WHO / ୨୧ କୋଟିରୁ ଅଧିକ ଲୋକ ଏହି ରୋଗରେ ପ୍ରଭାବିତ , WHO ଦେଲା ଚେତାବନୀ

Key Points
ଭାରତରେ ବ୍ୟାପୁଛି ହାଇପରଟେନସନ୍
୨୧ କୋଟିରୁ ଅଧିକ ଲୋକ ହେଲେଣି ପ୍ରଭାବିତ
କିନ୍ତୁ ରୋଗ ବିଷୟରେ ଜାଣିଛନ୍ତି ମାତ୍ର ୩୯ ପ୍ରତିଶତ
WHO ଦେଲା ଚେତାବନୀ
ଭାରତରେ ହାଇପରଟେନସନ ବା ହାଇ ବ୍ଲଡପ୍ରେସର ଏକ ବଡ ସମସ୍ୟା ତିଆରି କରିଛି । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ନୂଆ ରିପୋର୍ଟ ' ଗ୍ଲୋବାଲ ରିପୋର୍ଟ ଅନ୍ ହାଇପରଟେନ୍ଶନ୍ ୨୦୨୫' ଅନୁସାରେ , ଦେଶରେ ୨୧ କୋଟିରୁ ଅଧିକ ଲୋକ ଏହି ରୋଗରେ ପୀଡିତ ଅଛନ୍ତି । ଯାହା ଦେଶର ଜନସଂଖ୍ୟାର ୩୦ ପ୍ରତିଶତରୁ ଅଧିକ ଅଟେ । ସେମାନଙ୍କ ମଧ୍ୟରେ ଅଧିକାଂଶ ଲୋକ ୩୦ରୁ ୭୯ ବର୍ଷର ଅଟନ୍ତି ।
WHO ର ରିପୋର୍ଟ କହୁଛି , ଏହି ରୋଗ ସମ୍ବନ୍ଧରେ ୩୯ ପ୍ରତିଶତ ଲୋକ ଅବଗତ ଅଛନ୍ତି । ପୁଣି ରୋଗରେ ୮୩ % ରୋଗୀଙ୍କର ରକ୍ତଚାପ ନିୟନ୍ତ୍ରଣ ହୋଇନଥିବା ବେଳେ ୧୭% ରୋଗୀଙ୍କର ହିଁ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ ।
ମୁଖ୍ୟ ସମସ୍ୟା ହେଉଛି, ଏହି ହାଇପରଟେନସନରେ ଏହା ହୃଦୟ ଏବଂ ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଇଥାଏ । ଠିକ ସମୟରେ ରୋଗକୁ ଚିହ୍ନି ଏହାର ପ୍ରତିକାର ନକଲେ ଏହା ହାର୍ଟ ଆଟାକ୍ , ଷ୍ଟ୍ରୋକ୍, କିଡନି ଫେଲ୍ୟୁର, ଆଖିରେ ସମସ୍ୟା ଏବଂ ଡିମେନ୍ସିଆ ଭଳି ରୋଗ ହେବାର ସମ୍ଭାବନା ଥାଏ ।
୨୦୨୪ରେ ବିଶ୍ଵ ସ୍ତରରେ ୧୪୦ କୋଟି ଲୋକ ହାଇ ବ୍ଲଡ ପ୍ରେସରରେ ପୀଡିତ ଥିଲେ । ଯାହା ବିଶ୍ଵର ଜନସଂଖ୍ୟାର ୩୯ ପ୍ରତିଶତ ଅଟେ । ତେବେ ବିଶେଷ ସମସ୍ୟା ହେଉଛି, ଯଦି ଜୀବନଶୈଳୀ ପରିବର୍ତ୍ତନ କରିବା ସହ ଠିକ ସମୟରେ ନିୟମିତ ଔଷଧ ଖାଇବାକୁ ପଡେ ତେବେ ପ୍ରତି ୫ ଜଣରୁ ମାତ୍ର ଜଣେ ହିଁ ଏହି ରୋଗକୁ ନିୟନ୍ତ୍ରଣ କରିପାରିବେ ।
ଅଧିକ ପଢନ୍ତୁ : AI ଖାଇଯିବ ୪୦ ପ୍ରତିଶତ ନିଯୁକ୍ତି , ସତର୍କ କରାଇଲେ ଓପନ ଏଆଇ ସିଇଓ ସାମ୍ ଅଲ୍ଟମ୍ୟାନ
WHO ର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ ଏଡନୋମ ଘେବ୍ରୋୟେସସଙ୍କ ମତ ଅନୁଯାୟୀ , ପ୍ରତି ଘଣ୍ଟାରେ ୧୦୦୦ରୁ ଅଧିକ ଲୋକ ଉଚ୍ଚ ରକ୍ତଚାପ ଦ୍ଵାରା ଜଡିତ ହୃଦୟ ଏବଂ ମସ୍ତିଷ୍କ ରୋଗରେ ମୃତ୍ୟୁବରଣ କରିଥାନ୍ତି । ୧୯୫ ଟି ଦେଶ ମଧ୍ୟରୁ ୯୯ ଟି ଦେଶର ନିୟନ୍ତ୍ରଣ ହାର ୨୦% ରୁ କମ୍ ଅଟେ । ଗରିବ ଦେଶରେ ଏହାର ଔଷଧ ୨୮ ପ୍ରତିଶତ ଥିବାବେଳେ ଧନୀ ଦେଶରେ ୯୩ ପ୍ରତିଶତ ଅଟେ ।
ଆଗରୁ କେବଳ ୧୪ ପ୍ରତିଶତ ଲୋକଙ୍କର ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହେଉଥିଲା, କିନ୍ତୁ ବର୍ତ୍ତମାନ ପଞ୍ଜାବ ମହାରାଷ୍ଟ୍ରରେ ଏହା ୭୦ରୁ ୮୧ ପ୍ରତିଶତରେ ପହଞ୍ଚିଛି । ସୁସ୍ଥ ଖାଦ୍ୟ ଖାଇବା, ଖାଦ୍ୟରେ ଲୁଣର ମାତ୍ରା କମ କରିବା, ନିୟମିତ ବ୍ୟାୟାମ କରିବା, ନିୟମିତ ରକ୍ତଚାପ ଚେକ୍ କରିବା ନିହାତି ଆବଶ୍ୟକ । ସଠିକ ସମୟରେ ଏହାର ଉପଚାର କଲେ ସୁସ୍ଥ ଜୀବନ ବିତାଇପାରିବା ।
📱 Get Argus News App
✨Related Topics
Explore more stories