Videos
|
National

Plane Incident / ବିମାନ ଲ୍ୟାଣ୍ଡିଂ ଗିଅରରେ ଲୁଚି ଦିଲ୍ଲୀରେ ପହଞ୍ଚିଲେ ଆଫଗାନ୍‌ ବାଳକ

Ritu Das
Browse all articles by Ritu Das
·1 year ago·2 min read
ବିମାନ ଲ୍ୟାଣ୍ଡିଂ ଗିଅରରେ ଲୁଚି ଦିଲ୍ଲୀରେ ପହଞ୍ଚିଲେ ଆଫଗାନ୍‌ ବାଳକ

Key Points

ଲ୍ୟାଣ୍ଡିଙ୍ଗ ଗିଅରରେ ଲୁଚି ଜଣେ ୧୩ ବର୍ଷୀୟ ଆଫଗାନ୍‌ ବାଳକଙ୍କ ଉତ୍ସୁକତା ତାଙ୍କୁ ଆଫଗାନିସ୍ତାନରୁ ଦିଲ୍ଲୀରେ ପହଞ୍ଚାଇଛି।

ଲ୍ୟାଣ୍ଡିଙ୍ଗ ଗିଅରରେ ଲୁଚି ଜଣେ ୧୩ ବର୍ଷୀୟ ଆଫଗାନ୍‌ ବାଳକଙ୍କ ଉତ୍ସୁକତା ତାଙ୍କୁ ଆଫଗାନିସ୍ତାନରୁ ଦିଲ୍ଲୀରେ ପହଞ୍ଚାଇଛି। ଯିଏ ବି ଶୁଣିବ ସେ ଆଶ୍ଚର୍ଯ୍ୟ ହୋଇଯିବ। କିନ୍ତୁ ଏହା ଏକଦମ ସତ। ଘଟଣାଟି ଘଟିଛି ସେପ୍ଟେମ୍ବର ୨୧ ତାରିଖରେ। କେଏଏମ୍‌ ଏୟାରଲାଇନ୍ସର ଆର୍‌କ୍ୟୁ-୪୪୦୧ ବିମାନରେ ୨ ଘଣ୍ଟାର ଯାତ୍ରା ପରେ ସେ ରବିବାର ସକାଳ ୧୧ଟାରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲେ। କାବୁଲରୁ ଉଡ଼ାଣ ଆରମ୍ଭ କରିଥିବା ଏକ ବିମାନର ଲ୍ୟାଣ୍ଡିଂ ଗିଅର କମ୍ପାର୍ଟମେଣ୍ଟରେ ଲୁଚି ରହି ସେ କୌଣସି ପ୍ରକାରେ ଦିଲ୍ଲୀରେ ପହଞ୍ଚି ପାରିଛନ୍ତି।


ଏୟାର ଇଣ୍ଡିଆ ବିମାନ ଅପହରଣ ଉଦ୍ୟମ: ବୁଦ୍ଧି ଖଟାଇଲେ ପାଇଲଟ୍‌


Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏୟାର ଲାଇନ୍ସ କର୍ମଚାରୀମାନେ ବିମାନ ନିକଟରେ ଏକ ବାଳକଙ୍କୁ ବୁଲୁଥିବାର ଦେଖିଥିଲେ। ଏହାପରେ ସେ ତୁରନ୍ତ ଅଧିକାରୀମାନଙ୍କୁ ଜଣାଇଥିଲେ। ଏୟାରପୋର୍ଟ କର୍ମଚାରୀମାନେ ବାଳକଙ୍କୁ ଧରିନେଇ ସିଆଇଏସ୍‌ଏଫ୍‌ ଯବାନଙ୍କ ଜିମା ଦେଇଥିଲେ।ଏହାପରେ ଉକ୍ତ ବାଳକଙ୍କୁ ପୋଲିସ କଷ୍ଯଡିକୁ ପଠାଯାଇଛି।
ସେମାନେ ତାଙ୍କୁ ୩ ନମ୍ବର ଟର୍ମିନାଲକୁ ନେଇ ପଚରାଉଚରା କରିବାରୁ ସେ ଲୁଚିଛପି କାବୁଲ ବିମାନବନ୍ଦରରେ ପ୍ରବେଶ କରିଥିବା କହିଥିଲେ। ମୋ ମନରେ ଏମିତି କରିବାକୁ ଏକ ଇଚ୍ଛା ଥିଲା। ଆଉ ମୁଁ ଦେଖିବାକୁ ଚାହୁଁଛି ଏମିତି କଲେ କେମିତି ଲାଗୁଛି। ପିଲାଟି ଆଫଗାନିସ୍ତାନ କୁନ୍ଦୁଜ ସହରର ବାସୀନ୍ଦା ବୋଲି ଜଣାପଡ଼ିଛି।
ସୋମବାର ଜଣେ ଅଧିକାରୀ କହିଛନ୍ତି ଯେ, ଜଣେ ନାବାଳକ କାବୁଲ ବିମାନବନ୍ଦରରେ ଲୁଚିକି ପଶିଆସିଥିଲା। କେମିତି ବି କରିକି ପିଲାଟି ଲ୍ୟାଣ୍ଡିଙ୍ଗ ଗିୟର କମ୍ପାର୍ଟମେଣ୍ଟରେ ପ୍ରବେଶ କରିବାକୁ ସକ୍ଷମ ହୋଇଥିଲେ। କୌତୂହଳ କାରଣରୁ ସେ ବିମାନର ରିଅର ସେଣ୍ଟ୍ରାଲ ଲ୍ୟାଣ୍ଡିଂ ଗିଅର କମ୍ପାର୍ଟମେଣ୍ଟରେ ପ୍ରବେଶ କରିଥିଲେ। ବିମାନର ଭଲ ଭାବେ ଯାଞ୍ଚ କରିବାପରେ ତାଙ୍କୁ ସୁରକ୍ଷିତ ଆଫଗାନିସ୍ତାନ ପଠାଇଦିଆଯାଇଛି।


ଅଧିକ ପଢ଼ନ୍ତୁ ଭାରତ ସମ୍ପର୍କିତ ଖବର...


ତେବେ ବାଳକ ଜଣକ ସୁରକ୍ଷିତ ଥିବାରୁ ଅଧିକାରୀ ଚିନ୍ତାରେ:
ସୁରକ୍ଷା ବିଶେଷଜ୍ଞଙ୍କ ମତରେ, ବିମାନ ଚକ ପାଖରେ ଯାତ୍ରା କରିବା ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇଥାଏ। ୩୦ ହଜାର ଫୁଟ ଉପରେ ଯାତ୍ରା କରିବା ଶୁଣିଲା ବେଳକୁ ବି ଭୟ ଲାଗୁଛି। ଏହାସହ ଆକାଶରେ ଯେତେବେଳେ ବିମାନ ଯାତ୍ରା କରେ ଏହାର ତାପମାତ୍ରା ବିୟୁକ୍ତ ୪୦ ଡିଗ୍ରୀରୁ ୬୦ ଡିଗ୍ରୀ ପର୍ଯ୍ୟନ୍ତ ରହିଥାଏ। ଆଉ ଅମ୍ଳଜାନର ପରିମାଣ ବହୁତ କମ ଥାଏ। ଯେଉଁଥିରେ କିଛି ସମୟ ମଧ୍ୟରେ ଆପଣଙ୍କ ଚେତା ଚାଲିଯିବା ସହ ମୃତ୍ୟୁ ମଧ୍ୟ ହେବାର ସମ୍ଭାବନା ରହିଛି।
କିନ୍ତୁ ଏହି ମାମଲା ଉକ୍ତ ବାଳକ ଜଣକ କେମିତି ବଞ୍ଚିଗଲେ। କାରଣ ଲ୍ୟାଣ୍ଡିଙ୍ଗ ଗିୟର କମ୍ପାର୍ଟମେଣ୍ଟ ବିମାନର ସବୁଠାରୁ ନିମ୍ନ ଭାଗରେ ରହିଛି। ଏଥିରେ ସୁରକ୍ଷା ଉପକରଣ, ବ୍ରେକ ସିଷ୍ଟମ ଏବଂ ହାଇଡ୍ରୋଲିକ ପାଇପ୍‌ ରହିଥାଏ।