରିବାକୁ ଦାବି କରିଛନ୍ତି ।
ଅନ୍ୟପଟେ ଭାରତୀୟ ରେଲୱେ ବୈଷୟିକ ସଂଘ ୧୨ ବର୍ଷ ଦାବି କରିଥିବା ବେଳେ ଅଳ୍ ଇଣ୍ଡିଆ ନ୍ୟୁ ପେନସନର୍ସ ସ୍କିମ୍ ଏମ୍ପ୍ଲୋଇଜ ଫେଡେରେସନ ୧୦ କରିବାକୁ ଦାବି କରୁଛି । ଭାରତ ପେନସନର୍ସ ସମାଜ ଓ ଅଲ୍ ପେନସନର୍ସ ଆସୋସିଏନସନ୍ ଏହି ଅବଧିକୁ ୧୧ ବର୍ଷ କରିବାକୁ ଅନୁରୋଧ କରିଛି ।

₹୧୦୦ ପେନସନ୍ କମ୍ୟୁଟେସନ୍ର ଉଦାହରଣ
NC-JCM ଦେଇଥିବା ଉଦାହରଣ ଅନୁସାରେ, ୬୧ ବର୍ଷ ବୟସର ଜଣେ ପେନସନ୍ଭୋଗୀ ୮.୧୯୪ କମ୍ୟୁଟେସନ୍ ଫ୍ୟାକ୍ଟର ଅନୁସାରେ ପ୍ରତିମାସର ₹୧୦୦ ପେନସନ୍ କମ୍ୟୁଟ୍ କଲେ ଏକକାଳୀନ ପ୍ରାୟ ₹୯,୮୩୩ ଟଙ୍କା ପାଇପାରନ୍ତି ।
ଏଥିସହ ପଢ଼ନ୍ତୁ: ସରକାର ଓ LIC ବିକ୍ରି କରିବେ ୬୦.୭୨% ଅଂଶଧନ; କୌଣସି ମୁହୂର୍ତ୍ତରେ ଆସିପାରେ ବଡ଼ ଖବର
ଏହା ପରେ ପ୍ରତିମାସ ପେନସନ୍ରୁ ₹୧୦୦ କଟିବ । ୧୦ ବର୍ଷରେ ମୋଟ ₹୧୨,୦୦୦ ଟଙ୍କା କରିବ । ୧୫ ବର୍ଷ ପର୍ଯ୍ୟନ୍ତ କଟିଲେ ମୋଟ ₹୧୮,୦୦୦ ହେବ । ଏହି ହିସାବକୁ ଦେଖାଇ ସଂଗଠନଗୁଡ଼ିକ କମ୍ୟୁଟେସନ୍ର ଟଙ୍କା ପ୍ରାୟ ୧୦ ବର୍ଷରେ ଫେରି ଆସୁଛି ବୋଲି ଯୁକ୍ତି ଦେଇଛନ୍ତି ।
ଏବେ କ’ଣ ହେବ?
ଏହା ଏପର୍ଯ୍ୟନ୍ତ କେବଳ ପେନସନ୍ଭୋଗୀ ଓ କର୍ମଚାରୀ ସଂଗଠନଗୁଡ଼ିକର ଦାବି। ୮ମ ବେତନ ଆୟୋଗ ଏହା ଉପରେ ଶେଷ ନିଷ୍ପତ୍ତି ନେଇ ନାହାନ୍ତି । ତେଣୁ ୧୫ ବର୍ଷର ନିୟମ ୧୦, ୧୧ କିମ୍ବା ୧୨ ବର୍ଷକୁ କମିବ କି ନାହିଁ, ସେଥିପାଇଁ ଆୟୋଗର ସୁପାରିସ୍ ଓ ପରେ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବାକୁ ପଡ଼ିବ ।

Related Topics
Explore more stories