Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

କନିଆଁ ଭୁଲିଗଲା ତାର ବାହାଘର ବୋଲି, ଆଉ ତା'ପରେ...

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
କନିଆଁ ଭୁଲିଗଲା ତାର ବାହାଘର ବୋଲି, ଆଉ ତା'ପରେ...

ଅର୍ଗସ ବ୍ୟୁରୋ : ଆଜିକାଲି ଅନେକ ନୂଆ ନୂଆ ଟ୍ରେଣ୍ଡ ଆପଣାଉଛନ୍ତି ଯୁବପିଢୀ । ସୋସିଆଲ ମିଡିଆର ପ୍ରଭାବରେ ଅନେକ ପ୍ରଥା ପରମ୍ପରାକୁ ନିଜ ହିସାବରେ ମନାଉଛନ୍ତି । ଲାଗୁଛି ଯେମିତି ଧିରେଧିରେ ଆମର ସେଇ ପୁରୁଣା ପରମ୍ପରା ବା ପ୍ରଥା ଗୁଡିକ ବଦଳି ଯାଉଛି । ଆଉ ନୁହେଁତ କଣ, ପୂର୍ବରୁ ଯେଉଁ ରୀତିନୀତିକୁ ସମସ୍ତେ ପାଳନ କରୁଥିଲେ, ଏବେ ସେସବୁ ସ୍ବପ୍ନ ହେଇଗଲାଣି । ମାନିବା ତ ଦୂରର କଥା, ସେ ପ୍ରଥା ବୋଧହୁଏ, ପ୍ରାୟ ଲୋପ ପାଇଗଲାଣି । ଆମେ ଏପରି କହିବା ଟା, ଆପଣଙ୍କ ମନରେ ଅନେକ ପ୍ରଶ୍ନ ଉଠାଉଥିବା ସ୍ବଭାବିକ । ତେବେ ଆମେ କହିବାର ତାପ୍ତର୍ଯ୍ୟ ହେଉଛି, ଏବେ ବିବାହକୁ ଅନେକ ଭାଇରାଲ ଭିଡିଓ ଆପଣ ସୋସିଆଲ ମିଡିଆରେ ଦେଖିଥିବେ ।

ଏବେ ଏପରି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ କନ୍ୟାଜଣକ ଧୁମ ନାଚୁଛନ୍ତି। ତାଙ୍କ ଚାରି ପାଖରେ ତାଙ୍କର ବନ୍ଧୁବାନ୍ଧବ ପରିବାର ଲୋକେ ତାଙ୍କୁ ଘେରି ଦେଖୁଥିବା ବେଳେ ସେ ପୁରା ଗୀତରେ ମଜ୍ଜି ନାଚୁଥିବା ଦେଖିବାକୁ ମିଳୁଛି। 

ଅଧିକ ପଢନ୍ତୁ : ମନରେ କଷ୍ଟ ଥିଲେ ବି ଖୁସି ଖୁସି ସ୍ତ୍ରୀର ବାହାଘର କରିଦେଲା ସ୍ୱାମୀ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପୂର୍ବକାଳରେ କନ୍ୟାମାନେ ବାହାଘରରେ ନିଜର ମୁହଁ ଦେଖାଉନଥିଲେ । ଅର୍ଥାତ ହାତେ ଓଢଣା ଟାଣି ବେଦିକୁ ଆସୁଥିଲେ । କାରଣ ଲଜ୍ଜ୍ୟା ନାରୀର ଏକ ଆଭୁଷଣ ବୋଲି କୁହାଯାଏ । ଯେହେତୁ ନାରୀଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ, ସେଥିପାଇଁ ସେମାନେ ନିଜର ମର୍ଯ୍ୟାଦା ଭିତରେ ରୁହନ୍ତି । ହେଲେ ନିଜ ବାହାଘରରେ ହିଁ ଏପରି ାଚିବା କେତେଦୂର ଠିକ ତାହା ଆପଣ ମାନେ ହିଁ ବିଚାର କରିବେ । 

Sponsored
A bride dancing on her marriage. video goes viral | Argus News