Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Union Budget / ବଜେଟ୍ ୨୦୨୬; ୧୩ ଲକ୍ଷ ପର୍ଯ୍ୟନ୍ତ ହୋଇପାରେ ଟ୍ୟାକ୍ସ ଫ୍ରି, ଆଉ କଣ ଆଶା କରିବା ?

Debashree Debasmita Sahoo
Browse all articles by Debashree Debasmita Sahoo
·5 months ago·4 min read
ବଜେଟ୍ ୨୦୨୬; ୧୩ ଲକ୍ଷ ପର୍ଯ୍ୟନ୍ତ ହୋଇପାରେ ଟ୍ୟାକ୍ସ ଫ୍ରି, ଆଉ କଣ ଆଶା କରିବା ?
Budget 2026 Expectations

Key Points

ଫେବୃଆରୀ ପହିଲାରେ କେନ୍ଦ୍ର ବଜେଟ୍ ୨୦୨୬
ବଡ଼ ଘୋଷଣା କରିପାରନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ମଧ୍ଯବିତ୍ତଙ୍କ ଉପରେ ରହିପାରେ ଫୋକସ୍
୧୩ ଲକ୍ଷ ପର୍ଯ୍ୟନ୍ତ ହୋଇପାରେ ଟ୍ୟାକ୍ସ ଫ୍ରି
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ ତାରିଖରେ କେନ୍ଦ୍ର ବଜେଟ୍ ୨୦୨୬ ଉପସ୍ଥାପନ କରିବେ । ସଂସଦରେ ନବମ ଥର ଲାଗି ନିର୍ମଳା ବଜେଟ ଉପସ୍ଥାପନା କରିବାକୁ ଯାଉଛନ୍ତି । ନିର୍ମଳାଙ୍କ ପେଡି ଉପରେ ପୁରା ଦେଶବାସୀଙ୍କ ନଜର ରହିଛି । ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ଆଗତ ଏହି ବଜେଟ୍‌ ଉପରେ ମଧ୍ୟବିତ୍ତଙ୍କ ଉପରେ ବିଶେଷ ଫୋକସ କରାଯାଇପାରେ ବୋଲି ଆଶା କରାଯାଉଛି । ଶିକ୍ଷାଠାରୁ ସ୍ବାସ୍ଥ୍ୟକ୍ଷେତ୍ର ପର୍ଯ୍ୟନ୍ତ ବଡ଼ ଆଶା ରହିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ରେ ୫ ବଡ଼ ଘୋଷଣା କରିବେ ବୋଲି ମଧ୍ୟ ଆଶା କରାଯାଉଛି ।

ଟ୍ୟାକ୍ସ ସ୍ଲାବରେ ପୁଣି ମିଳିପାରେ ଖୁସି ଖବର


ନୂତନ ଆୟକର ବ୍ୟବସ୍ଥା ଅନୁଯାୟୀ, ମାନକ ରିହାତି ₹୭୫,୦୦୦ରୁ ₹୧ ଲକ୍ଷକୁ ବୃଦ୍ଧି କରାଯାଇପାରେ । ଏହାଦ୍ଵାରା ବେତନଭୋଗୀ ବ୍ୟକ୍ତିମାନଙ୍କର ₹୧୩ ଲକ୍ଷ ପର୍ଯ୍ୟନ୍ତ ଆୟ କରମୁକ୍ତ ହେବ । ବର୍ତ୍ତମାନ, ₹୧୨.୭୫ ଲକ୍ଷ ପର୍ଯ୍ୟନ୍ତ ଆୟ କରମୁକ୍ତ ଅଛି । ଭାରତୀୟ ଶିଳ୍ପ ମହାସଂଘ (CII) ସରକାରଙ୍କୁ ପରାମର୍ଶ ଦେଇଛି ଯେ ବ୍ୟବହାରତା ବୃଦ୍ଧି କରିବା ପାଇଁ ଲୋକଙ୍କ ହାତରେ ଅଧିକ ଟଙ୍କା ଛାଡିବା ଜରୁରୀ । ଟିକସ ଛାଡ଼ ବୃଦ୍ଧି କରିବା ଦ୍ୱାରା ଲୋକଙ୍କ କ୍ରୟ ଶକ୍ତି ବୃଦ୍ଧି ପାଇବ, ଯାହା ଅର୍ଥନୀତିକୁ ଲାଭ ଦେବ । ଏପରି ହେଲେ ମଧ୍ୟବିତ୍ତ ବର୍ଗଙ୍କ ହାତକୁ ଅଧିକ ଟଙ୍କା ଆସିବ । ମାସରେ କିଛି ହଜାର ଟଙ୍କା ସଞ୍ଚିତ ହୋଇପାରିବ । ଏହା ନିବେଶ ଏବଂ ସଞ୍ଚୟରେ ଲାଗିବ ।

