|
logo
Live
Argus News App
GET APP

Argus News - ରିଲ୍ କରୁଥିଲେ; ଭୁଲରେ ଚାଲିଗଲା ମହିଳାଙ୍କ ଜୀବନ

National

UP reel tragedy / ରିଲ୍ କରୁଥିଲେ; ଭୁଲରେ ଚାଲିଗଲା ମହିଳାଙ୍କ ଜୀବନ

Debashree Debasmita Sahoo
Browse all articles by Debashree Debasmita Sahoo
·1 month ago·2 min read
ରିଲ୍ କରୁଥିଲେ; ଭୁଲରେ ଚାଲିଗଲା ମହିଳାଙ୍କ ଜୀବନ
Reel fatality

Key Points

ଉତ୍ତରପ୍ରଦେଶରେ ଅଭାବନୀୟ ଘଟଣା
ରିଲ୍ ନିଶା ହେଲା କାଳ
ଭୁଲବଶତଃ ନିଜ ଜୀବନ ନେଇଗଲେ ମହିଳା
ସୋସିଆଲ ମିଡିଆ ନିଶା ଯେ ବେଳେବେଳେ ଘାତକ ସାଜିପାରେ, ତାହା ଏହି ଘଟଣା ପ୍ରମାଣ କରିଛି । ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ରିଲ୍ କରିବା ସମୟରେ ଭୁଲବଶତଃ ନିଜ ଜୀବନ ନେଇଛନ୍ତି । ଏଠି ରିଲ୍ ହୋଇଯାଇଛି ରିଅଲ । ମୃତ୍ୟୁ ଘଟିବାର ଅଭିନୟ କରୁ କରୁ ବାସ୍ତବରେ ମହିଳାଙ୍କ ଜୀବନ ଯାଇଛି ।

  • ରିଲ୍ ସୁଟ୍ ବେଳେ ଘଟିଲା ଅଘଟଣ
ମୃତ ମହିଳା ଜଣକ ହେଉଛନ୍ତି ୨୭ ବର୍ଷୀୟ ମୋହିନି । ତାଙ୍କ ପରିବାରର କହିବା ମୁତାବକ, ସେ ନିଜକୁ ଫାଶୀ ଦେବାର ଏକ ଭିଡିଓ ସୁଟ୍ କରୁଥିଲେ । ଏଥିଲାଗି ସେ ନିଜ ବେକରେ ଏକ କପଡ଼ା ବାନ୍ଧି ଷ୍ଟୁଲ୍ ଉପରେ ଛିଡ଼ା ହୋଇଥିଲେ । ଠିକ୍ ଏହି ସମୟରେ ଅସାବଧାନତା ବଶତଃ ତାଙ୍କର ଗୋଡ଼ ଖସି ବେକରେ ବନ୍ଧା ଯାଇଥିବା କପଡ଼ାଟି ଭିଡି ହୋଇଯାଇଥିଲା । ତେବେ ଏହି ଘଟଣାଟି କିପରି ଘଟିଲା ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ । ମହିଳା ଜଣକ ଏକାକୀ ଘର ଭିତରେ ରହି ସୁଟ୍ କରୁଥିବାରୁ ଏହା ଅସାବଧାନତା ଯୋଗଁ ଘଟିଥାଇପାରେ ବୋଲି ପୋଲିସ କହିଛି ।

  • ଝୁଲନ୍ତା ମୃତଦେହ ଦେଖିଲା କୁନିଝିଅ
ଅନେକ ସମୟ ଧରି ମୋହିନୀଙ୍କ ଝୁଲନ୍ତା ମୃତଦେହ ରହିଥିଲା । ତାଙ୍କର ୪ ବର୍ଷର କୁନିଝିଅ ଘରକୁ ପ୍ରବେଶ କରେ ତ, ମାଆକୁ ଏପରି ଅବସ୍ଥାରେ ଦେଖି ଭୟରେ ଖୁବ ଜୋରରେ ଚିତ୍କାର କରିଥିଲା । ଏହି ସମୟରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ ପହଞ୍ଚିଥିଲେ । ସେମାନେ ତୁରନ୍ତ ଏନେଇ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଏକ ମାମଲା ରୁଜୁ କରିଛି । ମହିଳାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ପୋଲିସ କହିଛି । ପୋଲିସ ସବୁ ଦିଗରୁ ତଦନ୍ତ କରୁଛି । ପ୍ରାରମ୍ଭିକ ତଦନ୍ତରେ ଏହା ଭିଡିଓ ସୁଟିଂ କରିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି ବୋଲି ପୋଲିସ କହିଛି ।

ଏଥିସହ ପଢନ୍ତୁ: ମଲ୍‌ରେ ବାଉନ୍ସରଙ୍କ ଗୁଣ୍ଡାରାଜ; ଯୁବକଙ୍କୁ ତଳେ ପକାଇ ପିଟିଲେ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
UP reel tragedy: ରିଲ୍ କରୁଥିଲେ; ଭୁଲରେ ଚାଲିଗଲା ମହିଳାଙ୍କ ଜୀବନ | Argus News