Newly Wed Woman Elopes / ବିବାହର ୨ ମାସ ପରେ ଚମ୍ପଟ୍ ନବବଧୂ; ଚାଲିଗଲା ୨ ଜଣଙ୍କ ଜୀବନ
·5 months ago·2 min read

Key Points
ବାହାଘରକୁ ବିତିଥିଲା ଦୁଇ ମାସ
ହଠାତ ସବୁକିଛି ବିଗିଡ଼ିଗଲା
ପ୍ରେମିକ ସହ ଚମ୍ପଟ୍ ମାରିଲେ ନବବଧୂ
ଏପଟେ ଜୀବନ ହାରିଲେ ସ୍ବାମୀ ଓ ମଧ୍ୟସ୍ଥି
ହଠାତ ସବୁକିଛି ବିଗିଡ଼ିଗଲା
ପ୍ରେମିକ ସହ ଚମ୍ପଟ୍ ମାରିଲେ ନବବଧୂ
ଏପଟେ ଜୀବନ ହାରିଲେ ସ୍ବାମୀ ଓ ମଧ୍ୟସ୍ଥି
ବିବାହକୁ ପୂରିଥିଲା ଦୁଇ ମାସ । କର୍ଣ୍ଣାଟକର ହରିଶଙ୍କୁ ବିବାହ କରିଥିଲେ ସରସ୍ବତୀ । କିଛି ଦିନ ଯାଏଁ ସବୁକିଛି ଠିକ୍ ଚାଲିଲା । ହେଲେ ହଠାତ୍ ପରିବାର ଛାରଖାର ହୋଇଯାଇଛି । ହରିଶ ଆଜି ମୃତ ଏବଂ ସରସ୍ବତୀ ଜେଲରେ ସଜା କାଟୁଛନ୍ତି । ଖାଲି ସେତିକି ନୁହେଁ, ହରିଶ ଓ ସରସ୍ବତୀଙ୍କ ବିବାହ ପ୍ରସ୍ତାବ ପକାଇଥିବା ମଧ୍ୟସ୍ଥି ମଧ୍ୟ ଏ ଦୁନିଆରେ ଆଉ ନାହାନ୍ତି । କିଛି ଏମିତି ଘଟିଛି, ଯେଉଁଥିପାଇଁ ଦୁଇଟି ପରିବାର ଏବେ ଶୋକରେ ବୁଡ଼ିଛନ୍ତି ।
କଣ ଘଟିଥିଲା ?
ଗତ ଜାନୁଆରୀ ୨୩ ତାରିଖରେ ସରସ୍ବତୀ ମନ୍ଦିର ଯିବା ପାଇଁ କହି ଘରୁ ବାହାରିଥିଲେ । ଅନେକ ସମୟ ବିତିଯାଇଥିଲା । କିନ୍ତୁ ସରସ୍ବତୀ ଆଉ ଘରକୁ ଫେରିନଥିଲେ । ଏହାପରେ ସରସ୍ବତୀଙ୍କ ପିତାମାତା ଥାନାରେ ନିଖୋଜ ରିପୋର୍ଟ ଲେଖାଇଥିଲେ । କିନ୍ତୁ ପୋଲିସ ଯାଞ୍ଚ ସମୟରେ ଜାଣିବାକୁ ପାଇଲା ଯେ ସରସ୍ବତୀ ତାଙ୍କ ପ୍ରେମିକ ଶିବକୁମାର ସହ ପଳାୟନ କରିଛନ୍ତି ।
ଜୀବନ ହାରିଲେ ସ୍ବାମୀ ଓ ମଧ୍ୟସ୍ଥି
୩୦ ବର୍ଷୀୟ ସ୍ବାମୀ ହରିଶ ଏହି କଥା ଜାଣିବା ପରେ ଆତ୍ମହତ୍ୟା କରିଛନ୍ତି । ସେ ଏକ ସୁଇସାଇଡ୍ ନୋଟ୍ ଛାଡ଼଼ିଯାଇଥିବାବେଳେ ସରସ୍ବତୀଙ୍କୁ ଦାୟୀ କରିଛନ୍ତି । ସେପଟେ ସରସ୍ବତୀର ପଳାୟନ ଏବଂ ହରିଶଙ୍କ ମୃତ୍ୟୁ ଖବର ପାଇବା ପରେ ମଧ୍ୟସ୍ଥି ଜଣକ ମଧ୍ୟ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ୩୬ ବର୍ଷୀୟ ମଧ୍ୟସ୍ଥି ରୁଦ୍ରେଶ, ସରସ୍ବତୀଙ୍କ ସମ୍ପର୍କୀୟ ବୋଲି ଜଣାପଡ଼ିଛି ।
ସରସ୍ବତୀଙ୍କ ପ୍ରେମ ସମ୍ପର୍କ ବିଷୟ ଜାଣିଥିଲେ ହରିଶ
ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ, ବିବାହ ପୂର୍ବରୁ ସ୍ବାମୀ ହରିଶ ସରସ୍ବତୀଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣିଥିଲେ । ଏହାପରେ ମଧ୍ୟ ସରସ୍ବତୀଙ୍କ ଇଚ୍ଛା ବିନା ବିବାହର ଆୟୋଜନ କରାଯାଇଥିଲା । ହରିଶ ସବୁକିଛି ଜାଣି ସରସ୍ବତୀଙ୍କୁ ବିବାହ କରିବାକୁ ତାଙ୍କ ଘରେ ପହଞ୍ଚିଥିଲେ । ସେପଟେ ମଧ୍ୟସ୍ଥି ରୁଦ୍ରେଶ ପ୍ରସ୍ତାବ ପକାଇଥିଲେ ଓ ହରିଶଙ୍କ ସହ ସରସ୍ବତୀଙ୍କ ବିବାହ ହୋଇଥିଲା ।
କଣ କହିଲା ପୋଲିସ ?
ସେପଟେ ଦେବନାଗରୀ ଏସପି ଉମା ପ୍ରଶାନ୍ତ କହିଛନ୍ତି, "ଦେବନାଗରୀ ଗ୍ରାମୀଣ ପୋଲିସ ଷ୍ଟେସନରେ ଏସସି/ଏସଟି (ଅତ୍ୟାଚାର ନିବାରଣ) ଆଇନ ଅନୁଯାୟୀ ଦୁଇଟି ମାମଲା ରୁଜୁ କରାଯାଇଛି । ଦୁଇ ଜଣଙ୍କ ଆତ୍ମହତ୍ୟା ଯୋଗୁଁ ମୃତ୍ୟୁ ଘଟିଛି । ଏ ସମ୍ପର୍କରେ ଉଭୟ ପକ୍ଷରୁ ଅଭିଯୋଗ ଦାଖଲ କରାଯାଇଛି । ତଦନ୍ତ ପ୍ରକ୍ରିୟା ଜାରି ରହିଛି ।" ଉଭୟ ଭାବପ୍ରବଣତାର ଚାପରେ ଆସି ନିଜ ଜୀବନ ନେଇଥିବା କହିଛି ପୋଲିସ ।
ବି.ଦ୍ର: ଆତ୍ମହତ୍ୟା କୌଣସି ସମସ୍ୟାର ସମାଧାନ ନୁହେଁ । ଯଦି ଆପଣ ଅବସାଦଗ୍ରସ୍ତ ଅଛନ୍ତି, ତେବେ ଆଦୌ ବିଚଳିତ ହୁଅନ୍ତୁ ନାହିଁ । ଦୟାକରି ଆପଣଙ୍କର ନିକଟସ୍ଥ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହିତ ଯୋଗାଯୋଗ କରନ୍ତୁ ।
ଏଥିସହ ପଢନ୍ତୁ: ଧାନ ପାଇଁ ଦେଇଥିଲେ ଟଙ୍କା; ମାଗିବାରୁ ମାରିଦେଲେ ଗୁଳି, ଆଖି ହୋଇଗଲା ନଷ୍ଟ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories