Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Bride Groom Viral Video / ମଣ୍ଡପ ଉପରେ କିସ୍ କରୁଥିଲେ ବରକନ୍ୟା, ଦୌଡ଼ିଆସିଲେ ପଣ୍ଡିତ...

Debashree Debasmita Sahoo
Browse all articles by Debashree Debasmita Sahoo
·5 months ago·2 min read
ମଣ୍ଡପ ଉପରେ କିସ୍ କରୁଥିଲେ ବରକନ୍ୟା, ଦୌଡ଼ିଆସିଲେ ପଣ୍ଡିତ...
Bride Groom Viral Video

Key Points

ମଣ୍ଡପ ଉପରେ ଚୁମ୍ବନ କରୁଥିଲେ ବରକନ୍ୟା
ତୁରନ୍ତ ଦୌଡ଼ିଆସି ବରକନ୍ୟାଙ୍କୁ ଅଟକାଇଲେ ପଣ୍ଡିତ
ସୋସିଆଲ ମିଡିଆରେ ଭାଇରଲ ହେଉଛି ଭିଡିଓ
ଆରମ୍ଭ ହୋଇଗଲାଣି ବିବାହ ଋତୁ । ଏହି ସମୟରେ ସୋସିଆଲ ମିଡିଆରେ ବିବାହ ସମ୍ବନ୍ଧୀୟ ଏକାଧିକ ଭିଡିଓ ଭାଇରାଲ ହୁଏ । କିନ୍ତୁ ଏଠାରେ ଏପରି ଏକ ଭିଡିଓ ଭାଇରାଲ ହେଉଛି ଯାହାକି ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଉକ୍ତ ଭିଡିଓରେ ବରକନ୍ୟା ବିବାହ ମଣ୍ଡପ ଉପରେ ଥିବା ଦେଖିବାକୁ ମିଳିଛି । କିଛି ରୀତିନୀତି ମଧ୍ୟରେ ସେମାନେ ହଠାତ ପରସ୍ପରକୁ ଚୁମ୍ବନ କରିବାକୁ ଯାଉଥିବାବେଳେ ତାଙ୍କୁ ପଣ୍ଡିତ ଅଟକାଇଦେଇଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ @jpsin1 ନାମକ ଜଣେ ୟୁଜର ଏହି ଭିଡିଓକୁ ନିଜ ପେଜ୍‌ରେ ସେୟାର କରିଛନ୍ତି । ଉକ୍ତ ଭିଡିଓରେ ବରକନ୍ୟା ପରସ୍ପରର ଅତି ନିକଟତର ହେଉଛନ୍ତି ଏବଂ କ୍ୟାମେରା ସାମ୍ନାରେ କିସ୍ କରୁଛନ୍ତି । ଏହି ସମୟରେ ସେଠାରେ ଉପସ୍ଥିତି ଅତିଥି ସାମାନ୍ୟ ଅସହଜ ମନେ କରୁଛନ୍ତି । ଅନ୍ୟପଟେ ବିବାହ ପାଇଁ ସେଠାରେ ଉପସ୍ଥିତ ପଣ୍ଡିତ ଜଣକ ହଠାତ୍ ମଣ୍ଡପ ଉପରକୁ ଚଢି ବରକନ୍ୟାଙ୍କୁ ଅଲଗା କରିଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓଟି ପୋଷ୍ଟ ହେବା ପରେ କିଛି ୟୁଜର ଏହାକୁ ଧାର୍ମିକ ଭାବନା ସହ ଯୋଡ଼ି ଅସନ୍ତୋଷ ପ୍ରକାଶ କରିଥିବାବେଳେ କିଛି ଏହାକୁ ବ୍ୟକ୍ତିଗତ ମୁହୂର୍ତ୍ତରେ 'କବାବ୍ ମେଁ ହଡି' ବୋଲି କହିଛନ୍ତି ।

ମିଶ୍ରିତ ପ୍ରତିକ୍ରିୟା ରଖିଲେ ନେଟିଜେନ୍ସ

ୟୁଜର ଜଣକ ଭିଡିଓ କ୍ୟାପସନରେ ବଦଳୁଥିବା ସାମାଜିକ ବ୍ୟବହାର ଓ ପରମ୍ପରା ମଧ୍ୟରେ ଭିନ୍ନତାକୁ ଦର୍ଶାଇଛନ୍ତି । କ୍ୟାପସନରେ କୁହାଯାଇଛି ଯେ ପଣ୍ଡିତଙ୍କୁ ବିବାହ କାର୍ଯ୍ୟ ପାଇଁ ଆମନ୍ତ୍ରିତ କରାଯାଇଥିଲା ଏବଂ ସେ ମଣ୍ଡପ ଉପରେ ଧାର୍ମିକ ମର୍ଯ୍ୟାଦା ବଜାୟ ରଖିବା ପାଇଁ ଏପରି କରିଛନ୍ତି । ଅନ୍ୟପଟେ କିଛି ୟୁଜର ଏହାକୁ ଅତ୍ୟାଧୁନିକ ଯୁଗ ସହ ଯୋଡ଼ିଛନ୍ତି । ଆଜିକାଲି ବରକନ୍ୟା ନିଜର ବିଶେଷ ମୁହୂର୍ତ୍ତରେ ଖୁସିବ୍ୟକ୍ତ କରିଥାନ୍ତି ଏବଂ ଅନ୍ୟ ପଟେ ସମାଜ ମଧ୍ୟ ପରିବର୍ତ୍ତନ ହେଉଛି ।

ସମାଜ ଉପରେ ଟିଭି ଧାରାବାହିକର ପ୍ରଭାବ

କିଛି ୟୁଜର ଅତିଥିମାନଙ୍କ ଉପରେ ବରକନ୍ଯାଙ୍କ ଏପରି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି । ଏହା କେବଳ ଫିଲ୍ମ ଓ ଟିଭି ସିରିଏଲର ପ୍ରଭାବ ବୋଲି କହି ସମାଲୋଚନା କରିଛନ୍ତି । ସେହିପରି ଅନ୍ୟ ଜଣେ ୟୁଜର କହିଛନ୍ତି ଯେ ସମାଜ ବଦଳୁଛି ସତ, ହେଲେ କିଛିଟା ପରମ୍ପରାକୁ ଏବେ ବି ସମ୍ମାନ ଦେବାର ଆବଶ୍ୟକତା ରହିଛି । କିଛି ପଣ୍ଡିତଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ପଣ୍ଡିତ ଜଣକ ବିବାହ ରୀତିନୀତି କରିବାକୁ ଆସିଥିଲେ ଏବଂ ସେ ନିଜର କର୍ତ୍ତବ୍ୟକୁ ସଠିକ ରୂପେ ତୁଲାଇଛନ୍ତି ।


ଏଥିସହ ପଢନ୍ତୁ: ସଚ୍ଚୋଟ ହେବ ତ ଏମିତି; ଲେସନ୍ ଶିଖାଇଲା ବୁଢୀ ମାଆଙ୍କ ମହାନ କାମ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pandit stopping the bride and groom from kissing on Wedding Day | Argus News