Big Blow to AAP / ଆପ୍ ନେତା ଚୈତର ବାସବାଙ୍କୁ ୭ ବର୍ଷ ଜେଲ୍; ଗୁଜରାଟରେ କେଜ୍ରିୱାଲ୍ଙ୍କୁ ବଡ଼ ଝଟ୍କା
·2 hours ago·2 min read

Key Points
ଆପ୍ ନେତାଙ୍କ ସହ ତାଙ୍କ ପତ୍ନୀଙ୍କୁ ଜେଲ୍ । ଗୁଜରାଟର ଆପ୍ ବିଧାୟକ ଚୈତର ବାସବାଙ୍କ ସହ ୮ ଜଣଙ୍କୁ କୋର୍ଟ ୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ।
ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ପ୍ରସ୍ତୁତିରେ ଆମ୍ ଆଦମୀ ପାର୍ଟ ପାର୍ଟି (AAP) ଲାଗିଛି । ଆଉ ଏହି ସମୟରେ ଦଳକୁ ଲାଗିଛି ବଡ଼ ଝଟ୍କା । ଦଳର ବରିଷ୍ଠ ଆଦିବାସୀ ନେତା ତଥା ବିଧାୟକ ଚୈତର ବାସବା, ତାଙ୍କ ପତ୍ନୀଙ୍କ ସହ ୮ ଜଣଙ୍କୁ କୋର୍ଟ ୭ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ।
ନର୍ମଦା ଜିଲ୍ଲାର ଏକ ଅଦାଲତ ମଙ୍ଗଳବାର ସମସ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ବନ ବିଭାଗ ଅଧିକାରୀଙ୍କ ଉପରେ ଆକ୍ରମଣ ଓ ଜୋର ଜବରଦସ୍ତି ମାମଲାରେ ଆପ୍ ବିଧାୟକ ଚୈତରଙ୍କ ସହ ୮ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
ଏଥିସହ ପଢ଼ନ୍ତୁ: ମମତାଙ୍କୁ ହଟାଇ TMCର ନୂଆ ସଭାପତି ହେଲେ ଅରୂପ ରାୟ… କିଏ ଏହି ଦିଗ୍ଗଜ ନେତା?
ଚୈତରଙ୍କୁ ଅରବିନ୍ଦ କେଜ୍ରିୱାଲଙ୍କ ଘନିଷ୍ଠ ବୋଲି କୁହାଯାଏ । ଗୁଜରାଟର ଡେଡିୟାପାଡ଼ା ବିଧାନସଭା ଆସନରୁ ୨୦୨୨ରେ ଚୈତର ବିଜୟୀ ହୋଇଥିଲେ । ସେବେଠୁସେ ଆଦିବାସୀ ଅଞ୍ଚଳରେ ଦଳକୁ ମଜଭୁତ୍ କରିବାରେ ଲାଗି ପଡ଼ିଥିଲେ ।
୨୦୨୩ର ମାମଲାରେ ଦୋଷୀ
ଏବେ ଆସଥିବା ଜେଲ୍ ଦଣ୍ଡ ରାୟର ମାମଲା ୩ ବର୍ଷ ପୁରୁଣା । ଜଙ୍ଗଲ ଜମିରେ ଅବୈଧ ଭାବେ ହୋଇଥିବା ଫସଲକୁ ଅଧିକାରୀ ନଷ୍ଟ କରିଥିଲେ । ଯାହାକୁ ନେଇ ସୃଷ୍ଟି ହୋଇଥିଲା ବିବାଦ । ୨୦୨୩ ଅକ୍ଟୋର ୩୦ରେ ଚୈତର ନିଜ ବାସଭବନକୁ ବନ ବିଭାଗ ଅଧିକାରୀଙ୍କୁ ଡାକିଥିଲେ, ଯେଉଁଠି ବିବାଦ ବଢ଼ିଥିଲା ।
ଅଭିଯୋଗ ହୋଇଥିଲା ଯେ, ଚୈତର ବନ ବିଭାଗର ୫ ଜଣ ଅଧିକାରୀଙ୍କୁ ବାସଭବନକୁ ଡାକି ଧମକ ଦେଇଛନ୍ତି । ଏନେଇ ୨୦୨୩ ନଭେମ୍ବର ୨ରେ ଏତଲା ହୋଇଥିଲା । ଯେଉଁଥିରେ ଚୈତର ବାସବା, ଅଧିକାରୀଙ୍କୁ ଗାଳି ଦେବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା ।
ଗୁଳି ଚଳାଇଥିବା ଅଭିଯୋଗ
ଏପରିକି ଚୈତର ଲାଇସେନ୍ସ ଥିବା ବନ୍ଧୁକରୁ ଗୁଳି ଚାଳନା କରିଥିଲେ । ଏଥିପାଇଁ ବିଧାୟକଙ୍କ ବିରୋଧରେ ଅସ୍ତ୍ରଶସ୍ତ୍ର ଆଇନ୍ ସହ ଦଙ୍ଗା ଓ ସରକାରୀ ଅଧିକାରୀଙ୍କ କର୍ତ୍ତବ୍ୟରେ ବାଧା ଦେବା ଆଦି ଧାରାରେ ମାମଲା ରୁଜୁ ହୋଇଥିଲା ।
ଏଥିସହ ପଢ଼ନ୍ତୁ: ବିଜେଡି ଭୋଗିବ କି ଟିଏମ୍ସି, ଶିବସେନା ଦଶା ? ପ୍ରଦୀପଙ୍କ ପରେ ମନମୋହନଙ୍କ ବଡ଼ ଇଶାରା
ଆତ୍ମସମର୍ପଣ ପରେ ଯାଇଥିଲେ ଜେଲ୍
ଯାହା ପରେ କିଛି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଇଥିଲା । କିଛିଦିନ ପର୍ଯ୍ୟନ୍ତ ଚୈତର ବାସବା ଫେରାର୍ ଥିଲେ । ପରେ ୨୦୨୩ ଡିସେମ୍ବର ୧୪ରେ ଚୈତର ଆତ୍ମସମର୍ପଣ କରିଥିଲେ । ୨୦୨୪ର ଭଋଚ ଆସନରୁ ଆପ୍ ଚୈତରଙ୍କୁ ଲୋକସଭା ପ୍ରାର୍ଥୀ କରିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories