80th Independence Day India / ସ୍ୱାଧିନତା ଦିବସରେ ତ୍ରିରଙ୍ଗାରେ ରଙ୍ଗାୟିତ ହୋଇଉଠିଲେ ଆଦିଯୋଗୀ
·1 hour ago·2 min read

Key Points
୮୦ ତମ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ, କୋଏମ୍ବାଟୁର ଠାରେ ଥିବା ୧୧୨ ଫୁଟ ଉଚ୍ଚ ଆଦିଯୋଗୀ ପ୍ରତିମୂର୍ତ୍ତିକୁ ତ୍ରିରଙ୍ଗା ରଙ୍ଗରେ ଆଲୋକିତ କରାଯାଇଥିଲା। ଏହି ଚମତ୍କାର ଦୃଶ୍ୟ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ।
Isha Yoga Center Coimbatore: ଚଳିତ ବର୍ଷ ଦେଶର କୋଣ ଅନୁକୋଣରେ ବେଶ ଧୂମଧାମର ସହ ପାଳିତ ହୋଇଛି ୮୦ତମ ସ୍ୱାଧିନତା ଦିବସ। ଏହି ଅବସରରେ ଗତ ଶୁକ୍ରବାର (୧୪ ଅଗଷ୍ଟ) ସନ୍ଧ୍ୟାରେ, ତାମିଲନାଡୁର କୋଏମ୍ବାଟୁର ସ୍ଥିତ ଇଶା ଯୋଗ କେନ୍ଦ୍ରରେ ଆୟୋଜିତ ହୋଇଥିଲା ବିଶେଷ କାର୍ଯ୍ୟକ୍ରମ। ଏଠାରେ ସ୍ଥାପିତ ୧୧୨ ଫୁଟ ଉଚ୍ଚ ଆଦିଯୋଗୀ ପ୍ରତିମା ତ୍ରିରଙ୍ଗାରେ ଆଲୋକରେ ଆଲୋକିତ ହୋଇ ଉଠିଥିଲା। ସଦଗୁରୁ ଏହାର ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ ତ୍ରିରଙ୍ଗା ରଙ୍ଗରେ ରଙ୍ଗାୟିତ ହୋଇ ଉଠିଥିବା ଆଦିଯୋଗୀ ପ୍ରତିମା ଦର୍ଶାଯାଉଛି। ଏହି ଦୃଶ୍ୟ ଦେଖିବା ପାଇଁ ବହୁ ସଂଖ୍ୟକ ଲୋକ ଏକାଠି ହୋଇଥିଲେ।
ତ୍ରିରଙ୍ଗା ରଙ୍ଗରେ ସଜ୍ଜିତ ଆଦିଯୋଗୀ
ନାରଙ୍ଗୀ, ଧଳା, ସବୁଜ ରଙ୍ଗର ଆଲୋକରେ ସଜ୍ଜିତ ଆଦିଯୋଗୀ ଶିବଙ୍କ ପ୍ରତିମା ଦେଶପ୍ରେମର ଭାବନାକୁ ପ୍ରତିଫଳିତ କରିଥିଲା। ଯାହା ଚଳିତ ବର୍ଷର ସ୍ୱାଧିନତା ଦିବସ ଉତ୍ସାହକୁ ବୃଦ୍ଧି କରିଥିଲା। ଏହି ଭବ୍ୟ କାର୍ଯ୍ୟକ୍ରମ ଭାରତ ବର୍ଷର ଏକତା, ଗର୍ବ ଗୌରବର ଏବଂ ସ୍ୱାଧିନତାର ୮୦ତମ ବର୍ଷକୁ ପ୍ରତିଫଳିତ କରିଥିଲା।
ଆଦିଯୋଗୀଙ୍କ ଉପରେ ସ୍ୱତନ୍ତ୍ର ଆଲୋକୀକରଣ ଦେଶର ବିକାଶ ଯାତ୍ରା, ସାଂସ୍କୃତିକ ଐତିହ୍ୟ ଏବଂ ଭାରତୀୟ ହେବାର ଗର୍ବକୁ ପାଳନ କରିଥିଲା। ତ୍ରିରଙ୍ଗା ଆଲୋକରେ ସଜ୍ଜିତ ହୋଇଥିବା ପ୍ରତିମାକୁ ଦେଖିବା ପାଇଁ ବହୁ ସଂଖ୍ୟକ ଭକ୍ତ ଏବଂ ପର୍ଯ୍ୟଟକ କୋଏମ୍ବାଟୁର ସ୍ଥିତ ଇଶା ଯୋଗ କେନ୍ଦ୍ରରେ ପହଞ୍ଚିଥିଲେ।\
ଏହା ସହ ପଢନ୍ତୁ: ଦେଶର ୧୮ ରାଜ୍ୟରେ ଉଡ଼ିବ ଗ୍ୱାଲିୟର ନିର୍ମିତ ତ୍ରିରଙ୍ଗା
ଆଦିଯୋଗୀଙ୍କ ପ୍ରତିମା ୧୧୨ ଫୁଟ ଉଚ୍ଚ
ଇଶା ଯୋଗ କେନ୍ଦ୍ରରେ ସ୍ଥାପିତ ୧୧୨ ଫୁଟ ଉଚ୍ଚ ଆଦିଯୋଗୀଙ୍କ ପ୍ରତିମା ଭଗବାନ ଶିବଙ୍କୁ ଆଦି ଗୁରୁ ଭାବରେ ସମର୍ପିତ। ଏହି ପ୍ରତିମାକୁ ବିଶ୍ୱର ସବୁଠାରୁ ବଡ଼ ମୁଖ ମୂର୍ତ୍ତି ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଯାହା ଦେଶ ବିଦେଶରୁ ଆସୁଥିବା ପରିଦର୍ଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି।

#Adiyogi #IndependenceDay pic.twitter.com/1zdsnAcpdZ
— Sadhguru (@SadhguruJV) August 14, 2026
ଆଦିଯୋଗୀଙ୍କ ଉପରେ ସ୍ୱତନ୍ତ୍ର ଆଲୋକୀକରଣ ଦେଶର ବିକାଶ ଯାତ୍ରା, ସାଂସ୍କୃତିକ ଐତିହ୍ୟ ଏବଂ ଭାରତୀୟ ହେବାର ଗର୍ବକୁ ପାଳନ କରିଥିଲା। ତ୍ରିରଙ୍ଗା ଆଲୋକରେ ସଜ୍ଜିତ ହୋଇଥିବା ପ୍ରତିମାକୁ ଦେଖିବା ପାଇଁ ବହୁ ସଂଖ୍ୟକ ଭକ୍ତ ଏବଂ ପର୍ଯ୍ୟଟକ କୋଏମ୍ବାଟୁର ସ୍ଥିତ ଇଶା ଯୋଗ କେନ୍ଦ୍ରରେ ପହଞ୍ଚିଥିଲେ।\
ଏହା ସହ ପଢନ୍ତୁ: ଦେଶର ୧୮ ରାଜ୍ୟରେ ଉଡ଼ିବ ଗ୍ୱାଲିୟର ନିର୍ମିତ ତ୍ରିରଙ୍ଗା
ଆଦିଯୋଗୀଙ୍କ ପ୍ରତିମା ୧୧୨ ଫୁଟ ଉଚ୍ଚ
ଇଶା ଯୋଗ କେନ୍ଦ୍ରରେ ସ୍ଥାପିତ ୧୧୨ ଫୁଟ ଉଚ୍ଚ ଆଦିଯୋଗୀଙ୍କ ପ୍ରତିମା ଭଗବାନ ଶିବଙ୍କୁ ଆଦି ଗୁରୁ ଭାବରେ ସମର୍ପିତ। ଏହି ପ୍ରତିମାକୁ ବିଶ୍ୱର ସବୁଠାରୁ ବଡ଼ ମୁଖ ମୂର୍ତ୍ତି ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଯାହା ଦେଶ ବିଦେଶରୁ ଆସୁଥିବା ପରିଦର୍ଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories