Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Union Budget / ଅର୍ଥମନ୍ତ୍ରୀ ନିର୍ମଳାଙ୍କୁ ଦହି ଚିନି ଖୁଆଇଲେ ରାଷ୍ଟ୍ରପତି; ଆଉ କିଛି ସମୟ ମଧ୍ୟରେ କେନ୍ଦ୍ରୀୟ ବଜେଟ୍ ୨୦୨୬

Debashree Debasmita Sahoo
Browse all articles by Debashree Debasmita Sahoo
·5 months ago·2 min read
ଅର୍ଥମନ୍ତ୍ରୀ ନିର୍ମଳାଙ୍କୁ ଦହି ଚିନି ଖୁଆଇଲେ ରାଷ୍ଟ୍ରପତି; ଆଉ କିଛି ସମୟ ମଧ୍ୟରେ କେନ୍ଦ୍ରୀୟ ବଜେଟ୍ ୨୦୨୬
Union Budget 2026

Key Points

ଆଜି ପୂର୍ବାହ୍ନ ୧୧ଟାରେ ଉପସ୍ଥାପନ ହେବ କେନ୍ଦ୍ରୀୟ ବଜେଟ୍ ୨୦୨୬
ଏହା ପୂର୍ବରୁ ଅର୍ଥମନ୍ତ୍ରୀ ରାଷ୍ଟ୍ରପତି ଭବନ ପହଞ୍ଚି ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି
ଅର୍ଥମନ୍ତ୍ରୀଙ୍କୁ ଦହିଚିନି ଖୁଆଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ପୂର୍ବାହ୍ନ ୧୧ଟାରେ ନବମ ଥର ପାଇଁ ବଜେଟ୍ ଉପସ୍ଥାପନ କରି ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି । ଏହା ପୂର୍ବରୁ ସେ ରାଷ୍ଟ୍ରପତି ଭବନ ଗସ୍ତ କରିଥିଲେ, ଯେଉଁଠାରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ବଜେଟ୍ ବିଷୟରେ ଅବଗତ କରାଇଥିଲେ । ଏହି ସମୟରେ ରାଷ୍ଟ୍ରପତି ମୁର୍ମୁ ସୀତାରମଣଙ୍କୁ ଦହି ଏବଂ ଚିନି ଖୁଆଇଛନ୍ତି । ଶୁଭ କାମକୁ ଯିବା ବେଳେ ଯେପରି ମାଆମାନେ ଦହି ଚିନି ଖୁଆଇ ଶୁଭ ମନାସିଥାନ୍ତି, ଠିକ୍ ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅର୍ଥମନ୍ତ୍ରୀଙ୍କୁ ବଜେଟ୍ ଭଳି ଶୁଭକାର୍ଯ୍ୟ ଲାଗି ମିଠା ଖୁଆଇଛନ୍ତି ।

ଏହି ବଜେଟ୍‌ରେ ସରକାର ପାଞ୍ଚଟି ପ୍ରମୁଖ ଘୋଷଣା କରିବେ ବୋଲି ଆଶା ଅନୁମାନ କରାଯାଉଛି ଯେ ବେତନଭୋଗୀଙ୍କ ପାଇଁ ୧୩ ଲକ୍ଷ ପର୍ଯ୍ୟନ୍ତ ଆୟ କରମୁକ୍ତ ହୋଇପାରେ । ଏହି ସମୟରେ, ଆମଦାନୀ ଶୁଳ୍କ ହ୍ରାସ ଯୋଗୁଁ ସୁନା ଏବଂ ରୂପା ମୂଲ୍ୟ ହ୍ରାସ ପାଇପାରେ ।

ମଧ୍ୟବିତ୍ତଙ୍କ ପାଇଁ ହୋଇପାରେ ୫ ବଡ଼ ଘୋଷଣା
୧. ଆୟକର: ନୂତନ ଟିକସ ବ୍ୟବସ୍ଥା ମାନକ ଡିଡକ୍ସନକୁ ₹୭୫,୦୦୦ରୁ ₹୧ ଲକ୍ଷକୁ ବୃଦ୍ଧି କରିପାରେ, ଯାହା ଦ୍ଵାରା ୧୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦରମା ଆୟକରମୁକ୍ତ ହୋଇପାରିବ ।

୨. କିଷାନ ସମ୍ମାନ ନିଧି: ପ୍ରଧାନମନ୍ତ୍ରୀ-କିଷାନ ଯୋଜନାର ପାଣ୍ଠି ପରିମାଣ ₹୩,୦୦୦ ବୃଦ୍ଧି କରାଯାଇ ₹୬,୦୦୦ରୁ ₹୯,୦୦୦ ପର୍ଯ୍ୟନ୍ତ ବଢିପାରେ । ଏହି ପରିମାଣ ବୃଦ୍ଧି କରିବା ବିଷୟରେ ଗତ ଦୁଇରୁ ତିନି ବର୍ଷ ଧରି ଆଲୋଚନା ଚାଲିଛି ।

୩. ରେଳ ଭିତ୍ତିଭୂମି: ଟ୍ରେନ୍ ବୁକିଂ କରିବା ସମୟରେ ୱେଟିଂଲିଷ୍ଟ ହ୍ରାସ କରିବା ପାଇଁ ୩୦୦+ ନୂତନ ଅମୃତ ଭାରତ ଏବଂ ବନ୍ଦେ ଭାରତ ଟ୍ରେନ୍ ଘୋଷଣା କରାଯାଇପାରେ । ରେଳବାଇ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ପାଣ୍ଠି ପାଇପାରେ ।

୪. ପିଏମ ସୂର୍ଯ୍ୟ ଘର ଯୋଜନା: ବଜେଟରେ ୨ କିଲୋୱାଟ ପର୍ଯ୍ୟନ୍ତ ସୌରଶକ୍ତି ଉପରେ ସବସିଡି ପ୍ରତି କିଲୋୱାଟ ୩୦ ହଜାର ଟଙ୍କାରୁ ୪୦ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କରାଯାଇପାରେ ।

୫. ଆୟୁଷ୍ମାନ ଭାରତ: ସେହିପରି ଆୟୁଷ୍ମାନ ଭାରତ ଯୋଜନାର ପରିସରକୁ ବିସ୍ତାର କରାଯାଇପାରିବ । ବର୍ତ୍ତମାନ, ୭୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏହି ଯୋଜନାର ଲାଭ ପାଆନ୍ତି, କିନ୍ତୁ ଏହାକୁ ୬୦ ବର୍ଷକୁ ହ୍ରାସ କରାଯାଇପାରିବ ।

ଅର୍ଥମନ୍ତ୍ରୀ ନିର୍ମଳାଙ୍କ ବଜେଟ୍‌ ପେଡି ଉପରେ ସାରା ଦେଶର ନଜର ରହିଛି । ବିଶେଷ ଭାବେ ମଧ୍ୟବିତ୍ତ ବର୍ଗଙ୍କୁ ବଜେଟ୍‌ରେ ପ୍ରାଧାନ୍ୟ ଦିଆଯିବ ବୋଲି ଆଶା କରାଯାଉଛି । ସେହିପରି କୃତ୍ରିମ ବୁଦ୍ଧିମତା ଏଆଇ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇପାରେ ।

ଏଥିସହ ପଢନ୍ତୁ: କେଉଁ ସେକ୍ଟରରେ ସବୁଠୁ ଅଧିକ ଖର୍ଚ୍ଚ କରନ୍ତି ସରକାର ? ବଜେଟ୍ ପୂର୍ବରୁ ଜାଣିନିଅନ୍ତୁ..
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
President Droupadi Murmu feeds Finance Minister Nirmala Sitharaman dahi cheeni | Argus News