Mosquito Coil Triggers Fire / ମଶା କରୁଥିଲା ଅସ୍ତବ୍ୟସ୍ତ; ଲଗାଇଲେ ମଶାଧୂପ, ଚାଲିଗଲା ଜୀବନ
·7 months ago·2 min read

Key Points
ମଶାଧୂପ ନେଇଗଲା ଜୀବନ
ଜିଅନ୍ତା ଜଳିଗଲେ ବସ୍ କଣ୍ଡକ୍ଟର
ଦିଲ୍ଲୀରେ ଘଟିଲା ଅଭାବନୀୟ ଘଟଣା
ଜିଅନ୍ତା ଜଳିଗଲେ ବସ୍ କଣ୍ଡକ୍ଟର
ଦିଲ୍ଲୀରେ ଘଟିଲା ଅଭାବନୀୟ ଘଟଣା
ଦିଲ୍ଲୀ ବିକାସପୁରୀ ଅଞ୍ଚଳରେ ଅଭାବନୀୟ ଘଟଣା । ଅଚାନକ ଚାଲିଗଲା ଘରୋଇ ବସ୍ କଣ୍ଡକରଙ୍କ ଜୀବନ । ମଶାଧୂପ ଲଗାଇବା ଯୋଗୁଁ ୨୫ ବର୍ଷୀୟ କଣ୍ଡକ୍ଟର ସୁନୀଲଙ୍କ ମୃତ୍ୟୁ ଘଟିଥିବା ପୋଲିସ ସନ୍ଦେହ କରିଛି । ମଶା ଘଉଡ଼ାଇବା ପାଇଁ ସୁନୀଲ ବସ୍ ଭିତରେ ମଶାଧୂପ ଲଗାଇଥିଲେ । ମଶାଧୂପରୁ ନିଆଁ ଲାଗି ସେ ଜିଅନ୍ତା ଜଳିଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି ।
ପୋଲିସର କହିବାନୁସାରେ, ସବୁ ଦିଗରୁ ଘଟଣାର ତଦନ୍ତ କରାଯାଉଛି । ପ୍ରାଥମିକ ଯାଞ୍ଚରୁ ଏହା ମଶାଧୂପ ଯୋଗୁଁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ବିଶ୍ଵାସ କରାଯାଉଛି । ମଶାଧୂପରୁ ଧୀରେ ଧୀରେ ପୁରା ବସ୍ରେ ନିଆଁ ବ୍ୟାପିଥାଇପାରେ । ସୁନୀଲନଙ୍କ ନିଦ ଭାଙ୍ଗିବା ବେଳକୁ ନିଆଁ ଏତେ ମାତ୍ରାରେ ବ୍ୟାପିଯାଇଥିଲା, ଯେଉଁଥିପାଇଁ ସେ ବାହାରିପାରିନାହାନ୍ତି ଏବଂ ଜିଅନ୍ତା ଜଳିଯାଇଥାଇପାରନ୍ତି ବୋଲି ପୋଲିସ କହିଛି ।
ପଢ଼ନ୍ତୁ ଏହି ଖବର: କିଏ ଏହି ଶିବମ୍ ମିଶ୍ରା ? ଯିଏ ସାଧାରଣ ଲୋକଙ୍କୁ ପୋକ ମାଛି ପରି ମାରିଦେଲା...

- ଜଳିଯାଇଥିଲା ପୁରା ବସ୍
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
- କେତେବେଳେ ଘଟିଥିଲା ଅଗ୍ନିକାଣ୍ଡ ?
ଏଠାରେ ସୂଚନା ଥାଉ କି, ଜଳିଯାଇଥିବା ବସ୍ର ମାଲିକ ହେଉଛନ୍ତି ୪୬ ବର୍ଷୀୟ ହରିୟାଣା ବାସିନ୍ଦା ବିଜୟ କୁମାର । ପୋଲିସ ମାଲିକଙ୍କ ସହିତ ଯୋଗାଯୋଗ କରିଛି । ପ୍ରାଥମିକ ତଦନ୍ତରୁ ଏହା ମଶାଧୂପରୁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ଅଧିକ ତଦନ୍ତ ଜାରି ରହିଥିବା କହିଛି ପୋଲିସ ।
ଏଥିସହ ପଢନ୍ତୁ: ପଞ୍ଜାବ କ୍ୟାମ୍ପସରେ ଗୁଳିକାଣ୍ଡ; ସହପାଠୀଙ୍କୁ ଗୁଳି କଲେ ଆଇନ ଛାତ୍ର
Related Topics
Explore more stories