Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - "ଆମ ଦେଶର ସମ୍ବିଧାନ ସବୁଠୁ ପବିତ୍ର" :- ରାଷ୍ଟ୍ରପତି

National

"ଆମ ଦେଶର ସମ୍ବିଧାନ ସବୁଠୁ ପବିତ୍ର" :- ରାଷ୍ଟ୍ରପତି

Swayangprajna Mishra
Browse all articles by Swayangprajna Mishra
·1 year ago
"ଆମ ଦେଶର ସମ୍ବିଧାନ ସବୁଠୁ ପବିତ୍ର" :- ରାଷ୍ଟ୍ରପତି

ଅର୍ଗସ ବ୍ୟୁରୋ : ଜାତୀୟ ସମ୍ବିଧାନ ଦିବସ ଅବସରରେ ରାଷ୍ଟ୍ରପତିଙ୍କ ସମ୍ବୋଧନ । ଭାରତକୁ ଲୋକତନ୍ତ୍ରର ଜନନୀ କହିଲେ ମହାମହିମ ରାଷ୍ଟ୍ରପତି । ସେ କହିଛନ୍ତି , ଆମ ଦେଶର ସବୁଠୁ ପବିତ୍ର ଗ୍ରନ୍ଥ ହେଉଛି ସମ୍ବିଧାନ । ଦେଶର ଆଶା , ଆକାଂକ୍ଷା ପୂରଣ କରିବାକୁ ସମସ୍ତେ ଆଗେଇ ଆସିବା ଦରକାର । ଏବେ ଭାରତରେ ସମାବେଶୀ ବିକାଶର ଦ୍ରୁତ ହେଉଛି । ବିଶ୍ବସ୍ତରୀୟ ଭିତ୍ତିଭୂମି ସୁଦୃଢ କରିବାକୁ ଭାରତର ପ୍ରୟାସ ପ୍ରଶଂସନୀୟ ।

ଅଧିକ ପଢନ୍ତୁ : ଆଜି ପାଳନ ହେବ ସମ୍ବିଧାନର ୭୫ତମ ବାର୍ଷିକୀ

ଆଜି ସମସ୍ତଙ୍କ ପାଖରେ ମୌଳିକ ସୁବିଧା ପହଞ୍ଚିପାରିଛି । ଭାରତ ଆଜି ଅଗ୍ରଣୀ ଅର୍ଥବ୍ୟବସ୍ଥାରେ ପରିଣତ ହୋଇଛି । ତେବେ ସଂସଦର ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସମେତ, ଗୃହମନ୍ତ୍ରୀ , ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ, ପ୍ରହ୍ଲାଦ ଯୋଶୀ ଆଦି ଉପସ୍ଥିତ ଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Address of the President on the occasion of National Constitution Day | Argus News