Woman Assault / ବେଶ୍ୟାବୃତ୍ତି ପାଇଁ ବାଧ୍ୟ କଲେ ଶାଶୂଘର ଲୋକେ; ଜୀବନ ହାରିଲେ ମହିଳା
·7 months ago·2 min read

Key Points
ବେଶ୍ୟାବୃତ୍ତି ପାଇଁ ବାଧ୍ୟ କରୁଥିଲା ଶାଶୂଘର
ଅବୈଧ ସମ୍ପର୍କ ପାଇଁ ଚାପ ପକାଉଥିଲେ ସ୍ଵାମୀ
ଜୀବନ ହାରିଲେ ୨୨ ବର୍ଷୀୟ ମହିଳା ଅଞ୍ଜନା
ଅବୈଧ ସମ୍ପର୍କ ପାଇଁ ଚାପ ପକାଉଥିଲେ ସ୍ଵାମୀ
ଜୀବନ ହାରିଲେ ୨୨ ବର୍ଷୀୟ ମହିଳା ଅଞ୍ଜନା
ଝିଅଟିଏ ବିବାହ କରିବା ପରେ କେତେ ସ୍ଵପ୍ନ ଓ ଆଶା ନେଇ ପରଘରେ ପାଦ ପକାଏ । ନିଜ ବର୍ଷ ବର୍ଷର ସ୍ନେହ, ଶ୍ରଦ୍ଧା, ଭଲପାଇବାକୁ ପର କରି ଏକ ଅଜଣା ପରିବାରକୁ ନିଜର କରିବାକୁ ଚେଷ୍ଟା କରେ । ପ୍ରତିବଦଳରେ ସେ ମଧ୍ୟ ସମାନ ଭଲପାଇବା ଆଶା କରିଥାଏ । ମାତ୍ର ଏଠାରେ ନବବଧୂକୁ ସୁରକ୍ଷା, ସ୍ନେହ, ଶ୍ରଦ୍ଧା ଦେବା ପରିବର୍ତ୍ତେ ସବୁଠୁ ଘୃଣ୍ୟ କାମ ପାଇଁ ବାଧ୍ୟ କରିଥିଲା ଶାଶୂ ଘର । ୨୨ ବର୍ଷୀୟ ନବବଧୂ ଶେଷରେ ଚରମ ନିଷ୍ପତ୍ତି ନେଇଛନ୍ତି ।
କର୍ଣ୍ଣାଟକର ବିଦର ଜିଲ୍ଲାରେ ଜଣେ ୨୨ ବର୍ଷୀୟା ମହିଳା ତାଙ୍କ ଶାଶୂ ଘର ଲୋକଙ୍କ ଦ୍ୱାରା ନିର୍ଯାତନାର ଶିକାର ହେବା ପରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ମହିଳା ଜଣକ ହେଉଛନ୍ତି ବାସବକଲ୍ୟାଣ ସହରର ଓମ୍ କଲୋନିର ଅଧିବାସୀ ଅଞ୍ଜନାବାଇ ଶେଖର ପାଟିଲ । ସୋମବାର ପୋଲିସ ଅଞ୍ଜନାଙ୍କ ବାସଭବନରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ପାଇଥିଲେ । ସେ ୨୦୨୨ ମସିହାରେ ବାସବକଲ୍ୟାଣର ବାସିନ୍ଦା ଶେଖର ପାଟିଲଙ୍କୁ ବିବାହ କରିଥିଲେ ଏବଂ ଏହି ଦମ୍ପତିଙ୍କର ଏକ ୧୧ ମାସର ଶିଶୁ ଥିଲା ।
ମୃତ ମହିଳା ଅଞ୍ଜନାଙ୍କ ବାପା ବିଜୟକୁମାରଙ୍କ ଅଭିଯୋଗ ଆଧାରରେ, ପୋଲିସ ଗତ ସପ୍ତାହରେ ଏକ ମାମଲା ରୁଜୁ କରିଛି । ଅଞ୍ଜନାଙ୍କ ବାପାଙ୍କ କହିବାନୁସାରେ, ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ପ୍ରତିଦିନ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିଲେ । ଖାଲି ସେତିକି ନୁହେଁ ତାଙ୍କୁ ବେଶ୍ୟାବୃତ୍ତି ପାଇଁ ଚାପ ଦିଆଯାଇଥିଲା । ଅବୈଧ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଇଥିଲା । ପୋଲିସକୁ ଦେଇଥିବା ବୟାନରେ ଅଞ୍ଜନାଙ୍କ ପିତା ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅ ସେମାନଙ୍କ ଦାବି ପୂରଣ କରିବାକୁ ମନା କରିବାରୁ ତାକୁ ଆକ୍ରମଣ ଏବଂ ମାନସିକ ନିର୍ଯାତନା ଦିଆଯାଇଥିଲା।
ସେପଟେ ସ୍ଥାନୀୟ ପୋଲିସ ଏହି ମାମଲାରେ ତାଙ୍କ ସ୍ୱାମୀ ଶେଖର ପାଟିଲ ସମେତ ତିନି ଜଣଙ୍କୁ ଗିରଫ କରିଛି । ଅନ୍ୟ ଦୁଇ ଅଭିଯୁକ୍ତ ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ସମସ୍ତ ତିନି ଅଭିଯୁକ୍ତଙ୍କୁ ହେପାଜତକୁ ନିଆଯାଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି । ପୋଲିସ କହିଛି ଯେ ମହିଳା କେଉଁ ପରିସ୍ଥିତିରେ ମୃତ୍ୟୁବରଣ କରିଛନ୍ତି ତାହାର ତଦନ୍ତ କରାଯାଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢନ୍ତୁ: ମଶା କରୁଥିଲା ଅସ୍ତବ୍ୟସ୍ତ; ଲଗାଇଲେ ମଶାଧୂପ, ଚାଲିଗଲା ଜୀବନ
ଏଠାରେ କହିରଖୁଛୁ କି, ଏହି ଅଭାବନୀୟ ଘଟଣାଟି NCRB ୨୦୨୩ ତଥ୍ୟକୁ ଆହୁରି ସମର୍ଥନ କରେ, ଯାହା କହୁଛି ଯେ ଭାରତରେ ମୋଟ ଆତ୍ମହତ୍ୟା ମାମଲାରେ ବିବାହ ଏବଂ ସମ୍ପର୍କ ଚିନ୍ତା ତୃତୀୟ ସର୍ବାଧିକ କାରଣ । ୨୦୨୨ ମସିହାରେ ପ୍ରାୟ ୨୫,୩୦୯ ଜଣ ଗୃହିଣୀ ଆତ୍ମହତ୍ୟା ଯୋଗୁଁ ମୃତ୍ୟୁବରଣ କରିଥିଲେ, ଯେତେବେଳେ କି ୨୦୨୩ରେ ଏହି ସଂଖ୍ୟା ସାମାନ୍ୟ ହ୍ରାସ ପାଇ ୨୪,୦୪୮ରେ ରହିଛି ।
ବି.ଦ୍ର: ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ । ଯଦି ଆପଣ କୌଣସି ସମସ୍ୟାକୁ ନେଇ ଅବସାଦଗ୍ରସ୍ତ ଅଛନ୍ତି, ତେବେ ଆଦୌ ବିଚଳିତ ହୁଅନ୍ତୁ ନାହିଁ । ସାହାଯ୍ୟ ପାଇଁ ଆପଣଙ୍କ ଘନିଷ୍ଠଙ୍କ ସହିତ ଆଲୋଚନା କରନ୍ତୁ ନଚେତ ନିକଟସ୍ଥ ମନସ୍ତତ୍ତ୍ଵବିତଙ୍କ ସହିତ ଯୋଗାଯୋଗ କରନ୍ତୁ ।

Related Topics
Explore more stories