ବଢିପାରେ ପିଏମ-କିଷାନ ଯୋଜନା ରାଶି

ସଂସଦରେ ଉପସ୍ଥାପନ ହେବାକୁ ଥିବା କେନ୍ଦ୍ରୀୟ ବଜେଟ୍୨୦୨୬ରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ରାଶିକୁ ବାର୍ଷିକ ୬୦୦୦ରୁ ୯୦୦୦ ଟଙ୍କାକୁ ବୃଦ୍ଧି କରାଯାଇପାରେ । ଗତ ୩ ବର୍ଷ ଧରି ଏହି ରାଶିକୁ ବଢାଇବା ଉପରେ ଚର୍ଚ୍ଚା ହେଉଛି । ୨୦୧୯ରେ ଯୋଜନା ଆରମ୍ଭ ହେବାପରଠାରୁ ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ୨୦୨୪ ସଂସଦୀୟ ସ୍ଥାୟୀ ସମିତି ଏହି ରାଶିକୁ ଦୁଇଗୁଣା କରି ୧୨,୦୦୦ କରିବାକୁ ପରାମର୍ଶ ଦେଇଥିଲେ । ଚାଷୀ ସଂଗଠନର କହିବାନୁସାରେ, ୨୦୧୯ରେ ମିଳୁଥିବା ୬୦୦୦ ଟଙ୍କା ଦରଦାମ ବୃଦ୍ଧି ଯୋଗୁଁ ଏବେ ୫୦୦୦ ହୋଇଛି । ଏହାକୁ ବଢାଇ ୧୨,୦୦୦ ଟଙ୍କା କରିବା ଉଚିତ । ଏହି ରାଶି ବଢିଲେ ୧୧ କୋଟି ଚାଷୀ ପରିବାର ଏହାର ଲାଭ ଉଠାଇପାରିବେ । ୩ ହଜାର ଟଙ୍କାର ଅତିରିକ୍ତ ରାଶିରେ ଚାଷକାର୍ଯ୍ୟର ଛୋଟ ଆବଶ୍ୟକତା ପୂରଣ ହୋଇପାରିବ ।

ଆଉ ୩୦୦+ ଅମୃତ ଭାରତ ଓ ବନ୍ଦେ ଭାରତ ଟ୍ରେନ

ସରକାର ନୂଆ ଟ୍ରେନ ଆଣି ୨୦୩୦ ସୁଦ୍ଧା ଦେଶରେ ଟ୍ରେନ୍ ବୁକିଂ କରିବା ସମୟରେ ୱେଟିଂ ଲିଷ୍ଟ ସମସ୍ୟାକୁ ଶେଷ କରିବାକୁ ଚାହୁଁଛନ୍ତି । ଏଥିଲାଗି ପ୍ରାୟ ୩୦୦ରୁ ଅଧିକ ନୂଆ ଅମୃତ ଭାରତ ଓ ବନ୍ଦେ ଭାରତ ଟ୍ରେନ ଘୋଷଣା ହୋଇପାରେ । ଗତ ବଜେଟ୍‌ରେ ରେଳ ବିଭାଗ ଲାଗି ୨.୬୫ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା, ଯାହାକି ଏଯାବତ ସବୁଠୁ ଅଧିକ ଫଣ୍ଡ୍ ଥିଲା । ଚଳିତ ଥର ମଧ୍ୟ ଏହାକୁ ବୃଦ୍ଧି କରାଯିବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ପାର୍ବଣ ଋତୁ ଏବଂ ପର୍ଯ୍ୟଟନ ଋତୁରେ ଡିମାଣ୍ଡ ଓ ସିଟ୍ ଉପଲବ୍ଧତା ମଧ୍ୟରେ ୨୦-୨୫% ପ୍ରଭେଦ ରହିଥାଏ । ଏହାକୁ କମାଇବା ଲାଗି ଟ୍ରେନ ସଂଖ୍ୟା ବୃଦ୍ଧି କରିବା ସହିତ ରେଳ ଟ୍ରାକ୍‌କୁ ବିସ୍ତାର କରିବାକୁ ପଡ଼ିବ । ଏହାଦ୍ବାରା ପ୍ରତିଦିନ ଟ୍ରେନରେ ଯାତ୍ରା କରୁଥିବା ପ୍ରାୟ ୨ କୋଟି ଯାତ୍ରୀଙ୍କୁ ଫାଇଦା ମିଳିବ ।

୨KW ସୋଲାର ପ୍ୟାନେଲ ଉପରେ ₹୮୦,୦୦୦ ସବସିଡି

ବଜେଟ୍‌ରେ ୨ କିଲୋୱାଟ୍ ପର୍ଯ୍ୟନ୍ତ ସୋଲାର ପ୍ୟାନେଲ ସିଷ୍ଟମ ଉପରେ ସବସିଡି ପ୍ରତି କିଲୋୱାଟ୍ ପିଛା ୩୦ ହଜାରରୁ ବୃଦ୍ଧି କରାଯାଇ ୪୦,୦୦୦ କରାଯାଇପାରେ । ବର୍ତ୍ତମାନର ନିୟମ ଅନୁସାରେ, ୨KW ସୋଲାର ସିଷ୍ଟମ ଲଗାଇଲେ ପ୍ରତି କିଲୋୱାଟ ପିଛା ୩୦ ହଜାର ଟଙ୍କା ହିସାବରେ ୬୦,୦୦୦ ଟଙ୍କା ସବସିଡି ମିଳୁଛି । ଯଦି ବଜେଟ୍‌ରେ ସବସିଡି ପ୍ରତି କିଲୋୱାଟ୍ ପିଛା ୧୦ ହଜାର ଟଙ୍କା ବୃଦ୍ଧି କରାଯାଏ ତେବେ ୨KW ସୋଲାର ସିଷ୍ଟମ ଲଗାଇଲେ ୮୦ ହଜାର ଟଙ୍କା ସବସିଡି ମିଳିବ । ଅର୍ଥାତ ୨୦ ହଜାର ଟଙ୍କା ବଞ୍ଚିବ । କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି ଯେ ୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ୪୦ ଲକ୍ଷ ଓ ୨୦୨୭ ସୁଦ୍ଧା ୧ କୋଟି ଲୋକଙ୍କ ଘରେ ସୋଲାର ଗ୍ରୀଡ ଯୋଡ଼ିବା । ଏହି ଯୋଜନାରେ ସରକାରଙ୍କୁ ନିଜ ଲକ୍ଷ୍ୟ ହାସଲ କରିବାରେ ଦ୍ରୁତ ସଫଳତା ମିଳିବ । ଯଦି ଆମେ ତଥ୍ୟ ଦେଖିବା, ତେବେ ୨୦୨୫ ସୁଦ୍ଧା ପ୍ରାୟ ୧୯.୪୫ ଲକ୍ଷରୁ ଅଧିକ ସୋଲାର ପ୍ୟାନେଲ ଲାଗିସାରିଛି । ତେବେ ଯଦି ଚଳିତ ବଜେଟ୍‌ରେ ସରକାର ସବସିଡି ବୃଦ୍ଧି କରୁଛନ୍ତି ତେବେ 2KW ସିଷ୍ଟମ ଲଗାଇବାକୁ ଯାଉଥିବା ପରିବାରକୁ ସିଧାସଳଖ ୨୦,୦୦୦ ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିବ ।

ଆୟୁଷ୍ମାନ ଭାରତରେ ବରିଷ୍ଠଙ୍କୁ ଫାଇଦା

ସରକାର ଆୟୁଷ୍ମାନ ଭାରତ ଯୋଜନାର ପରିସରକୁ ବିସ୍ତାର କରିପାରନ୍ତି । ବର୍ତ୍ତମାନ, ୭୦ ବର୍ଷରୁ ଅଧିକ ବୟସ୍କ ବୃଦ୍ଧ ଏହି ଯୋଜନା ପାଇଁ ଯୋଗ୍ୟ, କିନ୍ତୁ ଏହାକୁ ୬୦ ବର୍ଷକୁ ହ୍ରାସ କରାଯାଇପାରେ । ଏହା ବ୍ୟତୀତ, କର୍କଟ ଏବଂ ହୃଦରୋଗ ଭଳି ମାରାତ୍ମକ ରୋଗର ଖର୍ଚ୍ଚକୁ ପୂରଣ କରିବା ପାଇଁ ମାଗଣା ଚିକିତ୍ସାର ବାର୍ଷିକ ସୀମା ₹୫ ଲକ୍ଷକୁ ବୃଦ୍ଧି କରାଯାଇପାରେ । ଆଉଟଲୁକ୍‌ର ଏକ ରିପୋର୍ଟ ଅନୁସାରେ, ଭାରତରେ ୬୦ରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରୁ ପ୍ରାୟ ୮୨% ନିକଟରେ ସ୍ବାସ୍ଥ୍ୟ ବୀମା ନାହିଁ । ଏଣୁ ଏହି ବୟସ ସୀମାକୁ ହ୍ରାସ କରାଯାଇପାରେ । ବଜେଟ୍‌ରେ ଏପରି ଘୋଷଣା ହେଲେ, କୋଟି କୋଟି ପରିବାର ଏହି ଯୋଜନାରେ ଯୋଡ଼ି ହୋଇପାରିବେ । ଏହାସହିତ ମାଗଣା ଚିକିତ୍ସାର ଅର୍ଥରାଶି ବଢିଲେ ବଡ଼ ବଡ଼ ଅପରେସନ ଲାଗି ଲୋକେ ଆର୍ଥିକ ସହାୟତା ପାଇପାରିବେ ।

ଏଥିସହ ପଢନ୍ତୁ: କାହିଁକି ଖସୁଛି ଟଙ୍କା ମୂଲ୍ୟ; କେମିତି ରୋକାଯାଇପାରିବ ? ଖୋଲିଲା ରାଜ୍

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Budget 2026 Expectations health Education Railway Ayushman Yojana | Argus News